ହେଡଲାଇନସ୍:

ସୁସ୍ଥ ହେବାରେ ଆଜି ରେକର୍ଡ :  ରାଜ୍ୟରେ ସୁସ୍ଥ ହୋଇ ଘରକୁ ଫେରିଲେ ୧୧୧୯  ଜଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି କରୋନାରୁ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ ହୋଇ କୋଭିଡ ହସପିଟାଲରୁ ଘରକୁ ଫେରିଛନ୍ତି |  ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ୧୧୧୯  ଜଣ | ଫଳରେ ରାଜ୍ୟରେ କରୋନାରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି ମୋଟ ୨୩୦୭୩   ଜଣ | ଆଜି ସର୍ବାଧିକ ସୁସ୍ଥ ହୋଇଛନ୍ତି ୩୫୪ ଜଣ ଗଂଜାମ ଜିଲ୍ଲାରୁ | ସେହିପରି ୯୭ଜଣ ଖୋର୍ଦ୍ଧାରୁ, ୮୩ଜଣ ଗଜପତିରୁ, ୭୦ଜଣ ଯାଜପୁରରୁ, ୫୭ଜଣ କେନ୍ଦୁଝରରୁ, ୫୦ଜଣ କଟକରୁ, ୪୦ଜଣ ବୌଦ୍ଧରୁ, ୩୭ଜଣ ନୟାଗଡରୁ, ୩୫ଜଣ ରାୟଗଡାରୁ, ୩୧ଜଣ ପୁରୀରୁ, ୩୦ଜଣ ବାଲେଶ୍ୱରରୁ, ୨୯ଜଣ ମୟୁରଭଞ୍ଜରୁ, ୨୮ଜଣ ଭଦ୍ରକରୁ, ୨୭ଜଣ ଜଗତସିଂହପୁରରୁ, ୨୪ଜଣ ଢେଙ୍କାନାଳରୁ, ୨୨ଜଣ ସୁନ୍ଦରଗଡରୁ, ୧୭ଜଣ କନ୍ଧମାଳରୁ, ୧୬ଜଣ  ବଲାଙ୍ଗୀରରୁ, ୧୬ଜଣ ସମ୍ବଲପୁରରୁ, ୧୫ଜଣ ମାଲକାନଗିରିରୁ, ୧୨ଜଣ ନବରଂଗପୁରରୁ, ୧୧ଜଣ କେନ୍ଦ୍ରାପଡ଼ାରୁ, ୫ଜଣ ଲେଖାଏ ଅନୁଗୁଳ ଓ କୋରାପୁଟରୁ, ୪ଜଣ ବରଗଡରୁ,୩ଜଣ ସୋନପୁରରୁ ସର୍ବୋପରି ଝାରସୁଗୁଡ଼ାରୁ ଜଣେ ସୁସ୍ଥ ହୋଇଛନ୍ତି | 

0
0
0
s2sdefault