୪୪ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
କୁଚିଣ୍ଡା ରୁ ଏକାଥରକେ ୧୨ କରୋନା ପୋଜିଟିଭ
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ) ଆଜି ସମ୍ବଲପୁର ରେ ପୁଣି ୧୩ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ଆଜି କରୋନା ପଜିଟିଭ ଚି଼ହ୍ନଟ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ କୁଚିଣ୍ଡା ରୁ ସର୍ବାଧିକ ୧୨ ଜଣ ଚି଼ହ୍ନଟ ହୋଇଛନ୍ତି ଏବଂ ଅନ୍ୟ ଜଣକ ରେଙ୍ଗାଲି ବ୍ଲକ ର ବୋଲି ଜଣାପଡିଛି l କୁଚିଣ୍ଡା ରୁ ଚି଼ହ୍ନଟ ବ୍ୟକ୍ତି ମାନଙ୍କ ମଧ୍ୟରେ ୨ ଜଣ ମହିଳା ରହିଥିବା ବେଳେ ବାକି ୧୦ ଜଣ ପୁରୁଷ ଏବଂ ସେମାନଙ୍କ ମଧ୍ୟରେ ୮ ଜଣ ଚେନେଇ, ୨ ଜଣ ଆନ୍ଧପ୍ରଦେଶ, ୨ ଜଣ ତେଲେଙ୍ଗାନା ଫେରନ୍ତା l ରେଙ୍ଗାଲି ରୁ ଚି଼ହ୍ନଟ ବ୍ୟକ୍ତି ଜଣକ ପୁରୁଷ ଏବଂ ସେ ଗୋଆ ଫେରନ୍ତା l କୁଚିଣ୍ଡା ରୁ ଚି଼ହ୍ନଟ ମାନଙ୍କ ବୟସ ଯଥା କ୍ରମେ ୨୦, ୬୦, ୧୯, ୨୬, ୨୨, ୫ ୭, ୩୫, ୧୯, ୧୭, ୩୦, ୧୮, ଏବଂ ୧୮ ବର୍ଷ ବୟସ ରେଙ୍ଗାଲି ରୁ ଚି଼ହ୍ନଟ ବ୍ୟକ୍ତି ଙ୍କ ବୟସ ୨୫ ବୋଲି ଜଣାଯାଇଛି l ସମସ୍ତେ ବ୍ଲକ ର ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବୋଲି ଜଣାପଡିଛି l କରୋନା ଆକ୍ରାନ୍ତ ଚି଼ହ୍ନଟ ସମସ୍ତ ଙ୍କୁ କୋଭିଡ ଡାକ୍ତରଖାନା କୁ ଆଜି ପଠାଇ ଦିଆଯାଇଛି l ତେବେ ଏ ସମସ୍ତ ବ୍ୟକ୍ତି ଙ୍କ ସସ୍ପର୍ଶରେ ଆସିଥିବା ଲୋକଙ୍କୁ ଚି଼ହ୍ନଟ କରାଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l ସମ୍ବଲପୁର ରେ ଆଜି ପୁଣି ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜ଼ିଲ୍ଲା ରେ ଆକ୍ରାନ୍ତ ଙ୍କ ସଂଖ୍ୟା ୪୪ ରେ ପହଞ୍ଚିଛି l ତେବେ କୁଚିଣ୍ଡା ରୁ ଏକାଥରକେ ୧୨ ଜଣ ଚି଼ହ୍ନଟ ହେବା ପ୍ରଶାସନ ପାଇଁ ମୁଣ୍ଡବ୍ୟଥା ର କାରଣ ପାଲଟିଛି ।