ହେଡଲାଇନସ୍:

କଂଗ୍ରେସ ଭବନରେ ଆକ୍ରମଣ ଘଟଣାକୁ ବିଜେଡି ଭିଆଇଛି : ପ୍ରଦୀପ ମାଝୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏ ଆକ୍ରମଣ ବିଜେଡି ଭିଆଣ ନା ଦଳୀୟ ଅସନ୍ତୋଷର ବିସ୍ଫୋରଣ !!!

 ଭୁବନେଶ୍ୱର (ଶାସକ ପ୍ରଶାସକ)ଗତକାଲି କଂଗ୍ରେସ ଭବନରେ ଘଟିଯାଇଛି ଏକ ଅପ୍ରୀତିକର ଘଟଣା | କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଓ ଅନ୍ୟଙ୍କ ଉପରେ ହୋଇଛି ଆକ୍ରମଣ | ଗତକାଲି ଏହାକୁ ନେଇ ଦଳର କିଛି ପ୍ରତିକ୍ରିୟା ନଥିବା ବେଳେ ଦଳ ଭିତରେ ମୁଖ୍ୟପାତ୍ର ଓ ପାନେଲିଷ୍ଟ ନିଯୁକ୍ତିକୁ ଯେଇଁ ଜାରି ରହିଥିବା ଅସନ୍ତୋଷର ପ୍ରତିଫଳନ ବୋଲି ମାନେ କରାଯାଉଥିଲା | ହେଲେ  ଆଜି ସକାଳୁ ସକାଳୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ନେତା ପ୍ରଦୀପ ମାଝୀ ଗତକାଲି କଂଗ୍ରେସ ଭବନରେ ହୋଇଥିବା ଗଣ୍ଡଗୋଳ ପ୍ରସଙ୍ଗକୁ ମୋଡିଛନ୍ତି ବିଜେଡି ଆଡକୁ | ଆଉ ସିଧା ସଳଖ ଆକ୍ରମଣ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ତଥା ପୂର୍ବତନ କଂଗ୍ରେସ ନେତା ନବ ଦାସଙ୍କୁ | ମାସ୍କ ଦୁର୍ନୀତି କଂଗ୍ରେସ ପଦାକୁ ଆଣୁଛି ବୋଲି ଉତକ୍ଷିପ୍ତ ହୋଇ ମନ୍ତ୍ରୀ ନବ ଦାସଙ୍କ ପ୍ରରୋଚନାରେ ବିଜେଡି ତରଫରୁ ଆକ୍ରମଣ କରାଯାଇଛି ହୋଲି ଶ୍ରୀ ମାଝୀ ଅଭିଯୋଗ କରିବା ସହିତ ଏହାକୁ ତୀବ୍ର ନିନ୍ଦା କରିଛନ୍ତି  | ହେଲେ କଂଗ୍ରେସ ଏହାର ଉଚିତ ଜବାବ ଦେବ ବୋଲି କହିଛନ୍ତି ଶ୍ରୀ ମାଝୀ |

