କାଲି ହତ୍ୟା ମାମଲାରେ ଗିରଫ ହେବା ପରେ ଆଜି ବେଆଇନ କରତ କଳ ଚଢ଼ାଉ
ପଦ୍ମପୁର (ଶାସକ ପ୍ରଶାସକ) : କାଲି ହତ୍ୟା ମାମଲାରେ ଅଭିଯୁକ୍ତ ଗିରଫ ଜୋଇଁ ଜେଲ ଗଲା ପରେ ଅଭିଯୁକ୍ତ ପ୍ରେମାନନ୍ଦ ସାହାଙ୍କ ମାଲିକାନାରେ ଚାଲିଥିବା ବେଆଇନ କରତ କଳ ଉପରେ ଅତର୍କିତ କରିଛି ବହୁଦିନ ଧରି ଆଖି ଖୋଲି ଶୋଇ ରହିଥିବା ବନ ବିଭାଗ | କାକତାଳୀୟ ଲାଗୁଥିଲେ ବି ଏହା ଜଂଗଲ ବିଭାଗର ଛନକା ଜନିତ ପ୍ରାୟୋଜିତ ଚଢ଼ାଉ ବୋଲି ଚର୍ଚ୍ଚା ଯେଉଁଛି ପଦ୍ମପୁର ସହରରେ | ନହେଲେ ସହର ଖୁବ ନିକଟରେ ଜଙ୍ଗଲ ବିଭାଗର ନାକ ତଳେ ଏତେଦିନ ଧରି ଚାଲିଥିବା ବେଆଇନ କରତ କଳ ଚାଲିଥିଲା କେମିତି !!
ସେ ଯାହା ବି ହେଉ ବା କାରଣ ଯାହା ବି ହୋଇଥାଉ, ବରଗଡ଼ ଜିଲ୍ଳା ପଦ୍ମପୁର ଥାନା ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମର ପ୍ରେମାନନ୍ଦ ସାହାଙ୍କ ବେଆଇନ କରତ କଳ ଉପରେ ବନ ବିଭାଗ ଚଢଉ କରି ଆଜି ଜବତ କରିଛି ଲକ୍ଷାଧିକ ଟଙ୍କାର କାଠ । ତେବେ ବନ ବିଭାଗର ଏହି ଚଢଉକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବୁଧବାର ବିଳମ୍ବିତ ରାତିରେ ସତୀଭଟା ନିକଟରେ ପିକଅପ ଧକ୍କାରେ ଖୁଣ୍ଟପାଲି ଗାଁର ସୁବାଷ ନାଗଙ୍କ ପୁଅ ମସ୍ତମୟର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ପୁଅ ଗୁରୁତର ଆହତ ହୋଇଥିଲେ । ପ୍ରେମାନନ୍ଦ ସାହାଙ୍କ ପୁଅ ଏହି ଘଟଣା ଘଟାଇଥିବା ଜଣା ପଡ଼ିବା ପରେ ଗୁରୁବାର ସକାଳେ ବନବିଭାଗ ପକ୍ଷରୁ ପ୍ରୋନନ୍ଦର ବେଆଇନର କରତ କଳ ଉପରେ ଚଢଉ କରିଥିଲା । ସେଠାରୁ ବିପୁଳ ପରିମାଣରେ କାଠଗଣ୍ଡି ଜବତ ହୋଇଥିଲା । ରାତିରେ ଦୁର୍ଘଟଣା ଘଟିବା ଓ ସକାଳେ ବନବିଭାଗ ବେଆଇନ କରତକଳ ଉପରେ ଚଢ଼ାଉ କରିବା ଏକ ସନ୍ଦେହ ସୃଷ୍ଟି କରିଛି । ତେବେ ସତରେ କଣ ସେହି କରତ କଳ ବନ ବିଭାଗର ଅଜ୍ଞାତରେ ଚାଲିଥିଲା ବୋଲି ଆଲୋଚନା ହେଉଛି । ପଦ୍ମପୁର ସହରରୁ ମାତ୍ର ପାଂଚ କିଲୋମିଟର ଦୂରରେ ବେଆଇନ ଭାବରେ ବର୍ଷବର୍ଷ ଧରି ଏହି ବେଆଇନ କାଠ କାରବାର ଚାଲିଥିଲେ ମଧ୍ୟ ବନ ବିଭାଗ ଚଢାଉ କରି ଏହି ବେଆଇନ କରତ କଲକୁ କାହିଁକି ବନ୍ଦ କରିନଥିଲେ । ସାଧାରଣ ଗରିବ ଲୋକଟିଏ ସାଇକେଲରୁ କିଛି ଜାଳେଣି କାଠ ଆଣିଲେ ବନ ବିଭାଗର କର୍ମଚାରୀମାନେ ସାଇକେଲ ଜବତ କରିବା ସହିତ କୋର୍ଟ ଚାଲାଣ କରିଛନ୍ତି । ସହରର ଅତି ନିକଟରେ ବେଆଇନ ଭାବରେ ବର୍ଷ ବର୍ଷ ଧରି କରତ କଲ ଚାଲିଥିଲେ ହେଁ ବନବିଭାଗ ଅଧିକାରୀ ଚୁପ କାହିଁକି ଥିଲେ । ଏହି ବେଆଇନ କରତ କଲର ମାଲିକଙ୍କୁ ଏହି କରତ କଲ ଚଲାଇବାରେ ବନବିଭାଗ ଅଧିକାରୀ ସହଯୋଗ କରୁଥିଲେ କି ବୋଲି ଲୋକେ ପ୍ରଶ୍ନ କରିବା ଆରମ୍ଭ କଲେଣି। ଏହି ଦୁର୍ଘଟଣା ଘଟିବା ପରେ କରତ କଲ ଉପରେ ଚଢାଉ କରି ବିପୁଳ ପରିମାଣର କାଠ ଜବତ କରିବା ବନବିଭାଗ ଅଧିକାରୀଙ୍କ ସଫେଇ ଦେଖେଇ ହେବାକି ବୋଲି ଚର୍ଚ୍ଚା ହେଉଛି ।