ହେଡଲାଇନସ୍:

ଆଜି ଚିହ୍ନଟ ହେଲେ 616 କରୋନା ଆକ୍ରାନ୍ତ : ପ୍ରାଣ ହରାଇଛନ୍ତି ୬ଜଣ |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର :  ଆଜି ଚିହ୍ନଟ ହେଲେ ଓଡ଼ିଶାରେ ୬୧୬  | ୨୩ ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟାଇନରୁ ୪୧୫  ଚିହ୍ନଟ ହୋଇଥିବା ବେଳେ ସାଧାରଣ ଅଂଚଳରୁ ୨୦୧ ଜଣ | ଫଳରେ ରାଜ୍ୟରେ ପଜିଟିଭ ସଂଖ୍ୟା ୧୩୭୩୭  ପହଂଚିଛି | ଏ ଯାବତ ସକ୍ରିୟଙ୍କ ସଂଖ୍ୟା ୪୮୯୬ ରହିଛି |  ଆଜି ଚିହ୍ନଟଙ୍କ ମଧ୍ୟରେ ସର୍ବାଧିକ ୨୮୩ ଜଣ ଅଛନ୍ତି ଗଂଜାମରୁ | ଆଜି କରୋନାରେ ପ୍ରାଣ ହରାଇଛନ୍ତି ୬ଜଣ | ସେମାନଙ୍କ ମଧ୍ୟରେ ୪ ଜଣ ଗଞ୍ଜାମରୁ ଆଉ କଟକ ଓ ଖୋର୍ଦ୍ଧାରୁ ଜଣେ ଲେଖାଏ ପ୍ରାଣ ହରାଇଥିବା ଜନପାରଛି | ମୃତ୍ୟୁ ସଂଖ୍ୟା ପହଁଚିଲା ୭୦ରେ | 

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତକ ମଧ୍ୟରେ ଅନୁଗୋଳ ୭, ବାଲେଶ୍ୱରରୁ ୨୭ଜଣ, ବରଗଡ଼ରୁ ୩୧ଜଣ, ଭଦ୍ରକରୁ ୨ଜଣ. ବଲାଙ୍ଗିରରୁ ୨,କଟକରୁ ୨୩, ଢେଙ୍କାନାଳରୁ ୭, ଗଜପତିରୁ ଜଣେ, ଗଞ୍ଜାମରୁ ୨୮୩ଜଣ, ଜଗତସିହଂପୁରରୁ ୧୮ଜଣ, ଯାଜପୁର ୧୭ଜଣ, ଝାରସୁଗୁଡ଼ାରୁ ୧୧ଜଣ, କନ୍ଧମାଳ ରୁ୬ଜଣ, କେନ୍ଦ୍ରାପଡ଼ାରୁ ଜଣେ, କେନ୍ଦୁଝରରୁ ୨୩ଜଣ, ଖୋର୍ଦ୍ଧାରୁ ୨୯ ଜଣ, କୋରାପୁଟରୁ ୫୦ଜଣ, ମାଲକାନଗିରିରୁ ୧୪ଜଣ, ମୟୂରଭଞ୍ଜ ୧୩ଜଣ, ନବରଂଗପୁରରୁ ୪୦ଜଣ, ନୂଆପଡା ୫ଜଣ, ପୁରୀ ଜଣେ ଓ ସୁନ୍ଦରଗଡରୁ ୫ଜଣ ଚିହ୍ନଟ ହୋଇଛନ୍ତି | 

0
0
0
s2sdefault