ହେଡଲାଇନସ୍:

୨୦୧୮ ବ୍ୟାଚର ୪ ଜଣ ଆଇଏଏସ ଅଫିସରଙ୍କୁ ମିଳିଲା ନୂତନ ନିଯୁକ୍ତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଦଳିଲେ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ, ଆସିଲେ ସନତ କୁମାର ମହାନ୍ତି 

 ଭୁବନେଶ୍ୱର (ଶାସକ ପ୍ରଶାସକ) : ଦ୍ଵିତୀୟ ପର୍ଯ୍ୟାୟ ତାଲିମ ସମାପ୍ତି ପରେ ୨୦୧୮ ବ୍ୟାଚର ୪ ଜଣ ଆଇଏଏସ ଅଫିସରଙ୍କୁ ରାଜ୍ୟ ସରକାର ଦେଇଛନ୍ତି  ନୂତନ ନିଯୁକ୍ତି | ଅପରପକ୍ଷରେ ବଦଳିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଲ | 

 ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କୁ ବ୍ରହ୍ମପୁର ଅତିତିକ୍ତ କମିଶନର ଚକବନ୍ଦୀ ଭାବେ ବଦଳି କରାଯାଇଥିବା ବେଳେ  ତଫସିଲ ଭୁକ୍ତ ଜାତି ଓ ଜନଜାତି କଲ୍ୟାଣ ବିଭାଗରେ ଅତିରିକ୍ତ ସଚିବ ସନତ କୁମାର ମହାନ୍ତିଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି | 

ଦ୍ଵିତୀୟ ପର୍ଯ୍ୟାୟ ତାଲିମ ସମାପ୍ତି ପରେ ୨୦୧୮ ବ୍ୟାଚର ୪ ଜଣ ଆଇଏଏସ ଅଫିସରଙ୍କୁ ରାଜ୍ୟ ସରକାର ନୂତନ ସ୍ଥାନରେ ନିଯୁକ୍ତି ଦେଇଛନ୍ତି | ଏହି ବ୍ୟାଚର  ଆଇଏଏସ ଅଫିସର କୀର୍ତ୍ତି ଭାଶନ ଭିଙ୍କୁ ଗଂଜାମ ଜିଲ୍ଲାରେ ସ୍ୱତନ୍ତ୍ର ଅଧିକାରୀ କୋଭିଡି ମ୍ୟାନେଜମେଣ୍ଟ ଭାବେ ନିଃଉକ୍ତି ଦିଆଯାଇଥିବା ବେଳେ ଶୁଭ୍ରାଂଶୁ ଶେଖର ମହାପାତ୍ରଙ୍କୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି | ସେହିପରି ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କୁ ସମ୍ବଲପୁର ଉପ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଜେ ସୋନାଲଙ୍କୁ ଗଜପତି ଜିଲ୍ଲାରେ ସ୍ୱତନ୍ତ୍ର ଅଧିକାରୀ କୋଭିଡି ମ୍ୟାନେଜମେଣ୍ଟ ଭାବେ ଅବସ୍ଥାପିତ କରାଯାଇଛି |

0
0
0
s2sdefault