ହେଡଲାଇନସ୍:

ଜମି ପ୍ରସ୍ତୁତ : ଧାନ ତଳିକୁ ନେଇ ଚିନ୍ତିତ ଚାଷୀ, ବର୍ଷା ହେଲେ ଆଗେଇବ ଚାଷ କାର୍ଯ୍ୟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମ. ରାମପୁର(ଜଗତ ସାହୁ) :  ଠିକ ସମୟରେ ଚାଷୀଙ୍କ ଚାହିଦା ମୁତାବକ ସରକାରୀ ଧାନ ବିହନ ନମିଳିବାରୁ ଏବର୍ଷ କଳାହାଣ୍ଡି ଜିଲ୍ଲାରେ ଧାନ ଚାଷ ପ୍ରକ୍ରିୟା  ଟିକିଏ ଧିମେଇ ଯାଇଛି । ସରକାରୀ ବିହନକୁ ଅପେକ୍ଷା କରି କରି ନିରାଶ ହେବାପରେ ଚାଷୀମାନେ ବାଧ୍ୟହୋଇ ଅଧିକ ମୂଲ୍ୟରେ କମ୍ପାନୀ ଧାନ କିଣି ତଳି ପକାଇଥିଲେ । କିନ୍ତୁ ଦିଶl ନାମକ କମ୍ପାନୀର ପୂଜା ଧାନ ସମ୍ପୂର୍ଣ୍ଣ ଗଜା ନ ହେବାରୁ ଚାଷୀ ଏବେ ପୁଣି ଥରେ ଅନ୍ୟ କମ୍ପାନୀର ଧାନ ଆଣି ଅଛରା ତଳି ପକାଉଥିବା ଅଭିହୋଗ ହେଉଛି । ଅଣଜଳସେଚିତ ଅଞ୍ଚଳର ଚାଷୀମାନଙ୍କ ମଧ୍ୟରୁ ଅନେକ କ୍ଷେତ୍ର ପ୍ରସ୍ତୁତି କରି ସାରିଛନ୍ତି । କିନ୍ତୁ ତଳି ଚିନ୍ତା ସହ ବର୍ଷା ସାଜିଛି ବାଧକ । କିଛି ଦିନ ହେଲା ବର୍ଷା ଉଭାନ ହୋଇଯାଇଥିବା ବେଳେ ଆଗକୁ ବର୍ଷାହେଲେ ଆଗେଇବ ଚାଷ କାର୍ଯ୍ୟ । ତେବେ ଜିଲ୍ଲାର ଜଳସେଚିତ ଅଞ୍ଚଳ ତଥା ବର୍ଷା ଜଳ ସଂରକ୍ଷଣ ହୋଇ ପାରୁଥିବା ଅଞ୍ଚଳ ମାନଙ୍କରେ ତଳି ରୋପିବା କାର୍ଯ୍ୟ ଏବେ ଏବେ ଆରମ୍ଭ ହବାକୁ ଯାଉଛି।

ସୂଚନା ମୁତାବକ ଚଳିତ ବର୍ଷ ଖରିଫ ଋତୁରେ କଳାହାଣ୍ଡି ଜିଲ୍ଲାର ୨ ଲକ୍ଷ ୪ ହଜାର ୪୫୮ ହେକ୍ଟର ଜମିରେ ଧାନଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ପ୍ରାୟ ୭୦ ହଜାର କ୍ବୁଣ୍ଟାଲ ଧାନ ବିହନର ଆବଶ୍ୟକତା ରହିଛି । ତେବେ ରାଜ୍ୟ ସରକାର ବିହନ ନିଗମ ମାଧ୍ୟମରେ ମାତ୍ର ୨୫ ହଜାର କ୍ବୁଣ୍ଟାଲ ଧାନ ବିହନ ଯୋଗାଣ କରିଥିଲେ । ଅନ୍ୟ ବର୍ଷ ପରି ଏବର୍ଷ ମଧ୍ୟ ଚାଷୀଙ୍କ ଚାହିଦା ମୁତାବକ ଧାନ ବିହନ ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି । ଏପଟେ କମ୍ପାନୀ ବିହନର ଦାମ ଆକାଶଛୁଆଁ ହୋଇଥିଲେ ମଧ୍ୟ ବାଧ୍ୟ ହୋଇ ତାକୁ କିଣି ତଳି ପକାଇଛି ଚାଷୀ । ମ. ରାମପୁର ବ୍ଲକରେ କିଛି ଚାଷୀ ଅଭିଯୋଗ କରିଛନ୍ତି ଯେ ଦିଶା ନାମକ ଏକ ସଂସ୍ଥା ର ପୂଜା ଧାନ ନିମ୍ନ ମାନର ହୋଇଥିବା ସହ ଧାନରେ ବିହନ ବିଶୋଧନ ଔଷଧ ନ ଥିବା ତଥା ବିହନ ରେ କିଛି ପୋକ ଥିବାର ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି।

 

0
0
0
s2sdefault