ହେଡଲାଇନସ୍:

ଛୋଟ ଚୋରକୁ ଗିରଫ, ଗୋଦାମରେ ଚଢ଼ାଉ କେବେ ?

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା(ସୁଭାଷ ସହାରେ):  ଝାରସୁଗୁଡ଼ାରେ ଏବେ ଚୋରଙ୍କ ଉପଦ୍ରବ ଚାଲିଥିବାର ଦେଖିବାକୁ ମିଳୁଛି କେବେ ବାଇକ ଚୋରି ତ କେବେ ଔଷଧ ଦୋକାନ ଚୋରି ତ କେବେ ଗଞ୍ଜେଇ ଚାଲାଣ ତ କେବେ ଲୁହା ଚୋରି ବଢି ଚାଲିଥିବାର ପୃଥକ ପୃଥକ ଘଟଣା ସାମ୍ନା କୁ ଆସୁଛି ଗତ ଜୁଲାଇ ୧୨ ତାରିଖରେ ୩ କୁଇଣ୍ଟେଲ  ଲୁହା ଏଙ୍ଗଲ   ବେହେରାପାଟ ଏକ ଲୁହା ଫେବ୍ରିକେସନ ଦୋକାନରୁ ଚୋରୀ ହେଇଥିବାର ଲିଖିତ ଅଭିଯୋଗ ପରେ ବଡ଼ମାଲ ପୋଲିସ ଦ୍ୱାରା ଚୋରି ରେ ସମ୍ପୃକ୍ତ ୫ ଜଣ ଚୋରମାନଙ୍କୁ ଧରିବାରେ ସଫଳତା ହାସଲ କରିଛି କୁକୁରଜଙ୍ଘର ହରେକୃଷ୍ଣ ପୁର ରୂପକ ଗୁରୁ, ଲକ୍ଷ୍ମଣ ସାହୁ, ବୁଲୁ ସାହୁ, ଲଳିତ ରୋହୀଦାଶ ଓ ଜିତେନ ସିଦର କୁ କୋର୍ଟ ଚାଲାଣ କରିଛି ଏମାନଙ୍କ ମଧ୍ୟରୁ ରୂପକ ବିରୋଧରେ ଏକାଧିକ ମାମଲା ରହିଛି । ହେଲେ ଚୋରି ହେଇଥିବା ଚେନେଲ, ସିଟସ, ଏଙ୍ଗଲ ଓ ଲୁହା ସାମଗ୍ରୀ ଜବତ ବିଷୟରେ ସବିଶେଷ ସୂଚନା ଥାନା ଦ୍ୱାରା ଦିଆଯାଇ ନ ଥିବା ବେଳେ ଗତ କିଛି ବର୍ଷ ହେଲା ବିଟିଏମ ଫାଣ୍ଡି ଅଞ୍ଚଳ ରୁ ମାତ୍ର ୫୦୦ ମିଟର ରେ ଏକ ଲୁହା ଗୋଦାମ ରହିଛି ଏହି ଗଦାମ୍ ମାଲିକ ବାହାର ସୁନ୍ଦରଗଡ ଜିଲ୍ଲାର ରାଉରକେଲା ଅଞ୍ଚଳର ହୋଇଥିବାବେଳେ ବାରମ୍ବାର ବିଭିନ୍ନ ଲୁହା ,ତମ୍ବା ଓ ଅନ୍ୟାନ୍ୟ ଶିଳ୍ପସଂସ୍ଥା ଗୁଡିକର ଚୋରି ହେଉଥିବାର ନଜିର ଥିବା ବେଳେ କାହିଁକି ଏହି ଗୋଦାମକୁ କେବେ ହେଲେ ରେଡ଼ ମରାଯାଉନାହିଁ ଏବଂ ଚୋର ମାନେ ଚୋରି ସାମଗ୍ରୀ ସ୍ଥାନୀୟ ଟେଲିଭଟା, ବେହେରାମାଲ ନିକଟରେ ମଧ୍ୟ ଗୋଦାମରେ ବିକ୍ରି କରିଥିବାର ଦେଖିବାକୁ ମିଳିଛି ହେଲେ ଏହି ବିଟିଏମ ଅଞ୍ଚଳ ରେ ଥିବା ଗୋଦାମ ସମସ୍ତ ଗୋଦାମର ସାମଗ୍ରୀ ସଂଗ୍ରହ କରି ରାଉରକେଲାରେ ଭାରିଯାନ ଦ୍ୱାରା  ସ୍ଥାନାନ୍ତର କରୁଥିବାର ସ୍ଥାନୀୟ ଅଂଚଳ ଲୋକମାନେ ମତପୋଷଣ କରିଥିବାର ଦେଖିବାକୁ ମିଳିଛି ଏବଂ ଦିନ ରାତି ବୁଲା ଫେରିବାଲା ଓ ଅନ୍ୟାନ୍ୟ ଯୁବକ ମାନେ ବିଭିନ୍ନ ସମୟରେ ଚୋରି ସାମଗ୍ରୀ ବିକ୍ରି କରୁଥିବାର ଦରଖାଦେଇଥାଏ ।ହେଲେ ଆଶ୍ଚର୍ଯ୍ୟ କଥା ଯେ କିଭଳି ବଡ଼ମାଲ ପୋଲିସ ଓ ବିଟିଏମ ଫାଣ୍ଡି ପୋଲିସ ଏହି ଲୁହା ଗୋଦାମ ମାଲିକ କୁ ଧରିବାରେ ବିଫଳ ହେଉଛନ୍ତି ଓ ଛୋଟ ଛୋଟ ଲୁହା ଚୋର ମାନଙ୍କୁ ଧରି ବଡ଼ ଗୋଦାମ ବେପାରୀଙ୍କୁ  ଧରିବାର ପଛାଉଛନ୍ତି ଯାହାଦ୍ୱାରା ପୋଲିସ ଭୂମିକାରେ ବୁଦ୍ଧିଜୀବୀଙ୍କ ସନ୍ଦେହ ବଢ଼ିବାରେ ଲାଗିଥିବାର ଦେଖିବାକୁ ମିଳିଛି ଏବଂ ଦିନକୁ ଦିନ ଲୁହା ଚୋରି ଘଟଣା ବଢ଼ିବାରେ ଲାଗିଛି ।ଯଥା ଶୀଘ୍ର ପୋଲିସ ବିଭାଗ ବଡ଼ ଅଧିକାରୀ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ବହୁ ଚୋରି ଜନିତ ଘଟଣା ବୃଦ୍ଧି ପାଇପାରେ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

 

 

 

 

 

0
0
0
s2sdefault