ହେଡଲାଇନସ୍:

ସମ୍ବଲପୁର ପୋଲିସକୁ ବଡ ସଫଳତା : ୧୨ ଘଣ୍ଟା ଭିତରେ ଅପହୃତ ସମାଜସେବୀ, ସାମ୍ବାଦିକ ନରେଶ କୁମାର ଅଗ୍ରୱାଲ ହେଲେ ଉଦ୍ଧାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର  (ରମାକାନ୍ତ ବିଶ୍ବାଳ ): ବନ୍ଧୁକ ମୁନରେ ସମ୍ବଲପୁର- ଝାରସୁଗୁଡା ବିଜୁ ଏକ୍ସପ୍ରେସ୍ ୱେ  ଶାସନ ନିକଟରୁ ଅପହରଣ ହୋଇଥିବା ସମ୍ବଲପୁର ର ବିଶିଷ୍ଠ ବ୍ୟବସାୟୀ ତଥା ସମାଜସେବୀ, ସାମ୍ବାଦିକ ନରେଶ କୁମାର ଅଗ୍ରୱାଲ ଙ୍କୁ  ୧୨ ଘଣ୍ଟା ପରେ ସହର ଉପକଣ୍ଠ ହୀରାକୁଦ ଏଫସିଆଇ ଗୋଦାମ ନିକଟରୁ ଉଦ୍ଧାର କରାଯାଇଛି l ସ୍ପଷ୍ଟ ଦିବାଲୋକ ରେ ବନ୍ଧୁକ ମୁନରେ ନରେଶ କୁମାର ଅଗ୍ରୱାଲ ଙ୍କୁ ଶୁକ୍ରବାର ଅପହରଣ କରାଯାଇଥିବା ନେଇ ପରିବାର ପକ୍ଷରୁ ଶାସନ ଥାନାରେ ଏତେଲା ଦିଆଯିବା ପରେ ପୋଲିସ ପକ୍ଷରୁ ବ୍ୟାପକ ମାତ୍ର ରେ ନାକା ବନ୍ଦୀ କରିବା ସହ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା l ରାତ୍ର ପ୍ରାୟ  ୧୨ ଟା ପରେ  ବ୍ୟବସାୟୀ ଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ବୋଲି ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ଡ଼. କନୱାର  ବିଶାଳ ସିଂ ସୂଚନା ଦେଇଛନ୍ତି l ଅପହରଣକାରୀ ଙ୍କୁ ଧରିବା ପାଇଁ ପୋଲିସ ହୀରାକୁଦ ଥାନା ଗଣ୍ଡମୁଣ୍ଡା ଅଂଚଳରେ  ରାତି ଅଧିଆ ଚଢାଉ କରିଛି l 

             ରାତ୍ର ପ୍ରାୟ ୧୨ ଟା ପାଖାପାଖି ଏକ ଧଳା ରଙ୍ଗ ର କାର ରେମେଡ଼ ଛକ ଦେଇ ଯାଉଥିବା ଦେଖି ପୋଲିସ ଅଟକାଇ ଥିଲା l ମାତ୍ର, ଗାଡି ଟି ଦ୍ରୁତ ଗତି ରେ ହୀରାକୁଦ ପଟକୁ ଯିବାରୁ ପୋଲିସ ପକ୍ଷରୁ ପିଛା କରାଯିବା ସହ ୩ ରାଉଣ୍ଡ ଗୁଳି ଚାଳନା କରିଥିଲା l ମାତ୍ର ଅପହରଣ କାରୀ ହୀରାକୁଦ ଏଫସିଆଇ ଗୋଦାମ ନିକଟରେ ନରେଶ ଅଗ୍ରୱାଲ ଙ୍କୁ ରାସ୍ତା  କଡରେ ଫିଙ୍ଗି ଫେରାର ହୋଇଯାଇଥିଲେ l

    ସୂଚନା ଯୋଗ୍ୟ ଯେ, ବ୍ୟବସାୟୀ ନରେଶ କୁମାର ଅଗ୍ରୱାଲ  ନିଜ କାର ନମ୍ବର ଓଡ଼ି ୧୫ କେ ୬୭୮୯ ରେ ରେମେଡ଼ ସ୍ଥିତ ନିଜ ଘରୁ ରୁ ଶୁକ୍ରବାର ଶାସନ ଯାଇଥିଲେ l ରାଜପଥ କଡରେ କୌଣସି ଏକ କାମ ରେ ଡ୍ରାଇଭର ଯାଇଥିବା ସମୟରେ କିଛି ଦୁର୍ବୁତ ତାଙ୍କୁ ସେଠାରୁ  ଉଠାଇ ନେଇ ଫେରାର ହୋଇଯାଇଥିଲେ । ଏହା ସହିତ ଦୁର୍ବୁତ ମାନେ କାର ଟିର ଆଗ  ଚକ ୨ ଟିର ପବନ ଖୋଲି ଦେଇଥିଲେ l ଏ ସମ୍ପର୍କ ରେ ଅପହୃତ ନରେଶ କୁମାର ଅଗ୍ରୱାଲ ଙ୍କ ପୁଅ ଦୀପକ ଅଗ୍ରୱାଲ ଶାସନ ଥାନା ରେ ଲିଖିତ ଅଭିଯୋଗ କରିଥିଲେ l ଘଟଣାସ୍ଥଳକୁ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଡ଼. କନୱାର ବିଶାଳ ସିଂ ପହଂଚି ସବିଶେଷ ତଥ୍ୟ ସଂଗ୍ରହ କରିବା ସହିତ  ୫ ଟି ଟିମ ଗଠନ କରି  ଘଟଣା ଉପରେ ନଜର ରଖି ଅନୁସନ୍ଧାନ ଆରମ୍ଭ କରିଥିଲେ l ଅପହୃତ ନରେଶ କୁମାର ଅଗ୍ରୱାଲ ଙ୍କ ଡ୍ରାଇଭର କୁ  ପୋଲିସ ଶାସନ ଥାନା ରେ ଅଟକ ରଖି ପଚରାଉଚାରା କରିଥିଲା l

0
0
0
s2sdefault