ପାଇକମାଲ :- ଦିନକୁ ଦିନ ମହାମରୀ କୋରୋନା କାୟା ବିସ୍ତାର କରିବାରେ ଲାଗିଛି । କୋରୋନା କବଳରୁ ଜନସାଧାରଣ ଙ୍କୁ ରକ୍ଷା କରିବା ପାଇଁ ସରକାର ଙ୍କର ଦ୍ୱାରା ଅନେକ ପଦକ୍ଷେପ ଗ୍ରହଣ କରାଯିବା ସହିତ ଅନେକ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି । ଏହି ସବୁ କାର୍ଯକ୍ରମ ଓ ପଦକ୍ଷେପ କୁ ତୃଣମୂଳ ସ୍ତରରେ କାର୍ଯକାରୀ କରେଇବା ପାଇଁ ପ୍ରଶାସନିକ ଅଧିକାରୀ ମାନଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଏହି ଘଡିସନ୍ଧି ମୁହୂର୍ତ୍ତରେ ପ୍ରଶାସନିକ ଅଧିକାରୀ ମାନଙ୍କର କାର୍ୟ୍ଯ ନିଶ୍ଚିତ ଭାବରେ ପ୍ରଶଂସନୀୟ ।
ବରଗଡ଼ ଜିଲ୍ଲାର ପ୍ରତ୍ୟେକ ଅଂଚଳକୁ ଶନିବାର ଓ ରବିବାର ସଟଡାଉନ ଘୋଷଣା କରାଯାଇଛି । ଏହି କ୍ରମରେ ଆଜିଠାରୁ ପଦ୍ମପୁର ଉପଖଣ୍ଡ ର ପାଇକମାଲ , ଝାରବନ୍ଧ ଓ ଗାଇସିଲେଟ ବ୍ଲକ କୁ ମଧ୍ୟ ପୁରାପୁରି ଏହି ଦୁଇ ଦିନ ପାଇଁ ସଟଡାଉନ କରାଯାଇଛି । ଆଜି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ଙ୍କର ନେତୃତ୍ୱରେ ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ , ସବ ଇନ୍ସପେକ୍ଟର ଶ୍ରୀ ବିପିନ ବାଗ ପ୍ରମୁଖ ପାଇକମାଲ ଅଞ୍ଚଳ ର ପାଇକମାଲ , ଡୁଙ୍ଗୁରିପାଲି , ମିଠାପଲି,ବରତୁଣ୍ଡା , ଜାମସେଠ , ମାଣ୍ଡୋସିଲ , ଇତ୍ୟାଦି ଗ୍ରାମ ବୁଲି ସଟଡାଉନ ର ସମୀକ୍ଷା କରିଥିଲେ । ଏହି ସମୟରେ ସଟଡାଉନ ନିୟମକୁ ନମାନି ଦୋକାନ ଖୋଲା ରଖିଥିବା କିଛି ବ୍ୟବସାୟୀ ମାନଙ୍କୁ ତାଗିଦ କରିବା ସହିତ ସରକାର ଙ୍କର କୋବିଡ଼ ନିୟମ କୁ ପାଳନ କରିବା ପାଇଁ କହିଥିଲେ ଅଧିକାରୀ ମାନେ । ଅନ୍ୟପଟେ ଆଜି ସକାଳେ ପାଇକମାଲ ବଣିକ ସଙ୍ଘର କିଛି ସଚେତନ କର୍ମକର୍ତ୍ତା ମାନେ ପାଇକମାଲ ମୁଖ୍ୟ ଛକରେ ଅକାରଣରେ ଯିବା ଆସିବା କରୁଥିବା ଲୋକଙ୍କୁ ମାକ୍ସ ବ୍ୟବହାର କରିବା ସହିତ କାମ ନଥିଲେ ବାହାରକୁ ନ ବାହାରିବା ପାଇଁ ବୁଝାଇଥିଲେ । ସତର୍କ ରହି , ମାକ୍ସ ପରିଧାନ କରି , ଓ ସାମାଜିକ ଦୂରତା ବଜୟରଖିଲେ ଆମେ କୋରୋନାର ମୁକାବିଲା କରି ନିଜେ ତଥା ନିଜ ପରିବାରକୁ ସୁରକ୍ଷିତ ରଖି ପରିବା ବୋଲି ଉପଜିଲ୍ଲାପାଳ ଶ୍ରୀ ଦରୁଆନ କହିଛନ୍ତି ।