ଭୁବନେଶ୍ୱର (ଶାସକ ପ୍ରଶାସକ) : "ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odishaଙ୍କ ନିର୍ଦ୍ଦେଶକ୍ରମେ ଆନୁଷ୍ଠାନିକ କ୍ୱାରାଣ୍ଟାଇନକୁ ସଫଳତାର ସହ ପୁରା କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୨,୦୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯାଉଛି। ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏପର୍ଯ୍ୟନ୍ତ ୬୫ କୋଟି ୭ ଲକ୍ଷ ୯୯ ହଜାର ଟଙ୍କା ପ୍ରଦାନ କରାଯାଇଛି।" ବୋଲି ସ୍ୱାସ୍ଥ୍ୟ ବିଭାଗର ଏକ ଟୁଇଟରେ କୁହାଯାଇଛି |
ତାମାନେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟି ଏ ଯାବତ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଆଧାରରେ କ୍ଵାରେଣ୍ଟାଇନ ଅବଧି ସାରି ଘରକୁ ଫେରୁଥିବା ଲୋକଙ୍କୁ ୨୦୦୦ ଟଙ୍କା ଲେଖାଏ 65,07,99,000/- ପ୍ରଦାନ କରାଗଲାଣି | ଅବଶ୍ୟ ଲୋକ ସଂଖ୍ୟା ଉଲ୍ଲେଖ କରିନାହାନ୍ତି | ତେଣୁ 65,07,99,000/-ଟଙ୍କାକୁ ଦୁଇ ହଜାର ଟଙ୍କାରେ ହରି ଦେଲେ ସଂଖ୍ୟା ଆସିଯିବ | ହେଲେ ହାରିଲା ବେଳକୁ ଗୋଟାଏ ଅଛିଣ୍ଡା ବା ଦଶମିକ ସଂଖ୍ୟା ଆସୁଛି | ମାନେ ୩,୨୫,୩୯୯ ଜଣ ୨୦୦୦ ଲେଖାଏ ପାଇ ଆଉ ୧୦୦୦ ଟଙ୍କା ବଳିଯାଉଛି | ତେବେ ଏ ହଜାରେ ଟଙ୍କା କାହାକୁ ଦିଆଗଲା ଟିକେ ବୁଝି ହେଉନି | ଏମିତି ହେଇଥିବ ବୋଧେ, ଜଣେ କାହାକୁ ହଜାରେ ଟଙ୍କା ବି ଧରେଇ ଦେଇଥିବେ ! ଅବଶ୍ୟ ଛୋଟିଆ ହିସାବ ଟିଏ, ଧରିବା କଥା ନୁହେଁ | ହେଲେ ସରକାରଙ୍କ ହିସାବ କୋଉଠି ଗୋଟେ ଅଳିଆ ହେଇଯାଇଥିବା ଅବା ଗୋଳିଆ ଥିବ |