ହେଡଲାଇନସ୍:

ଲଇକେରା ସିଡୁଲ ବ୍ଲକ ମାନ୍ୟତା ଭୁଲିଗଲେ କି ଆଦିବାସୀ ସମାଜ !!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରସୁଗୁଡ଼ା/ ସୁବାଷ ସାହାରେ :  ଝାରସୁଗୁଡ଼ା ଜିଲ୍ଲା ସମ୍ମିଳିତ  ଆଦିବାସି ସମାଜ ତରଫରୁ ବିଗତ ଗୋଟିଏ ବର୍ଷରୁ ଅଧିକ ହେବ ୫ମ ସିଡୁଲ ଆଇନ ଅନୁଯାୟୀ  ଲଇକୋରା ଏବଂ କିରମିରା ସିଡୁଲ ବ୍ଳକ ମାନ୍ୟତା ୫୦% ରୁ ଅଧିକ ଅନୁସୂଚିତ ଜନଜାତି ସଂପ୍ରଦାୟ ରହିବା ଦ୍ୱାରା ଏହି ଅଞ୍ଚଳକୁ ଦାବି ଘୋଷଣା କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଟାଳଟୋଳ ନିତି କୁ ଦୃଢ଼ ନିନ୍ଦା କରୁଥିବା ଜଣାଇବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା | ଏହାସହ କିଛି ସ୍ଥାନୀୟ ନେତା  ଏ କ୍ଷେତ୍ରରେ କଣ୍ଟା ସାଜିଥିବା କହିଥିଲେ । ଗତ ବର୍ଷ ଫୁବ୍ରୁଆରୀ ମାସ ୨୨ ତାରିଖ ନିର୍ବାଚନ କୋଡ଼ ଅଫ କଣ୍ଡକ୍ଟ ପୂର୍ବରୁ   ସିଡୁଲ ବ୍ଳକ ଘୋଷଣା ହେଉବୋଲି ଦାବି ଜଣେଇଥିଲେ । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ତତ୍କାଳ ଅନୁରୋଧ କରାଯାଇଥିଲା । ଆଗାମି ନିର୍ବାଚନରେ ଅନୁସୂଚିତ ଜନଜାତି ସଂପ୍ରଦାୟର ଲୋକଙ୍କୁ ବିଧାୟକ ପ୍ରାର୍ଥୀ ଭାବରେ ଚୟନ କରାଯାଉ । ନଚେତ ଆଗାମୀ ଦିନରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବା, କିର୍ମୀରା ଓ ଲଇକେରା ବ୍ଳକକୁ ସରକାରୀ ଗାଡ଼ି ବନ୍ଦ କରାଯିବା, ଅଫିସର କର୍ମଚାରି ମାନଙ୍କୁ ଛଡାନ ଯିବା ଅଫିସ ଗେଟ୍ ତାଲା ପକାଯିବା ଏବଂ ନ୍ୟାୟ ନ ମିଳିବା ଯାଏ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରାଯିବା ସୂଚନା ସମାଜ ତରଫରୁ ଦିଆଯାଇଥିଲା । ହେଲେ ଏହି ସାମ୍ବାଦିକ ସମ୍ମିଳନୀର ବର୍ଷେ ରୁ ଉର୍ଦ୍ଧ୍ବ ହେବ କୌଣସି ସୁଫଳ ମିଳିପାରିଲା ନାହିଁ ସତ କିନ୍ତୁ କଂଗ୍ରେସ ରେ ଯୋଗ ଦେଇ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ଶ୍ରୀ ମହେନ୍ଦ୍ର ନାୟକ ବର୍ତମାନ ଝାରସୁଗୁଡା ବିଧାୟକ ତଥା ଓଡିଶା ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ଙ୍କ ଠାରୁ ପରାସ୍ତ ହୋଇଥିଲେ ଏବଂ ନିଜର ବହୁ କମ ପରିମାଣ ର ଭୋଟ ଝାରସୁଗୁଡା ବାସୀଙ୍କ ଠାରୁ ପାଇ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ  ଦ୍ଵିତୀୟ ସ୍ଥାନ ରେ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଦିନେଶ ଜୈନ ରହିଥିଲେ ଏହା ପରେ ଧୀରେ ଧୀରେ ଆଦିବାସୀ ବ୍ଲକ କୁ ସିଡୁଲ ବ୍ଲକ ମାନ୍ୟତା ଆନ୍ଦୋଳନ ଉଭେଇ ଯାଇଥିବାର ଦେଖିବାକୁ ମିଳିଥିଲା | ଏହା ସହ ଆଜି ବର୍ଷେ ଉପରେ ବିତିଗଲେ ମଧ୍ୟ ସେହି ସମୟରେ ଉପସ୍ଥିତ ରହିଥିବା ବିଭିନ୍ନ ଆଦିବାସୀ ସଂଗଠନ ଚୁପ ରହିଥିବାର ଦେଖିବାକୁ ମିଳିଛି ତାହାର ପ୍ରକୃତ କାରଣ କଣ ତାହା ଜନ ସାଧାରଣ ମଧ୍ୟ ବୁଝିପାରୁ ନାହାନ୍ତି କୌଣସି ଜିଲ୍ଲାର୫୦% ରୁ ଅଧିକ ଅନୁସୂଚିତ ଜନଜାତି ରହିଲେ ତାକୁ  ୫ମ ସିଡୁଲ  ଆଇନ ଅନୁଯାୟୀ ସିଡୁଲ ବ୍ଲକ ମାନ୍ୟତା ଦିଆଯିବାର କଥା କୁହାଯାଇଥିଲା ଏବଂ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ସିଡୁଲ ପ୍ରାର୍ଥୀ ନିର୍ବାଚନ ରେ ଠିଆ ହୋଇପାରିବେ ବୋଲି କୁହାଯାଇ ଥିଲା । ଆଜି କାହିଁକି ଏହି ସମାଜର ଲୋକେ ଆନ୍ଦୋଳନ କରୁ ନାହାନ୍ତି କି କୌଣସି ଉଚ୍ଚ ସ୍ତରୀୟ ପଦକ୍ଷେପ ନେଉ ନାହାନ୍ତି କିମ୍ବା ଏହି ସିଡୁଲ ବ୍ଲକ ମାନ୍ୟତା ପାଇଁ ଦେଖାଦେଇଥିବା ସିଥିଲତା ପଛରେ ଅନ୍ତର୍ଦ୍ୱନ୍ଦ ରହି ନାହିଁ ତ ?ଏହି ପରି ଅନେକ ଅନେକ ପ୍ରଶ୍ନ ଜିଲ୍ଲା ବାସୀଙ୍କ ମନରେ ଉଙ୍କି ମାରିବା ଦେଖିବାକୁ ମିଳିଛି ଅଥବା ଏହା ସେହି ସମୟରେ ନିର୍ବାଚନ ର ଗୋଟିଏ ପ୍ରକାର ଗୋଟିଚଳନା ଥିଲା କି ? ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଛି। ସେହି ସମୟରେ  ଏହି ସମ୍ମିଳନୀରେ ଶ୍ରୀ ମହେନ୍ଦ୍ର ନାଏକ ( ରାଜ୍ୟ ଗୋଣ୍ଡ ୱାନା ସମାଜ ସଭାପତି), ଡମ୍ବରୁଧର ନାଏକ ଗୋଣ୍ଡ ୱାନା ଜିଲ୍ଲା ସଭାପତି, ରତ୍ନାକର ପ୍ରଧାନ (କିସାନ ସମାଜ ମଞ୍ଚ ସଭାପତି), ବୁନ୍ଦେ ଧୁରୁଆ ( ସମ୍ମିଳିତ ଆଦିବାସି ସମାଜ ସଭାପତି), ପଦ୍ମଲୋଚନ ବୁଦୁଲା (ଜିଲ୍ଲା କିସାନ ସମାଜ ସଂପାଦକ), ଦୁବରାଜ ମୁଣ୍ଡା (ମୁଣ୍ଡା ସମାଜ ସଭାପତି), ନିରଞ୍ଜନ ପ୍ରଧାନ ଓ ବୁଧ ଦେବ ପ୍ରଧାନ ଉପସ୍ଥିତ ଥିଲେ ।

 

0
0
0
s2sdefault