ହେଡଲାଇନସ୍:

୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ୍ ହାତରେ ଧରା ପଡିଲେ ୱେଷ୍କୋ ଜେଇ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡା(ଅମିତ ପୁରୋହିତ) ; ଉଠା ଜଳ ସେଚନ ବିଦ୍ୟୁତିକରଣ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ୱେଷ୍କୋ ଜେ.ଇ ରାଜ କିଶୋର ସାହୁ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ତାଙ୍କୁ ନୂଆପଡା ଭିଜିଲାନ୍ସ ଗିରଫ କରି ଭବାନିପାଟଣା ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଛି । 

ସୂଚନାନୁସାରେ ଲାଲୁ ସାହୁ ତାଙ୍କ ସ୍ତ୍ରୀ ଟିକେଶ୍ୱରୀ ସାହୁଙ୍କ ନାମରେ ଉଠାଜଳ ସେଚନର ବିଦ୍ୟୁତିକରଣ ସଂଯୋଗ ପାଇଁ ଜେଇ ଶ୍ରୀ ସାହୁଙ୍କ ସହିତ ଯୋଗାଯୋଗ କରିଥିଲେ । ସଂଯୋଗୀକରଣ  ପାଇଁ ଶ୍ରୀ ସାହୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଲାଲୁ ସାହୁ ଗତ ୧୩ ତାରିଖ ଦିନ ୪୬୦୦ ଟଙ୍କା ଅଗ୍ରୀମ ଦେଇ ବକେୟା ରାଶି ବୁଧବାର ଅର୍ଥାତ ଆଜି ଦେବାକୁ ପ୍ରତିଶୃତି ଦେଇଥିଲେ । ଏନେଇ ଶ୍ରୀ ସାହୁ ଭିଜିଲାନ୍ସ  ନୂଆପଡା ୟୁନିଟର ଦ୍ୱାରସ୍ଥ ହୋଇଥିଲେ । ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ଦଳ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ରାଜ କିଶୋର ସାହୁ ଙ୍କୁ ଲାଞ୍ଚ ନେବା ସମୟରେ ଧରିବାର ବ୍ୟବସ୍ଥା କରିଥିଲେ । ଲାଲୁ ସାହୁଙ୍କ ଠାରୁ ୧୦ ହଜାର ଟଙ୍କା ରଙ୍ଗବୋଳା ୫୦୦ ଟଙ୍କିଆ ନୋଟ ନେବା ସମୟରେ ଚଢଉ କରି ଜବତ କରିଥିଲେ । ବିଦୁ୍ୟତ ସଂଯୋଜିକରଣ ପାଇଁ ଲାଞ୍ଚ ନେଉଥିବା ରାଜ କିଶୋର ସାହୁ ଙ୍କ ନାମ ରେ ଆଗରୁ ମଧ୍ୟ ବହୁବାର ଅଭିଯୋଗ ହୋଇ ଆସୁଥିଲା । ଆଜି ନୂଆପଡା ଭିଜିଲାନ୍ସ  ୟୁନିଟ ତାଙ୍କୁ ଗିରଫ କରି ଭବାନିପାଟଣା କୋର୍ଟ କୁ ପଠାଇ ଦେଇଛି । ଏକ କାଳିନ ତାଙ୍କର ନୂଆପଡା ସ୍ଥିତ ଭଡା ଘର ବାସଭବନ ଓ ଜଗତସିଂପୁର ଜିଲ୍ଲା ସଦର ମହକୁମା ସ୍ଥିତ ନିଜସ୍ୱ ବାସଭବନରେ ଚଢାଉ ଜାରି ରହିଛି । ଏନେଇ ରାଜକିଶୋର ସାହୁଙ୍କୁ ପଚାରିବାରୁ ଲାଲୁ ସାହୁ ଅନୈତିକ ବିଦ୍ୟୁତିକରଣ କରି କଟା ଯାଇଥିବା ପାଉଣା ତଣ୍ଡ ଆକାରରେ ଦେଉଥିବା ବେଳେ ମତେ ଭିଜିଲାନ୍ସ ଗିରଫ କରିଛି ବୋଲି କହିଛନ୍ତି । 

 

0
0
0
s2sdefault