ନୂଆଦିଲ୍ଲୀ (ଏଜେନ୍ସି) କରୋନା ଏବେ ଅମାନିଆ ହୋଇପଡିଥିବା ଭଳି ଅନୁଭୂତ ହେଉଛି | ଦିନକୁ ଦିନ ବଢି ଚାଲି ଆକ୍ରାନ୍ତଙ୍କ ସଂଖ୍ୟା | ଗତକାଲି ଅପେକ୍ଷା ଆଉ ୪୦୦୦ ଅଧିକ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ଦେଶରେ ୩୮,୯୦୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ସୂଚନାଯୋଗ୍ୟ ଯେ ଗତ କାଲି ସାରା ଦେଶରେ ଚିହ୍ନଟ ହୋଇଥିଲେ ୩୪,୮୮୪ଜଣ ଆକ୍ରାନ୍ତ |
ଆଜି ଭାରତ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଆଧାରରେ ଗତ ୨୪ ଘଣ୍ଟା ଭିତରେ ଦେଶରେ ୩୮,୯୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପ୍ରାଣ ହରାଇଥିଲେ ୫୪୩ ଜଣ | ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୭୭ ,୬୧୮ ରେ ପହଂଚି ଥିବା ବେଲେ ମୃତ୍ୟୁ ସଂଖ୍ୟା ୨୬,୮୧୬ ଛୁଇଁଛି | ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୭୩,୩୭୯ ରେ ପହଂଚିଛି | ଏଯାଏ ସୁସ୍ଥ ହେଲେଣି ୬,୭୭,୪୨୩ ଜଣ | ସୂଚନାଯୋଗ୍ୟ ଯେ ଏଯାବତ ଦେଶରେ ୧,୩୭,୯୧,୮୬୯ ନମୁନା ଯାଞ୍ଚ ହୋଇଥିବା ବେଳେ ଗତକାଲି କେବଳ ୩,୫୮,୧୨୭ ନମୁନା ଯାଞ୍ଚ କରାଯାଇଛି ବୋଲି Indian Council of Medical Research (ICMR) ପକ୍ଷରୁ ସୂଚନା ଦିଆଯାଇଛି |