ହେଡଲାଇନସ୍:

ଯାଜପୁର ରୋଡ ରେଳ ଷ୍ଟେସନ ଅନାଥଙ୍କ ଆଶ୍ରୟ ସ୍ଥଳୀ ପାଲଟିଛି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବ୍ୟାସନଗର.୨୬.୦୪ - ଯାଜପୁର କେଉଁଝର ରେଳ ଷ୍ଟେସନରେ ୫୦ରୁ ଉର୍ଦ୍ଧ୍ବ  ଅନାଥ ବୟସ୍କ ବ୍ୟକ୍ତି ଓ ନାବାଳକ ପିଲା ମାନଙ୍କର ଆଶ୍ରୟ ସ୍ଥଳୀ ପାଲଟିଛି । ପ୍ଲାଟ ଫର୍ମ ତାଙ୍କ ଘର । ଅଧିକାଂଶ ବୃଦ୍ଧ ଓ ବୃଦ୍ଧା ବ୍ୟକ୍ତି , ସେମାନଙ୍କର ପୁଅ ବୋହୁଙ୍କ ଅତ୍ୟାଚାର ସହିନପାରି , ଭିକ୍ଷାବୃତି ଆଦରି ଯାଜପୁର ରୋଡ ରେଳ ଷ୍ଟେସନକୁ ବାସସ୍ଥଳୀ କରିଛନ୍ତି । ଏହିପରି ଅନାଥ ଶିଶୁ ମାନେ ମଧ୍ୟ ଜରି ଗୋଟେଇ ଜିବିକା ଉପାର୍ଜନ କରୁଥିବା ବେଳେ ରେଳ ଷ୍ଟେସନରେ ରହୁଛନ୍ତି । ଏଥିପ୍ରତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଏମାନଙ୍କ ପ୍ରତି ନଜର ନାହିଁ । କେଉଁଝର ଜିଲ୍ଲାର ହରିଚନ୍ଦରପୁର, ରାମଚନ୍ଦ୍ରପୁର, ବଡବିଲ ଓ ସୁକିନ୍ଦାର ବୃଦ୍ଧା ବୃଦ୍ଧ ମାନେ ଷ୍ଟେସନରେ ଭିକ୍ଷାବୃତି କରି ଚଳୁଛନ୍ତି । ସେମାନଙ୍କ ଉପରେ ରେଳବାଇ ପୋଲିସର ମଧ୍ୟ ଅତ୍ୟାଚାର ହେଉଛି । ସେମାନଙ୍କ ଠାରୁ ମଧ୍ୟ ବଟି ନିଆଯାଉଥିବାର ଅଭିଯୋଗ ହେଉଛି । ଯାଜପୁର ଶିଶୁ ସୁରକ୍ଷା ୟୁନିଟ୍ ଦୃଷ୍ଟି ଦେଉନାହିଁ । ମଂଜୁଲତା ସେଠୀ କହନ୍ତି ତାଙ୍କୁ ୬୫ ବର୍ଷ , ପୁଅ ବୋହୁଙ୍କର ତାଡନା ସହିନପାରି ଯାଜପୁର ରୋଡ ପଳାଇ ଆସି ଭିକ୍ଷାବୃତି କରି ଷ୍ଟେସନରେ ରହୁଛନ୍ତି ।କେତେ କଷ୍ଟରେ ପୁଅକୁ ବଢାଇ ମଣିଷ କରିଥିଲି । ବୋହୁ ଆସିଲା ପରେ ବୋହୁଆଣି ସୁଖଶାନ୍ତିରେ ରହିବି ବୋଲି ଭାବିଥିଲି କିନ୍ତୁ ବିଡମ୍ବନାର ବିଷୟ ସୁଖ ପରିବର୍ତେ ଦୁଃଖ ମିଳୁଛି । ଦାମ ହେମ୍ବ୍ରମ  ତାଙ୍କର ଗୋଟିଏ ଗୋଡ କଟିଯାଇଛି । ଘରର ଲୋକମାନେ ତାଙ୍କୁ ପୋଷିବା ପାଇଁ ମନାକରିଦେବାରୁ ସେ ଯାଜପୁର ରୋଡ ପଳାଇ ଆସି ଭିକ୍ଷାବୃତି କରି ରହୁଛନ୍ତି । ୫ଟି ୮ ବର୍ଷର ବାଳକମାନେ କହନ୍ତି  ବାପା ମା ଛାଡି ଏଠାରୁ ପଳାଇଗଲେ । ପେଟ ପୋଷିବା ପାଇଁ ଜରି ଓ ଅନ୍ୟାନ୍ୟ ପ୍ଲାଷ୍ଟିକ ଦ୍ରବ୍ୟ ସଂଗ୍ରହ କରି କବାଡିଆକୁ ବିକ୍ରି କରୁଛନ୍ତି । ସେଥିରୁ ଯାହା ପଇସା ମିଳିଲା ସେମାନେ ପେଟ ପୋଷୁଛନ୍ତି । ସେମାନଙ୍କୁ ଆହା କହିବା ପାଇଁ କେହି ନାହାନ୍ତି । ଏଥିପ୍ରତି ଯାଜପୁର ଶିଶୁ ସୁରକ୍ଷା ବିଭାଗ ଦୃଷ୍ଟି ଦେଲେ ଏହି ଅନାଥ ଶିଶୁ ମାନଙ୍କ ଭବିଷ୍ୟତ ଉଜ୍ୱଳ ହେବ ବୋଲି ସେମାନେ କହିଛନ୍ତି ।

 

 

 

 

 

 

0
0
0
s2sdefault