ହେଡଲାଇନସ୍:

ଲୋକଙ୍କ ହକର ହେଉଛି ହରିଲୁଟ : ଆରଟିଆଇ ରିପୋର୍ଟ ଖୋଲୁଛି ଗୁମର  !!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର/ନିରୋଜ ମିଶ୍ର :  ବଲାଙ୍ଗୀର ଜିଲ୍ଲାରେ ମହାଦୁର୍ନିତ୍ତୀ କମିବାର ନାଁ ନେଉନଥିବାବେଳେ ଏବେ ଆଉ ଏକ ଚାଂଚଲ୍ୟକର ତଥ୍ୟ ର ଖୋଲିଛି ଗୁମର।ଯେଉଁଥିରେ ଆର,ଟି,ଆଇ, ରିପୋର୍ଟ ଫର୍ଦ୍ଦ ଫର୍ଦ୍ଦ ଭାବେ  ଖୋଲୁଛି ଗୁମର। ଗରିବର ହକ ମାରି ତା ଉପରେ   କେତେ ଯେ ଶୋଷଣ ହେଉଛି ତାହା ଝଲ ଝଲ ଭାବେ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି ବଲାଙ୍ଗୀର ପୁଇଁତଲା ବ୍ଲକ ରେ। ଜିଲ୍ଲାର ଏହି ବ୍ଲକ ଗୁଡ଼ିକରେ କେତେଯେ ପ୍ରକୃତ ଆଭାସ ହିତାଧିକାରୀ  ଆଜି ପ୍ରଯନ୍ତ ନିଜ ହକର ଘର ଟିଏ ପାଇଁ ପୁଇଁତଲା ବ୍ଲକ କୁ ଧାଇଁ ଧାଇଁ ନିରାଶ ହୋଇ ଦୁର୍ଦ୍ଦିନରେ କାଳାତିପାତ କରୁଥିବା ବେଳେ କିଏ ନ ଚାହିଁଲେ ମଧ୍ୟ ବଡ଼ବଡିକିଆ ଲୋକେ ନିଶ୍ଚିନ୍ତ ହୋଇ ପାଉଛନ୍ତି ପ୍ରଧାନମନ୍ତ୍ରୀ ଆବାଶ ଯୋଜନାର ଘର। ସିଧାସଳଖ କହିବାକୁ ଗଲେ ତେଲିଆ ମୁଣ୍ଡରେ ତେଲ। ଯେଉଁଥିରେ ତେଲିଆ ମୁଣ୍ଡରେ ତେଲ ଦେଉଛନ୍ତି କାର୍ଯ୍ୟରତ ଥିବା ବଡ଼ବଡିକିଆ ଅଧିକାରୀ ଓ ଗ୍ରାମାଞ୍ଚଳ ଗୁଡ଼ିକର ସରପଞ୍ଚ।ଆଉ ସରପଞ୍ଚ ଙ୍କ  ସଙ୍ଗେ ଅଛନ୍ତି ଗ୍ରାମାଞ୍ଚଳର କିଛି ସରକାରି କାର୍ଯ୍ୟରତ ମାଷ୍ଟର ଓ କିଛି କୁପ୍ରକୃତିର ଯୁବ ଗୋଷ୍ଟି। ଯାହାକୁ ସୁନ୍ଦର ଭାବେ ପରିଚାଳିତ କରୁଛନ୍ତି ଲୁଣ୍ଟନ ପ୍ରକ୍ରିୟା। ଏଭଳି ଏକ ଅମାନୁଷିକ ତଥା ନିର୍ଦୟୀ ଭାବେ ଲୁଣ୍ଟନ ହୋଇଥିବା ଚିତ୍ର ସାମ୍ନା କୁ ଆସିଛି।ଯେଉଁଥିରେ ହିତାଧିକାରୀଙ୍କ ଚୟନ ଓ ଗୃହ ବଣ୍ଟନରେ କ୍ରମାନ୍ନୟରେ ନ ଦେଇ ତଳ ଉପର କରି କାର୍ୟାଦେଶ ଦେଇଥିବା,ଏବଂ ଗୃହ କାର୍ଯ୍ୟ ଆଦୋୖ ଆରମ୍ଭ ନ ହୋଇ ଟଙ୍କା ଖାଇ ସମସ୍ତ କିସ୍ତି ରିଲିଜ କରି ହରି ଲୁଟ ହୋଇଥିବା, ଓ ଗୋଟେ ଗୋଟେ ପରିବାର ଏକାଧିକ ଘର ପାଇବା ଭଳି ଦୃଶ୍ୟ ତଥା ଛବି କଥା କହୁଛି ଆର,ଟି,ଆଇ,ରିପୋର୍ଟ।ଯାହାକୁ ଆଧାର କରି ପୁଇଁତଲା ବ୍ଲକ ଅନ୍ତର୍ଗତ ଜାମଗାଁ ପଞ୍ଚାୟତ କାଲିଭନା ଗ୍ରାମର ସୁବାଷ ଚନ୍ଦ୍ର ଭୋଇ ଗ୍ରାମରେ ହୋଇଥିବା ଆବାସ ଯୋଜନାର ଅନିୟମିତତା କୁ ଆଧାର କରି ଆର,ଟି,ଆଇ, ରିପୋର୍ଟ ମାଗିଥିଲେ।ଯେଉଁଥିରେ ୨୦୧୬- ଓ ୧୭ ଆର୍ଥିକ ବର୍ଷ ମସିହାରୁ ୨୦୧୯ -ରୁ ୨୦ ପ୍ରଯନ୍ତ ଜାମଗାଁ ପଞ୍ଚାୟତ ରେ ମଞ୍ଜୁର କରାଯାଇଥିବା ପି,ଏମ,ଏ,ୟାଇ, ଓ ବିଜୁ ପକ୍କାଘର ଯୋଜନାରେ। ଘର ପାଇଥିବା ହିତାଧିକାରୀଙ୍କ ତାଲିକା ତଥ୍ୟ ଆଇନ ଦ୍ଵାରା ମାଗିଥିଲେ। ତାହା ପୁଣି ଉଚ୍ଚଧିକାରୀଙ୍କ  ଟାଳ ଟୁଳ ନୀତି ତଥା ଯୁଦ୍ଧକାଳୀନ ପ୍ରୟାସ ପରେ ୧୩,୩,୨୦୨୦ରେ  ଆବେଦନ କରିଥିବା ସୁବାଷ ଚନ୍ଦ୍ର ଭୋଇ ଙ୍କୁ ହସ୍ତଗତ କରାଯାଇଥିଲା। ଯେଉଁଥିରେ ଆର୍ଥିକ ବର୍ଷ ୨୦୧୮ -୧୯ ରେ ବିଜୁ ପକ୍କାଘର ଜାମଗାଁ ପଞ୍ଚାୟତ ରେ କୌଣସି ବ୍ୟକ୍ତି କୁ ଦିଆ ହୋଇ ନଥିବା ବେଳେ ଉଠିଛି ଲକ୍ଷ ଲକ୍ଷ ଟଙ୍କା।ଏବଂ ସମାନ ଭାବରେ ଗ୍ରାମୀଣ ଆବାସ ଯୋଜନା ସେକ୍ସନ ରେ ଏହି ସବୁ  ଆର୍ଥିକ ବର୍ଷରେ ବାଦ ପଡିଛନ୍ତି ଜାମଗାଁ ର ହିତାଧିକାରୀ ଯାହା ଏ ପ୍ରଯନ୍ତ କେଉଁ କାରଣରୁ  ସମୂହ ଗ୍ରାମବାସୀ ବାଦ ପଡିଛନ୍ତି ତାହା ମଧ୍ୟ ସରକାରୀ ଭାବେ କୌଣସି ତଥ୍ୟ ଉଲ୍ଲେଖ ନାହିଁ ହେଲେ ଉଠିଛି ଲକ୍ଷ ଲକ୍ଷ ଟଙ୍କା। ତାହା ପୁଣି ଗୋଟେ କି ଦିଟା ଆବାସ ଯୋଜନା ନୁହଁ  ଅସଂଖ୍ୟ। ଓ ଆର୍ଥିକ ବର୍ଷ ୨୦୧୫ ରୁ ୨୦୨୦ ଚଳିତ ବର୍ଷ ପ୍ରଯନ୍ତ ହୋଇ ଆସୁଛି ଅନିୟମିତତା। ଇନ୍ଦିରା ଆବାସ ଯୋଜନା,ବିଜୁପକ୍କା ଘର ଯୋଜନା,ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା,ରେ ଆଜି ପ୍ରଯନ୍ତ ହୋଇଆସିଛି ହରିଲୁଟ।ଯାହାକୁ ସିଧାସଳଖ ଅଭିଯୋଗ କାରୀ ସୁବାସ ଚନ୍ଦ୍ର ଭୋଇ  ବଲାଙ୍ଗୀର ଜିଲ୍ଲାପାଳ,ଡ଼ି,ଏସ,ପି,ଭିଜଲାନ୍ସ ବିଭାଗ,ଓ ୫ଟିସଚିବ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟଳୟ ଙ୍କୁ ଲିଖିତ ନିବେଦନ କରିଛନ୍ତି। ଯଥାଶୀଘ୍ର ଏହାର ତଦନ୍ତ ହେଉ ଓ ହରିଲୁଟ ରେ ସାମିଲ ଥିବା ସମସ୍ତ ସରକାରୀ ଓ ବେସରକାରୀ ଭାବେ କାର୍ଯ୍ୟରତ ଲୁଣ୍ଟନ ବ୍ୟକ୍ତି ଙ୍କୁ ପ୍ରତି ଦୃଢ଼ କାର୍ୟନୁଷ୍ଠାନ ନିଆଯାଉ ବୋଲି ନିଜ ବ୍ୟକ୍ତିଗତ ମତ ରଖିଛନ୍ତି।

0
0
0
s2sdefault