ହେଡଲାଇନସ୍:

କରୋନା ଆକ୍ରାନ୍ତ ବିଧାୟକ  ପ୍ରଶାନ୍ତ ଓ ସୁକାନ୍ତଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

କଲେ ଆସୁ ଆରୋଗ୍ୟ କାମନା, କରୋନା ଯୋଦ୍ଧାଙ୍କ  ସହ ବି କଲେ ଆଲୋଚନା 

ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ଆକ୍ରାନ୍ତ ସଲେପୁର ବିଧାୟକ ପ୍ରଶାନ୍ତ ବେହେରା ଓ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଫୋନ ଯୋଗେ  ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରିବା ସହ ସେମାନଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି | 

ଏହା ସହିତ ବିଭିନ୍ନ କୋଭିଡ ସେଣ୍ଟରରେ ଚିକିତ୍ସିତ ହେଉଥିବା  କରୋନା ଆକ୍ରାନ୍ତ କରୋନା ଯୋଦ୍ଧାମାନଙ୍କ ସହ ବି ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି | ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଆସୁ ଆରୋଗ୍ୟ କାମନା କରିଥିଲେ | କରୋନା ଲଢେଇରେ ସେମାନଙ୍କ ଗୁରୁତ୍ୱପୂର୍ଣ ଅବଦାନକୁ ପ୍ରଶଂସା କରିବା ସହ ସେମାନଙ୍କ ଭଲ କାମ ପାଇଁ ସବୁ ପ୍ରକାର ସହାୟତାର ପ୍ରତିଶ୍ରୁତି ଦେଇଥିଲେ | 

ବିଭିନ୍ନ କୋଭିଡ ସେଣ୍ଟରରେ ଚିକିତ୍ସିତ ହେଉଥିବା  କରୋନା ଆକ୍ରାନ୍ତଙ୍କ ସହ ବି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ | ସେମାନଙ୍କ ମସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ସେଠାରେ ଉପଲବ୍ଧ ହେଉଥିବା ସେବା ଓ ସୁବିଧା ସୁଯୋଗ ବିଷୟରେ ଜାଣିବାକୁ ଚାହିଁଥିଲେ | ସୂଚନାଯୋଗ୍ୟ ଯେ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତାର ଭାବେ କୋଭିଡ ରୋଗୀ ଓ କୋଭିଡ ଯୋଦ୍ଧାଙ୍କ ସହ ଆଲୋଚା କରି ଆସୁଛନ୍ତି | ନିକଟରେ କୋଭିଡ ଯୋଦ୍ଧା ଓ କୋଭିଡ ଆକ୍ରାନ୍ତଙ୍କ ସହ ମୋ ସରକାର କାର୍ଯ୍ୟକ୍ରମ ଅନ୍ତର୍ଗତ ଆଲୋଚନା କରି ଫିଡ଼ବ୍ୟାକ ହାସଲ କରିବା ପାଇଁ   ମୁଖ୍ୟମନ୍ତ୍ରୀ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ | 

 

0
0
0
s2sdefault