ହେଡଲାଇନସ୍:

ଇଡ଼କୋର ପୂର୍ବତନ ସିଏମଡ଼ି ଇଂ ଏଲ୍.ଏନ୍ ବାରିକଙ୍କ ପରଲୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Bhubabeswar/shasak prashasak : 'ଇଡକୋ'ର ପୂର୍ବତନ ସିଏମଡି ତଥା 'ଆର ଆଣ୍ଡ୍ ବି'ର ପୂର୍ବତନ ଚିଫ୍ ଇଂଜିନିୟର ଲକ୍ଷ୍ମୀନାରାୟଣ ବାରିକଙ୍କର ଆଜି ସକାଳେ ପରଲୋକ ଘଟିଛି। ଭିତ୍ତିଭୂମି  ନବନିର୍ମାଣର ସେ ଜଣେ ପ୍ରମୁଖ ବିନ୍ଧାଣି ଥିଲେ। ଉଭୟ ଜାନକୀବଲ୍ଲଭ ପଟ୍ଟନାୟକ ଓ ବିଜୁ ପଟ୍ଟନାୟକଙ୍କର ଅତି ପ୍ରିୟ ଇଂଜିନିୟର ଥିଲେ ସେ। 1 ଜୁଲାଇ 1933ରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ରହଣିଆ ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ।ତେବେ ପରବର୍ତ୍ତୀ ସମୟରେ ସେ ଭୁବନେଶ୍ଵର ସହିଦନଗରରେ ସ୍ଥାୟୀ ବାସିନ୍ଦା ହୋଇଯାଇଥିଲେ।ଜଣେ ପରୋପକାରୀ ଓ ଦକ୍ଷ ପ୍ରଶାସକଭାବେ ସେ ବେଶ୍ ସୁନାମ ଅର୍ଜନ କରିଥିଲେ। ଦୀର୍ଘଦିନହେଲା ବୟସଜନିତ ରୋଗରେ ପୀଡିତ ହୋଇ ସେ ଶଯ୍ୟାଶାୟୀ ଥିଲେ। ଆଜି ସକାଳେ ଭୁବନେଶ୍ଵରସ୍ଥ ଆପୋଲୋ ହସପିଟାଲରେ ତାଙ୍କର ପରଲୋକ ଘଟିଛି।ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ତିନିପୁଅ,ତିନିବୋହୂ ଓ ଦୁଇଝିଅ ଉପସ୍ଥିତ ଥିଲେ। ଏଠାରେ ସୂଚନାଯୋଗ୍ୟ,ଏଲ୍.ଏନ୍ ବାରିକ ହେଉଛନ୍ତି  ପୂର୍ବତନ ସାଂସଦ ବୈଷ୍ଣବ ପରିଡାଙ୍କ ସମୁଦୀ।

0
0
0
s2sdefault