ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ( ସିବିଏସଇ) ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି | ସାମଗ୍ରିକ ପାସ ହାର ୮୮.୭୮ ରହିଥିବା ଜଣାପଡିଛି | ମୋଟା ୧୩୧୦୯ ଟି ସ୍କୁଲର ୧୧୯୨୯୬୧ ଜଣ ଛାତ୍ରଛାତ୍ରୀ ୪୯୮୪ ଟି କେନ୍ଦ୍ରରେ ପରୀକ୍ଷା ଦେଇଥିବା ବେଲେ ୧୦୫୯୦୮୦ଜଣ ପାସ ହୋଇଛନ୍ତି | ଗତବର୍ଷ ଠାରୁ ପାସ ହାର ୫.୩୮% ବୃଦ୍ଧି ପାଇଥିବା ଜଣାପଡିଛି | ସର୍ବାଧିକ ଫଳ ୯୭.୬୭ ତ୍ରିବେନ୍ଦ୍ରମ ରିଜିଅନରୁ ହୋଇଥିବା ବେଳେ ଭୁବନେଶ୍ୱର ରିଜିଅନରୁ ୯୧.୪୬% ପାସ ହୋଇଛନ୍ତି |













