ହେଡଲାଇନସ୍:

ଶ୍ରାବଣର ଶେଷ ସୋମବାର ଓ ରାକ୍ଷୀ ପୂର୍ଣ୍ଣିମା, ସବୁ ଫିକା ଫିକା।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ ( ଗୌରବ ଦରଜୀ)- ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ତା ସହ ଶ୍ରାବଣ ର ଶେଷ ସୋମବାର। ଏମିତି ସୁଯୋଗ ବହୁ ବର୍ଷ ପରେ ଆସିଥାଏ। ତେଣୁ ଆଜି ଟିଟିଲାଗଡ ଅଧିଷ୍ଠିତ  ଦେବ ଦେବ ମହାଦେବ ଙ୍କୁ ସୁନ୍ଦର୍ ଭାବେ ସଜା ଯାଇଛି। କିନ୍ତୁ ଭଗଵାନ ଭକ୍ତ ଙ୍କ ବିନା ଶୋକାତୁର ହୋଇ ପଡିଛନ୍ତି ଓ ତା ସହିତ ଭକ୍ତ ମଧ୍ୟ ନିରାଶ ହୋଇ ପଡିଛନ୍ତି।ହିନ୍ଦୁ ମାନଙ୍କ ପବିତ୍ର ପର୍ବ ଅବସରରେ ପୌରାଣିକ ପରମ୍ପରା ଅନୁସାରେ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ରକ୍ଷାର ବଚନ ନେଇଥାଏ । ଏହି ପର୍ବ ହିନ୍ଦୁ ପରମ୍ପରା ଅନୁସାରେ ପ୍ରେମ ଓ ବିଶ୍ଵାସର ପ୍ରତିକ ଭାବରେ ମାନି ସମସ୍ତେ ମନ୍ଦିର ଯାଆନ୍ତି ପୂଜା ଅର୍ଚ୍ଚନା କରି ଘରେ ନିଜ ଭାଇ ହାତରେ ରକ୍ଷାର ସୂତ୍ର ମାନୁଥିବା ରାକ୍ଷୀ ବାନ୍ଧିଥାନ୍ତି। Covid-19 ଯୋଗୁଁ ମନ୍ଦିର ବନ୍ଦ୍ ରହିଛି।  ମନ୍ଦିର ର ପୂଜକ କେବଳ ମନ୍ଦିର ରେ ଭଗଵାନ ଙ୍କ ନିତିକାନ୍ତି କରୁଛନ୍ତି। ବଲାଙ୍ଗିର ଜିଲ୍ଲା କୁ ସଟ୍ ଡାଉନ୍ କରାଯାଇଥିବା ଯୋଗୁଁ ବହୁ ଭକ୍ତ ଘରେ ଘରେ ରହି ରାକ୍ଷୀ ପୂର୍ଣ୍ଣିମା ପାଳନ କରୁଛନ୍ତି। ଅନ୍ୟ ବର୍ଷ ରାକ୍ଷୀ ପୂର୍ଣ୍ଣିମା ରେ ଅନେକ ଆନନ୍ଦ ଉଲ୍ଲାସର ସହିତ ପାଳନ କରୁଥିଲେ। ସକାଳେ ଓ ସନ୍ଧ୍ୟା ସମୟ ରେ ମନ୍ଦିର ଯାଇ ପୂଜା ଅର୍ଚ୍ଚନା କରୁଥିଲେ। କିନ୍ତୁ ଏହି ବର୍ଷ କୋରୋନା ମହାମାରୀ ପାଇଁ ସବୁ ଫିକା ପଡ଼ିଯାଇଛି। ଘରୁ ବାହାରିବା କୁ ମଧ୍ୟ ଲୋକେ ଡରୁଛନ୍ତି। ଲୋକେ ଭଗଵାନ ଙ୍କୁ କେବଳ ଏତିକି ଗୁହାରି କରୁଛନ୍ତି ଯେ କୋରୋନା ମହାମାରି ଶୀଘ୍ର ଦୂରେଇ ଯାଉ ଓ ଆସନ୍ତା ବର୍ଷ ପୁଣି ଥରେ ହର୍ଷ ଓହ୍ଲାସ ରେ ପାଳନ କରିପାରିବେ।

ସୋନାଲି ଶର୍ମା

ଅନ୍ୟ ବର୍ଷ ପରି ଏହି ବର୍ଷ ପର୍ବ ପର୍ବାଣୀ ରେ ଯଥେଷ୍ଟ ଆନନ୍ଦ ଅନୁଭବ ହେଉ ନାହିଁ। କୋରୋନା ମହାମାରୀ ପାଇଁ ସବୁ ପର୍ବ ପର୍ବାଣୀ ପରି ରାକ୍ଷୀ ପୂର୍ଣ୍ଣିମା ମଧ୍ୟ ଫିକା ପଡ଼ିଯାଇଛି। ଘରେ ଘରେ ରହି ରକ୍ଷା ବନ୍ଧନ ପାଳନ କରୁଛୁ। Covid-19 ପାଇଁ ମନ୍ଦିର ସବୁ ବନ୍ଦ୍ ରହିଛି। ଭଗବାନ ଙ୍କ ଦର୍ଶନ ମଧ୍ୟ ହୋଇପାରୁନାହିଁ। ସେଥିପାଇଁ ଆମେ ଭଗବାନ ଙ୍କୁ ବିନତି କରୁଛୁ ଯେ ଏହି କୋରୋନା ମହାମାରୀ ଶୀଘ୍ର ଦୂରେଇ ଯାଉ ଓ ଆସନ୍ତା ବର୍ଷ ପୁଣି ପୂର୍ବ ଭଳି ହସ ଖୁସି ରେ ପାଳନ କରିପାରିବୁ।

ଆହୁତି ସାହୁ

କରୋନା ମହାମାରୀ ପାଇଁ ଶ୍ରାବଣ ମାସ ସହିତ ରକ୍ଷା ବନ୍ଧନ ମଧ୍ୟ ବିନା ଆନନ୍ଦ ରେ କଟିଛି। ଭଗବାନଙ୍କୁ ଗୁହାରି କରୁଛି ଏହି ମହାମାରୀ ଚାଲି ଯାଉ ଏବଂ ଆସନ୍ତା ବର୍ଷ ଆହୁରି ଆନନ୍ଦ ରେ ରକ୍ଷା ବନ୍ଧନ ପାଳନ କରିବୁ।

0
0
0
s2sdefault