-
୬ ଗୁରୁତର କରୋନା ରୋଗୀଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହେବାର ଦ୍ୱାର ଦେଶରେ
-
ଅନ୍ୟ ଦୁଇଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ପରିଲକ୍ଷିତ ଯେଉଁଛି ବିଶେଷ ଉନ୍ନତି
ଭୁବନେଶ୍ୱର( ଶାସକ ପ୍ରଶାସକ) : ରାଜ୍ୟରେ ଆରମ୍ଭ ହୋଇଥିବା ପ୍ଲାଜମା ଥେରାପି ବେଶ ଉପଯୋଗୀ ପ୍ରମାଣିତ ହେଉଛି | ଗୁରୁତର କରୋନା ରୋଗୀମାନଙ୍କୁ ଚିକିତ୍ସାରେ ଏହା ବରଦାୟୀ ହୋଇଛି | ପ୍ଲାଜମା ଥେରାପି ଅନ୍ତର୍ଗତ ଚିକିତ୍ସିତ ୬ ଜଣ ଗୁରୁତର କରୋନା ରୋଗୀଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥାରେ ଉଲ୍ଲେଖନୀୟ ପରିବର୍ତ୍ତନ ପରିଲକ୍ଷିତ ହୋଇଛି | ସେମାନଙ୍କ ପାଇଁ ଏବେ ଆଉ କୃତ୍ରିମ ଅକ୍ସିଜେନର ସହାୟତା ଆବଶ୍ୟକ ନାହିଁ | ଆଉ ସେମାନେ ଖୁବ ଶୀଘ୍ର ହସପିଟାଲରୁ ସୁସ୍ଥ ହୋଇ ଛାଡ ପାଇବେ | ଅନ୍ୟ ଦୁଇଜଣଙ୍କ ଅବସ୍ଥା ଏବେ ସ୍ଥିର ଅଛି, ସେମାନେ ଖୁବ ଶୀଘ୍ର ବିପଦମୁକ୍ତ ହେବେ ବୋଲି ଜଣାପଡିଛି | ସୂଚନାଯୋଗ୍ୟ ଯେ ୪ଜଣ ଡୋନରଙ୍କ ଠାରୁ ୮ୟୁନିଟ ପ୍ଲାଜମା ସଂଗ୍ରହ କରାଯାଇଥିବା ବେଳେ ସେଥି ମଧ୍ୟରୁ ୬ ଜଣଙ୍କ କ୍ଷେତ୍ରରେ ୬ ୟୁନିଟ ପ୍ରୟୋଗ କରାଯାଇଛି | "ସମ" ଉତ୍ସର୍ଗୀତ କୋବିଦ ହସ୍ପିଟାଲରେ ୪ ଜଣ ରୋଗୀଙ୍କ ଦେହରେ ପ୍ଲାଜମା ପ୍ରୟୋଗ କରାଯାଇଥିବା ବେଲେ ଅଶ୍ୱିନୀ ହସ୍ପିଟାଲରେ ୨ଟି ପ୍ରୟୋଗ ହୋଇଥିଲା |ସୂଚନାଯୋଗ୍ୟ ଯେ, ଓଡିଶା ତୃତୀୟ ରାଜ୍ୟ ଭାବେ ପ୍ଲାଜମା ଥେରାପି ଆରମ୍ଭ କରାଇଥିଲା |
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସପ୍ତାହରେ ଏସସିବି ମେଡିକାଲ କଲେଜରେ ଥିବା ପ୍ଲାଜମା ନୋଡାଲ ସେଣ୍ଟରକୁ ଉଦ୍ଘାଟନ କରିଥିଲେ | ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ପ୍ରଥମ ଦିନ ୪ ଜଣ ଡୋନର ପ୍ଲାଜମା ଦାନ କରିଥିବା ବେଳେ ଏବେ ଡୋନରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ଅଗ୍ନିଶମ ସେବାର ସୁସ୍ଥ ହୋଇଥିବା କର୍ମଚାରୀମାନେ ପ୍ଲାଜମା ଦାନ କରିବା ପାଇଁ ରାଜି ଯୋଇଥିବା ବେଳେ ଅନ୍ୟମାନେ(ସୁସ୍ଥ ହୋଇଥିବା କରୋନା ରୋଗୀ ମାନେ) ବି ଏଥିପାଇଁ ଆଗେଇ ଆସିଲେଣି | "ସମ" ଉତ୍ସର୍ଗୀତ କୋବିଦ ହସ୍ପିଟାଲରେ ଓ ଅଶ୍ୱିନୀ କୋବିଦ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହୋଇଥିବା ବେଳେ ପ୍ଲାଜମା ଥେରାପି ପାଇଁ କୀମସ କୋବିଦ ହସ୍ପିଟାଲ ବି ପ୍ରସ୍ତୁତ | ସମ ହସ୍ପିଟାଲରେ ୩ଜଣ ଗୁରୁତର ରୋଗୀ ପ୍ଲାଜମା ଥେରାପି ଦ୍ୱାରା ଏବେ ଅକ୍ସିଜେନ ସପୋର୍ଟ ମୁକ୍ତ ହୋଇଥିବା ବେଲେ ଜଣକର ଅବସ୍ଥା ଏବେ ସ୍ଥିର ଅଛି | ସେହିପରୀ ଆଉ ଦୁଇଜଣ ରୋଗୀଙ୍କ କ୍ଷେତ୍ରରେ ପ୍ଲାଜାମା ଥେରାପି କରାଯାଇଥିବା ବେଳେ ଜଣେ ଏବେ ଅକ୍ସିଜେନ ସପୋର୍ଟ ବିନା ସ୍ଥିର ଥିବା ବେଳେ ଅନ୍ୟ ଜଣଙ୍କ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଛି |