ହେଡଲାଇନସ୍:

ଲଉଡିଦରହା ରେ କାର୍ଯ୍ୟକ୍ଷମ ହେଲା ବିଦ୍ୟୁତ ସବଷ୍ଟେସନ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଝାରବନ୍ଧ-ମନୋହର ଦାଶ:ମାସେ କି ଛଅ ମାସ ନୁହେଁ ଉଦଘାଟନର 3ବର୍ଷ ପରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦରହା ଗ୍ରାମ ପଞ୍ଚାୟତରେ ଲଉଡିଦରହା ଗ୍ରାମ ଠାରେ ଅବସ୍ଥାପିତ ବିଦ୍ୟୁତ ସବଷ୍ଟେସନ କାର୍ଯ୍ୟକ୍ଷମ କରାଯାଇଛି।ବହୁ ପ୍ରତୀକ୍ଷିତ ସବଷ୍ଟେସନ ରୁ ସେବା ମିଳିବା ପରେ ଅଞ୍ଚଳ ବାସୀଙ୍କ ମନରେ ଆନନ୍ଦ ଖେଳିଯାଇଛି।ବିଦ୍ୟୁତ ସେବା ନିରବିଛିନ୍ନ ଭାବେ ଯୋଗାଇ ଦେବାପାଇଁ ଲଉଡିଦରହା ଢେରାଖାପ ଛକ ଠାରେ ଏହି ସବଷ୍ଟେସନ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ପକ୍ଷ ରୁ ପ୍ରସ୍ତାବ ହୋଇଥିଲା।33କେଭି ବିଦ୍ୟୁତ କୁ 11କେଭି ରେ ରୂପାନ୍ତରିତ କରି ଏଠାରୁ ଉପଭୋକ୍ତା ମାନଙ୍କୁ ସୁବ୍ୟବସ୍ଥିତ ଭାବେ ସେବା ଯୋଗାଇବା ଲକ୍ଷ୍ୟରେ ଗତ 5ବର୍ଷ ତଳୁ ଯୋଜନା ହୋଇ ଏଥିପାଇଁ ସରକାରଙ୍କ ତରଫରୁ ଅର୍ଥମଞ୍ଜୁର ହୋଇଥିଲା ।2020 ଫେବ୍ରୁଆରୀ ମାସ ପୂର୍ବରୁ ସବଷ୍ଟେସନ ର ପ୍ରାଚୀର ର ଷ୍ଟ୍ରକଚର ଘର ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଭିତ୍ତିଭୂମି ପ୍ରସ୍ତୁତ ହୋଇଥିବା ବେଳେ କ୍ଷମତା ସମ୍ପନ୍ନ ଟ୍ରାନ୍ସ ଫର୍ମ ର ଏଠାରେ ସ୍ଥାପନ କରାଯାଇଛି।ଦେଢ଼ ବର୍ଷ ପରେ ମଧ୍ୟ ଏଠାରୁ ସେବାମିଲବା ନେଇ ନିଷ୍କର୍ଷ ବାହାରିପାରିନଥିଲା। ପୁରୁଣା ତାର ଓ ଖୁଣ୍ଟ ବ୍ୟବହାର ଓ ଝାରବନ୍ଧ ସ୍ଥିତ ସବଷ୍ଟେସନ ରେ ଅଧିକାଂଶ ସମୟ ରେ ବିଦ୍ୟୁତ ସେବା ବିଛିନ୍ନ ହେଉଥିବାରୁ ଲୋକେ ନାକେଦମ ହେଉଥିଲେ।ଏହାକୁ ଦୃଷ୍ଟି ରେ ରଖି ଅଞ୍ଚଳବାସୀଙ୍କ ଅଭିଯୋଗକୁ ଭିତ୍ତିକରି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବିଜୟରଞ୍ଜନ ସିଂ ବରିହା ବିଦ୍ୟୁତ ସବଷ୍ଟେସନ ରୁ ତୁରନ୍ତ ସେବାଯୋଗାଇଦେବାକୁ ବିଭାଗ କୁ ନିର୍ଦ୍ଧେଶ ଦେଇଥିଲେ।କିନ୍ତୁ ଗତ କିଛି ଦିନ ହେଲା ପ୍ରତ୍ୟହ ଘଣ୍ଟାଘଣ୍ଟା ଧରି ବିଦ୍ୟୁତ କାଟ ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି କୋମଲମତି ଶିଶୁ ରୋଗା ଗ୍ରସ୍ତ ଲୋକେ ଘରେ ଶୋଇବସି ପାରୁନାହାନ୍ତି।ଏପରିକି ବାରମ୍ବାର ରାତ୍ର ସମୟ ରେ ବିଦ୍ୟୁତ କାଟ ର ସୁଯୋଗ ନେଇ ସ୍ଥାନୀୟ ଅଞ୍ଚଳରେ ବେଆଇନ କାର୍ଯ୍ୟଗୁଡିକ ବୃଦ୍ଧି ପାଇବାରେ ଲାଗିଛି।ଏହାର ପ୍ରତିକାର ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।ଲଉଡିଦରହା ଗ୍ରୀଡ଼ ଠାରେ ଥିବା କର୍ମଚାରୀ ର ଦାୟିତ୍ୱ ହୀନତା ଯୋଗୁ ଏପରି ଜାଣିବୁଝି ବିଭ୍ରାଟ ହେଉଥିବା ଶୁଣାଯାଏ।ଲଉଡିଦରହା ପଞ୍ଚାୟତର ଆଖପାଖ ଗ୍ରାମମାନଙ୍କ ଠାରେ ବିଦ୍ୟୁତ ଥାଏ ।କିନ୍ତୁ ଲଉଡିଦରହା ଗ୍ରାମ ଠାରେ ବିଦ୍ୟୁତ ନଥିବାର ଉଦ୍ଦେଶ୍ୟ ଏବଂ ରହସ୍ୟ କଣଅଟେ ।ଏପରି ବିଦ୍ୟୁତ ସମସ୍ୟା ଲାଗି ରହୁଥିବାର ଅଭିଯୋଗ ହୋଇଛି।ପ୍ରଶାସନ ତରଫ ରୁ ତୁରନ୍ତ ଏହାର ସମାଧାନ କରା ନ ଗଲେ ଆଗାମୀ ଦିନ ରେ ଲୋକେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ପଛାଇବେନାହିଁ ବୋଲି ଅଞ୍ଚଳବାସୀ ଶାସକ ପ୍ରଶାସକ କୁ କହିଛନ୍ତି .|

0
0
0
s2sdefault