ପାଲଲହଡ଼ା/ସୁଶାନ୍ତ କୁମାର ବେହେରା : ଅନୁଗୋଳ ଜିଲ୍ଲାର ପାଲଲହଡ଼ା ବ୍ଲକ ଅନ୍ତର୍ଗତ ଖମାର ଠାରେ ଥିବା ସରକାରୀ ଗୋଷ୍ଠୀ କେନ୍ଦ୍ରରେ ନିର୍ମିତ ତିନିଗୋଟି ଗୃହ ଲୋକାର୍ପିତ ହୋଇଯାଇଛି । ପାଲଲହଡ଼ା ବିଧାୟକ ଶ୍ରୀ ମୁକେଶ କୁମାର ପାଳ ଏହି ତିନୋଟି ସ୍ୱତନ୍ତ୍ର ଗୃହକୁ ଉଦ୍ଘାଟନ କରିଛନ୍ତି | ୧ କୋଟି ୨୮ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇ ଲୋକାର୍ପିତ ହୋଇଥିବା ପ୍ରକୋଷ୍ଠ ଗୁଡିକ ସ୍ତ୍ରୀ ଓ ପ୍ରସୂତି ବିଭାଗ, ଅସ୍ତ୍ରୋପଚାର ବିଭାଗ ଏବଂ ଅଫିସ୍ ଗୃହ ଭାବେ କାର୍ଯ୍ୟକ୍ଷମ ହେବ ।
ବିଧାୟକ ଶ୍ରୀ ମୁକେଶ କୁମାର ପାଳ ଭିତିଭୂମି ପ୍ରସ୍ତୁତି କରିଥିଲେ ଏବଂ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ କରୋନା ଭାଇରସ୍ ପରିପ୍ରେକ୍ଷୀରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ପାଲଲହଡ଼ା ପଚାଂୟତ ସମିତି ଅଧ୍ୟକ୍ଷ ଶ୍ରୀ ନଦକିଶୋର ନାୟକ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ |