ବାହାର ଅଂଚଳରୁ ଆକ୍ରାନ୍ତ ଚିହ୍ନଟ ବୃଦ୍ଧି ବଢ଼ାଇ ଦେଇଛି ଚିନ୍ତା
ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ମହାନଗରନିଗମ ଅଂଚଳରୁ ୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ୮୭ ଜଣଙ୍କ ମଧ୍ୟରୁ ଚିନ୍ତାଜନକ ଭାବେ ୪୬ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ସଂକ୍ରମଣର ଶିକାର ହୋଇଥିବା ବେଳେ ୪୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ରହିଥିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ | ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ଏବେ ମୋଟ ଆକ୍ରାନ୍ତ ସଂଖ୍ୟା ୧୧୩୦ ଥିବା ସହ ୬୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | କରୋନା ଆକ୍ରାନ୍ତ ହୋଇ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୯୪ ଟି ସକ୍ରିୟ ମାମଲା ରହିଛି |