ହେଡଲାଇନସ୍:

ପ୍ରଶାସନିକ ଅବ୍ୟବସ୍ଥା ଯୋଗୁଁ ଜାତୀୟ ରାଜପଥ ଅବରୋଧ କଲେ ପ୍ରବାସୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା(ଅମିତ ପୁରୋହିତ) ; ସ୍ୱତନ୍ତ୍ର ଟ୍ରେନ ଓ ବସ  ଯୋଗେ ନିଜ ଭିଟାମାଟି କୁ ଫେରୁଥିବା ପ୍ରବାସୀଙ୍କୁ ଜିଲ୍ଲାର ବିଭିନ୍ନ ସଂଘରୋଧ କେନ୍ଦ୍ରରେ ୭ ଦିନ ରଖିବାର ବ୍ୟବସ୍ଥା ସରକାର କରିଛନ୍ତି । ସେଠାରେ ତାଙ୍କ ପାଇଁ  ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରିବା ପାଇଁ  ନିଦେ୍ର୍ଧଶ ରହିଛି । ନୂଆପଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସିଲଦା ଗ୍ରାମ ନିକଟସ୍ଥ ନେସନାଲ କଲେଜରେ ଥିବା ସଂଘରୋଧ କେନ୍ଦ୍ରରେ ପହଞ୍ଚି ଥିବା ପ୍ରବାସୀ ଅସନ୍ତୋଷ ପ୍ରକାଶ କରି ୩୫୩ ଜାତୀୟ ରାଜପଥ କୁ ୨ ଘଣ୍ଟା ଧରି ଅବରୋଧ କରିଥିଲେ । ସଂଘରୋଧ କେନ୍ଦ୍ରରେ ପ୍ରବାସୀ ଗତ କାଲି ରାତିରୁ  ପହଞ୍ଚି ଥିଲେ ହେଁ ସକାଳ ୮ ଘଟିକା ପର୍ଯ୍ୟନ୍ତ କୈାଣସି ପ୍ରକାରର ଖାଦ୍ୟ ଓ ପାନୀୟ ନ ପାଇଥିବାର ଅଭିଯୋଗ କରିଥିଲେ । 

ସୂଚନାନୁସାରେ ଗତ କାଲି ୨ ଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ବିଳମ୍ବିତ ରାତିରେ ପ୍ରାୟ ୪୫୨୬ ଜଣ ପ୍ରବାସୀ ନୂଆପଡା ରେଳ ଷ୍ଟେସନରେ ପହଞ୍ଚି ଥିଲେ । ସେମାନେ ସମସ୍ତେ  ନୂଆପଡା, ବଲାଙ୍ଗିର, କଲାହାଣ୍ଡି ଓ ବରଗଡ ଜିଲ୍ଲାର ପ୍ରବାସୀ ଅଟନ୍ତି ।  ସେମାନଙ୍କୁ ନୂଆପଡାସ୍ଥିତ ନେସନାଲ କଲେଜ ଓ ପୋଲିସ ପଡିଆ ରେ ଉଦ୍ଧିଷ୍ଟ ଥିବା ସଂଘରୋଧ କେନ୍ଦ୍ରରେ ରହିବାକୁ ଦିଆଯାଇଥିଲା । ଗତ କାଲି ରାତିରୁ ନେସନାଲ କଲେଜରେ ଥିବା ପ୍ରବାସୀ ମାନଙ୍କୁ ସକାଳ ଯାଏଁ କୈାଣସି ପ୍ରକାର ଖାଦ୍ୟ ଖାଇବାକୁ ଦିଆଯାଇ ନ ଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ପ୍ରବାସୀ ମାନେ ୩୫୩ ଜାତୀୟ ରାଜପଥ କୁ ଓହ୍ଲାଇ ରାସ୍ତାରୋକ କରିଥିଲେ । ସୂଚନା ପାଇ ନୂଆପଡା ଜୋଙ୍କ ପୋଲିସ, ଅତିରିକ୍ତ ଜିଲ୍ଲାପାଳ ଦୁର୍ଗା ମାଧବ ପାଣିଗ୍ରାହୀ, ଉପ ଜିଲ୍ଲାପାଳ ତରଣୀସେନ ନାଏକ ଓ ନୂଆପଡା ବିଜ୍ଞାପିତ ଅଞ୍ଚଳର କାର୍ଯ୍ୟ ନିବାର୍ହି ଅଧିକାରୀ ରାମ ଚନ୍ଦ୍ର ମାଝୀ ଘଟଣା ସ୍ଥଳରେ ପହଞ୍ଚି  ବୁଝାସୁଝା କରିବା ପରେ ପ୍ରବାସୀ ରାସ୍ତାରୋକ ରୁ ହଟିଥିଲେ । ଏନେଇ ଉପ ଜିଲ୍ଲାପାଳ ଶ୍ରୀ ନାଏକଙ୍କୁ ପଚାରିବାରୁ ଆଶଙ୍କା ଠାରୁ ଅଧିକ ପ୍ରବାସୀ ଫେରିଥିବାରୁ ଟିକିଏ ଅବ୍ୟବସ୍ଥା ହୋଇଥିଲା ଓ ସ୍ୱତନ୍ତ୍ର ବସ ଯୋଗେ ଅନ୍ୟ ଜିଲ୍ଲାର ପ୍ରବାସୀ ମାନଙ୍କୁ ନିଜ ନିଜ ଜାଗା କୁ ପଠାଯିବାର ବ୍ୟବସ୍ଥା କରାଯାଉଛି ବୋଲି କହିଥିଲେ । 

ପୋଲିସ ପଡିଆରେ ବ୍ୟବସ୍ଥା କରାଯାଇଥିବା ପ୍ରବାସୀ ମାନେ ପଡିଆ ସାରା ଜମାହୋଇ ବସିଥିବା ତଥା ଦୋକାନ ବଜାର ରେ ବୁଲୁ ଥିବାର ଦେଖାଯାଇଥିଲା । ଯେବେକି ସେମାନଙ୍କୁ ସଂଘରୋଧ କେନ୍ଦ୍ରରେ ରଖି ଉକ୍ତ ଜାଗାର ପରିସର କୁ ସିଲ କରିବା କଥା । କିନ୍ତୁ ଏହାର କୈାଣସି ପ୍ରକାରର ବ୍ୟବସ୍ଥା ପ୍ରଶାସନ ତରଫରୁ କରାଯାଇଥିବାର ଦେଖିବାକୁ ମିଳି ନ ଥିଲା । ଏତେ ମାତ୍ରାରେ ପ୍ରବାସୀ ଜମା ହେବା ଓ  ଏଣେତେଣେ ବୁଲାବୁଲି କରିବା ଅଞ୍ଚଳବାସୀଙ୍କ ମନରେ ଭୟ ସୃଷ୍ଟିର କାରଣ ପାଲଟିଛି ।

0
0
0
s2sdefault