ସଂକ୍ରମିତଙ୍କ ସଂଖ୍ୟା ଦୃତ ବୃଦ୍ଧି ହେବା ଆଶଙ୍କାରେ ଅଂଚଳ ବାସୀ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ କୁରାଳ ସୁନାମୁହିଁ ଅଂଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତ ବୃଦ୍ଧି ହୋଇପାରେ ବୋଲି ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି । କାରଣ ସ୍ଥାନୀୟ ଅଂଚଳର ଯୁବକମାନେ ବିଭିନ୍ନ କାରଣରୁ ଗଞ୍ଜାମ ଜିଲ୍ଲାକୁ ଯାଇ ସେଠାରୁ ଫେରିବା ପରେ ସେମାନେ ସଂକ୍ରମିତ ହୋଇଥିବା ଜଣାପଡିଛି । ବର୍ତମାନ ସେମାନେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି । ଗତକାଲି କୁରାଳର ଜଣେ ଯୁବକ ସଂକ୍ରମିତ ଚିହ୍ନଟ ଯୁବକଙ୍କ ସଂକ୍ରମଣ ତଥ୍ୟ ସଂମ୍ପର୍କରୁ ଜଣାଯାଏ । ସେ ଗଞ୍ଜାମ ଜିଲ୍ଲା ଆସ୍କା ନିକଟ ମାମୁଁଙ୍କ ବାହାଘରକୁ ଯାଇଥିଲେ । ପଡୋଶୀଘରେ ଶୁଆବସା କରିଥିଲେ । କିଛିଦିନ ପରେ କୁରାଳ ଫେରିଥିଲେ । ମାମୁଁଙ୍କ ପଡୋଶୀଘରେ ଶୋଇଥିବା ଜଣେ ସାଙ୍ଗଙ୍କ କରୋନାରେ ମୃତ୍ୟୁ ଖବର ଶୁଣି କୁରାଳର ଯୁବକ ଜଣକ ନିଜର ସ୍ୱାବ ପରୀକ୍ଷା କରିଥିଲେ । ଏବଂ କାଲି ସେ ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି । ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସଂକ୍ରମିତ ଚିହ୍ନଟ ହେବା ପୂର୍ବରୁ ସେ ଯୁବକ ଜଣକ ସାଙ୍ଗସାଥି ପରିବାର ସହିତ ଗାଁର ବିଭିନ୍ନ ସ୍ଥାନରେ ସ୍ୱାଭାବିକ ଭାବେ ମିଶିଥିଲେ । ସେପରି ଓଡ଼ଗାଁ ପ୍ରଥମ ଚିହ୍ନଟ ଜଣକ ଗଞ୍ଜାମରୁ ଓଡ଼ଗାଁ ଘରକୁ ଆସିଥିବା ବେଳେ ସ୍ୱାବ ପରୀକ୍ଷା ଦ୍ୱାରା ସଂକ୍ରମିତ ଜଣାପଡିଥିଲେ । ଜିଲ୍ଲାରେ ଏକ ଅର୍ଥଲଗାଣକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ୨ଜଣ ଯୁବକ ଗତ ୯ତାରିଖ ସଂନ୍ଧ୍ୟା ୭ ବେଳେ ନିଜଗାଁ ଓଡ଼ଗାଁ ନିକଟ ମଶାବାରୀ ଗ୍ରାମକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ୮.୩୦ ସମୟରେ ଜଣେ ଯୁବକ କରୋନା ସଂକ୍ରମିତ ଜଣା ପଡିବା ପରେ ସେହିରାତିରେ ଯୁବକ ଜଣକ ନିଜ ସ୍ଥାନକୁ ଫେରି ଯାଇଥିଲେ । ସେଠାରୁ ତାଙ୍କୁୁ କୋଭିଡ ଡାକ୍ତରଖାନା ନିଆଯାଇଥିଲା । ତାଙ୍କ ସହିତ ଥିବା ଯୁବକଙ୍କୁ ସଂଗରୋଧରେ ରଖା ଯାଇଥିବା ବେଳେ ମଶାବାରୀରେ ସେମାନଙ୍କ ପରିବାର ସଂଗରୋଧରେ ଥିବା ଜଣାଯାଇଛି । ଏଠାରେ ପ୍ରଶ୍ନ ଉଠେ ଗଞ୍ଜାମ-ନୟାଗଡ଼ ଜିଲ୍ଲା ସୀଲ ହୋଇଥିବା ବେଳେ ଏ ୨ଜଣ ନୟାଗଡ଼ ସିମାରେ ପ୍ରବେଶ କଲେ କିପରି ? ଏହିପରି ଗଳାବାଟରେ ଗଞ୍ଜାମରୁ ନୟାଗଡ଼କୁ ଅବାଧ ଜିବା ଆସିବା ଲାଗି ରହିଲେ କରୋନା ସଂକ୍ରମିତଙ୍କୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇ ପଡିବ । ସୁନାମୁହିଁର ପ୍ରଥମ ସ୍ପ୍ରେଡ଼ର ଡାକ୍ତରଖାନାରୁ ଫେରି ଆସିଲେଣି । ହେଲେ ତାଙ୍କ ଦ୍ୱାରା ହୋଇଥିବା ସଂକ୍ରମଣ ଅଟକିବାର ନାଧରୁନି । ତେଣୁ ଏଥିପ୍ରତି ପ୍ରଶାସନ ଏବଂ ସ୍ଥାନୀୟ ଅଂଚଳବାସୀ ସାବଧାନ ରହିବା ଆବଶ୍ୟକ ହୋଇପଡିଛି ।











