ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡରେ ଗୋଟିଏ ଦିନରେ ୭ କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ- ରେଢାଖୋଲ ଏନ୍ଏସିର ଜଣେ କର୍ମଚାରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାର ୧୦୮ ର ଜଣେ କର୍ମଚାରୀ , ରେଢାଖୋଲର ଜଣେ ୧୨ ବର୍ଷର ବାଳକ, ରେଢାଖୋଲର ଜଣେ ସ୍ଥାନୀୟ ବାସିନ୍ଦା ଥିବା ଜଣା ପଡିଛି । ଠିକ୍ ସେଇ ପରି ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ରେଢାଖୋଲ ବ୍ଲକ୍ ର ୨ ଜଣ ଥିବା ବେଳେ ନାକ୍ଟିଦେଉଳ ବ୍ଲକ ଡଇଁଚା ପଞ୍ଚାୟତର ଗୋପାଳପୁର ଜଣେ କରୋନା ରୋଗୀଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସେମାନଙ୍କୁ ଗତକାଲି କୋଭିଡ୍ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ରେଢାଖୋଲ ଅଞ୍ଚଳରେ ଗୋଟିଏ ଦିନରେ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହେବା ଏଇଟା ପ୍ରଥମ ଘଟଣା । ରେଢାଖୋଲ ସହରକୁ ସାନିଟାଇଜ୍ କରାଯିବ ବୋଲି ରେଢାଖୋଲ ଉପଜିଲ୍ଲାପାଳ ଡୋଳାମଣୀ ପଟେଲ ପ୍ରକାଶ କରିଛନ୍ତି ।
ରାଜ୍ୟ
ରେଢାଖୋଲ ଉପଖଣ୍ଡ ରେ ୭ କରୋନା ପଜିଟିଭ
- Hits: 384