-
ଭିତ୍ତିଭୂମି ସଂପ୍ରସାରଣ, ଟେଲିମେଡିସିନ ଏବଂ ସଚେତନତା ଉପରେ ବିଶେଷ ଗୁରୁତ୍ୱ
-
ଏମକେସିଜି ଓପିଡି ଓ ଏମର୍ଜେନ୍ସି ଶୀଘ୍ର ଖୋଲିବାକୁ ନିଆଗଲା ନିଷ୍ପତ୍ତି
-
ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ୩୫୦ ଶଯ୍ୟା ବିଶିଷ୍ଟ ତିନୋଟି କୋଭିଡ କେୟାର ସେଣ୍ଟର
-
ମନସ୍ତାତ୍ତ୍ୱିକ ପରାମର୍ଶଦାତା ପାଇଁ ରହିବେ ମନସ୍ତତ୍ତ୍ୱବିତ, କରିବେ ଟେଲି କାଉନ୍ସେଲିଂ
-
କୋଭିଡ ରୋଗୀମାନଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯିବ, ପାଇବେ ୧୦୦୦ ଟଙ୍କା ପ୍ରୋତ୍ସାହନ ରାଶି
ଭୁବନେଶ୍ୱର :ଗଞ୍ଜାମ ଜିଲ୍ଲାରେ କୋଭିଡ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନୂତନ ରଣ କୌଶଳ ଗ୍ରହଣ କରିଛନ୍ତି | ଏହି ରଣକୌଶଳ ଅନ୍ତର୍ଗତ ଭିତ୍ତିଭୂମି ସମ୍ପ୍ରସାରଣ, ଟେଲି ମେଡିସିନ ଏବଂ ସଚେତନତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି |
ବୈଠକରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ ନୂତନ ରଣକୌଶଳର ମୁଖ୍ୟ ଲକ୍ଷ ରହିବ କୋଭିଡ-୧୯ ଜନିତ ମୃତ୍ୟୁକୁ ରୋକିବା, ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା | ଏମକେସିଜି ଓପିଡି ଓ ଏମର୍ଜେନ୍ସି ଶୀଘ୍ର ଖୋଲିବା ସହ ସର୍ବୋପରି ଏହା ଯେପରି ୨୪ X ୭ କାର୍ଯ୍ୟ କରିବ ସେଥିପାଇଁ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି | ଏମକେସିଜିରେ ଜଣେ ଅତିତିକ୍ତ ସୁପରିଟେଣ୍ଡେଣ୍ଟ ନିଯୁକ୍ତ କରାଯିବ | କୋଭିଡ ପରିଚାଳନାରେ ସେ ସୁପରିଟେଣ୍ଡେଣ୍ଟଙ୍କୁ ସହାୟତା କରିବେ |
ଏମକେସିଜି ଶିଶୁରୋଗ ୱାର୍ଡକୁ ୧୦୦ ଶଯ୍ୟା ବିଶିଷ୍ଟ Covid Care Centre ରେ ପରିଣତ କରାଯିବ ଏବଂ ଏହା ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିବ | ସେହିପରି ବିଦ୍ୟୁତପୁରରେ ୧୫୦ ଶଯ୍ୟା ବିଶିଷ୍ଟ Covid Care Centre
କରାଯିବ | ଶିଶୁମନ୍ଦିରରେ ୧୫୦ ଶଯ୍ୟା ବିଶିଷ୍ଟ Covid Care Centre କରାଯିବ | ଏହା ବ୍ରହ୍ମପୁର ମହାନଗର ନିଗମ ଦ୍ୱାରା ପରିଚାଳିତ ହେବ | ସିଟି ହସ୍ପିଟାଲ ସ୍ୱାସ୍ଥ୍ୟସେବା ଯୋଗାଇବ |
ଅକ୍ସିଜେନ ସ୍ତର କମ ଥାଇ ବିଳମ୍ବରେ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କ ପାଇଁ ପ୍ରତି CCC ଏବଂ CHC ରେ ୧୦ ପ୍ରତିଶତ ଶଯୟା ସଂରକ୍ଷିତ ରହିବ | Positive ରୋଗୀମାନଙ୍କ ଉତ୍କଣ୍ଠା କମାଇବା ପାଇଁ, ପରାମର୍ଶ ଦେବା ପାଇଁ Psychiatrist ଙ୍କ ନେତୃତ୍ୱରେ ମନସ୍ତାତ୍ତ୍ୱିକ ପରାମର୍ଶଦାତା ରହିବେ | ସେମାନେ Tele Counseling କରିବେ | ସୁସ୍ଥ ହୋଇଥିବା କୋଭିଡ ରୋଗୀମାନଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯିବ ଏବଂ Covid Monitor ଭାବରେ ସେମାନେ
ଅନ୍ତତଃ ୧୦ ଜଣ ରୋଗୀଙ୍କୁ ଆଶୟକ ପରାମର୍ଶ ଦେବେ | ଏଥିପାଇଁ ସେମାନଙ୍କୁ୧୦୦୦ ଟଙ୍କା ଦିଆଯିବ | Home Isolation ରେ ଥିବା ରୋଗୀମାନଙ୍କୁ Medicine Kit ଯୋଗାଇ ଦେବା ସହ ଓଡିଆରେ ଔଷଧ୍ ଖାଇବା ସୂଚନା ଦିଆଯିବ | ବ୍ରହ୍ମପୁର ଓ ଗୋପାଳପୁରରେ ଥିବା ହୋଟେଲମାନଙ୍କୁ ଜିଲ୍ଲାପାଳ କୋଭିଡି ଯୁଦ୍ଧରେ ଆଗଧାଡ଼ିରେ ଥିବା ଡାକ୍ତର ଓ ଅନ୍ୟମାନଙ୍କ ରହଣି ନିମନ୍ତେ ସଂରକ୍ଷିତ ରଖିବେ |
ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀମାନଙ୍କ ସୁବିଧା ପାଇଁ ଭେଷଜ ,ଶଲୟ, ମାନସିକ ରୋଗ ଏବଂ ଶିଶୁରୋଗ ମାନଙ୍କ ସେବା ଟେଲି ମେଡ଼ିସିନ ବ୍ୟବସ୍ଥା ଜରିଆରେ ଯୋଗାଇଦେବା ପାଇଁ ବ୍ୟବସ୍ଥା କୋଯିବ | କୋଭିଡ ପଜିଟିଭ ରୋଗୀ ଓ ସୁସ୍ଥ ରହାଇଥିବା ରୋଗୀମାନଙ୍କୁମଧ୍ୟ ମାନସିକ ସ୍ୱାସ୍ଥ୍ୟ ପାଇଁ କଲ ସେଣ୍ଟର ଜରିଆରେ ଆବଶ୍ୟକ ପରାମର୍ଶ ଦିଆଯିବ |