ହେଡଲାଇନସ୍:

ଦଳା ସ୍କୁଲ ଠାରୁ ଯାଜପୁର ରୋଡ ଥାନା ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବ୍ୟାସନଗର.(ବିଶ୍ୱଜିତ ମାଝୀ) - ଦଳା ସ୍କୁଲ ଠାରୁ ଯାଜପୁର ରୋଡ ସହର ମଧ୍ୟଦେଇ ଯାଇଥିବା ପୂର୍ତ୍ତ  ବିଭାଗ ରାସ୍ତା ଯାଜପୁର ରୋଡ ଥାନା ପର୍ଯ୍ୟନ୍ତ ଅତି ଶୋଚନୀୟ ହୋଇପଡିଛି । ତିନି କି.ମି ଦୁର ବ୍ୟାପି ରାସ୍ତାର ଅବସ୍ଥା କହିଲେ ନଚଳେ । ରାସ୍ତାରେ ବଡ ବଡ ଗାଢ ମାନ ସୃଷ୍ଟି ହୋଇଛି । ପିଚୁ ରାସ୍ତାରୁ ଉଠିଗଲାଣି । ଚୋରଦା ବାଇପାସ୍ ଠାରେ ବଡ ବଡ ଗାଢ ସୃଷ୍ଟି ହୋଇଥିବାରୁ ପାଣି ଜମି ରହୁଛି । ପଥଚାରି ମାନେ ଯାତାୟାତ କରିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ପୂର୍ତ୍ତ ବିଭାଗ ପକ୍ଷରୁ ୪ କୋଟି ଟଙ୍କା ଏହି ରାସ୍ତା ନିର୍ମାଣ ପାଇଁ ମଂଜୁର ହୋଇଥିଲା । ତିନି କି.ମି ରାସ୍ତା ନିର୍ମାଣ କରାଯାଇ ଅବଶିଷ୍ଟ ରାସ୍ତାକୁ ନିର୍ମାଣ ନକରାଯିବା ଫଳରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଏହି ରାସ୍ତାରେ ଦୈନିକ ଛୋଟବଡ ଦୁର୍ଘଟଣା ଘଟୁଛି । ରାସ୍ତାର ଗାଢ ଗୁଡିକୁ ମରାମତି କରିବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉନାହିଁ । ଏ ସଂପର୍କରେ ପୂର୍ତ୍ତ ବିଭାଗର ଏସ.ଡି.ଓଙ୍କୁ ପଚାରିବାରୁ ସେ କହିଲେ ବର୍ଷାଦିନ ହୋଇଥିବାରୁ ରାସ୍ତା ନିର୍ମାଣ ହୋଇପାରୁନାହିଁ । ଅକ୍ଟୋବର ମାସ ବେଳକୁ ରାସ୍ତା କାମ ନିର୍ମାଣ କରାଯିବ । ରାସ୍ତାରେ ଉପୁଜିଥିବା ଗାଢ ଗୁଡିକ  ମରାମତି କରିବା ପାଇଁ ଜନସାଧାରଣଙ୍କ ତରଫରୁ ଦାବି କରାଯାଉଛି । 

0
0
0
s2sdefault