ହେଲେ ପ୍ରଶ୍ନ ଉଠିବା ସ୍ୱାଭାବିକ, କଂଗ୍ରେସ ନେତା ସତ୍ୟ ନାୟକ ମଧ୍ୟ ମାସ୍କ ଦୁର୍ନୀତିର ସିରିଜ ଚଳାଇଛନ୍ତି |  ଅନ୍ୟ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ, ମୁଖ୍ୟ ବିରୋଧୀ ଦଳ ବିଜେପି ଓ  ଅନ୍ୟ ଦଳ ବି ମାସ୍କ ଦୁର୍ନୀତି କଥା ଉଠାଇଛନ୍ତି | କେବଳ କଂଗ୍ରେସ ଭବନରେ ବାହାର ଲୋକମାନେ ପଶିଲେ କେମିତି ତାହା ଆଶ୍ଚର୍ଯ୍ୟର କଥା | ମାସ୍କ ଦୁର୍ନୀତିକୁ ନେଇ କେବଳ କଂଗ୍ରେସ ନେତାଙ୍କ ଉପରେ କେମିତି ଆକ୍ରମଣ କଲା ବିଜେଡି ? ଯେଉଁମାନେ ଆକ୍ରମଣ କରିଛନ୍ତି, ସେମାନେ କଂଗ୍ରେସ ଲୋକ ନା ବାହାର ଲୋକ ! ସେମାନଙ୍କୁ କଂଗ୍ରେସ  ଭବନରେ ସିସିଟିଭି କ୍ୟାମେରାରୁ ସେମାନଙ୍କୁ ଚିହ୍ନଟ କରିବା କଷ୍ଟ ହେବନି | କଂଗ୍ରେସ ଭବନରେ କଂଗ୍ରେସ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏମିତି କେମିତି ଆକ୍ରମଣ ହେଲା !!!!  ଏହା ବିଜେଡି ବଦଳରେ କଂଗ୍ରେସ ଭିତରେ ଲାଗିଥିବା ଅନ୍ତର୍ଦ୍ବନ୍ଦ୍ବରେ ପ୍ରତିଫଳନ ନୁହେଁ ତ  | ନିକଟରେ କଂଗ୍ରେସରେ ଘୋଷଣା ହୋଇଥିବା ମୁଖପାତ୍ର ଓ ପ୍ୟାନେଲ ଘୋଷଣାକୁ ନେଇ ଜାରି ରହିଥିବା ଅସନ୍ତୋଷର ପ୍ରତିଫଳନ ହୋଇପାରେ | ପୂବରୁ କଂଗ୍ରେସକୁ, ରାହୁଲ ଗାନ୍ଧୀଙ୍କୁ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ସର୍ବସମକ୍ଷରେ ସମାଲୋଚନା କରିଥିବା ଓ ସେମାନଙ୍କ ସାତ ପୁରୁଷ ଉଧାରିଥିବା ସର୍ବୋପରି ସୋସିଆଲ ମିଡିଆରେ ପ୍ରିୟଙ୍କା ଓ ରାହୁଲଙ୍କ ବିରୋଧରେ ବିରୋଧୀଙ୍କ ଭଳି ମନ୍ତବ୍ୟ ରଖିଥିବା ଲୋକଙ୍କୁ ଦଳର ମୁଖପାତ୍ର କରାଯାଇଥିବା ଘଟଣାକୁ ବହୁ ନେତା ବିରୋଧ କରିଛନ୍ତି | କଂଗ୍ରେସ ଛାଡିବା ପରେ ବରିଷ୍ଠ ନେତା ଆର୍ଯ୍ୟ ଜ୍ଞାନେନ୍ଦ୍ର କେଉଁଭଳି ମନ୍ତବ୍ୟ ରଖୁଥିଲେ ତାହା ରାଜ୍ୟବାସୀ ଓ କଂଗ୍ରେସ ନେତା ଦେଖିଛନ୍ତି |  ଏହାକୁ ନେଇ ଦଳ ଭିତରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି | ପୂର୍ବରୁ ଏହାକୁ ନେଇ କଂଗ୍ରେସ ଭବନ ଭିତରେ ଅସନ୍ତୋଷ ଜାହିର କରିଛନ୍ତି |  ଦଳର ପୁରୁଣା ସଂଗଠକ ତଥା ପୂର୍ବତନ ମୁଖପାତ୍ର  ନାରାୟଣ ଜେନା ସିଧାସଳଖ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିନା ଏଆଇସିସି ଅନୁମୋଦନ ନିରଞ୍ଜନ ବାବୁ ଏ ତାଲିକା ପ୍ରକାଶ କରିଥିବା ଯୋଗୁ ଏହି ତାଲିକା ଅବୈଧ | ଏଥିରେ ସବୁ ଅଂଚଳକୁ ସାମିଲ କରାଯାଇନି | ଏଥିରେ ଦଳର ଏକମାତ୍ର ନିର୍ବାଚିତ ସଂସଦ ସପ୍ତଗିରି ଉଲାକାଙ୍କୁ ରଖାଯାଇନି |  ପାରିବାରିକ ବ୍ୟବସାୟ ସୁରକ୍ଷିତ ରଖିବା ପାଇଁ ନିଜ ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ମୁଖପାତ୍ର ଓ ପନେଲିଷ୍ଟ ନିଯୁକ୍ତ କରିଛନ୍ତି | ତେଣୁ ମୁଖପାତ୍ର ଓ ପାନେଲିଷ୍ଟ ନିଯୁକ୍ତିକୁ ନେଇ ଦଳ ଭିତରେ ସୃଷ୍ଟି ହୋଇଥିବା ଅସନ୍ତୋଷର ପ୍ରତିଫଳନ ସ୍ୱରୂପ ଏହି ଗଣ୍ଡଗୋଳ ହୋଇନି ତ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଜଣେ ବରିଷ୍ଠ କଂଗ୍ରେସ ନେତା |  ସେ ଯାହା ବି ହେଉ, ଏକ ଜାତୀୟ ଦଳର ରାଜ୍ୟ ମୁଖ୍ୟାଳୟରେ ପଶି ତାହାର ମୁଖପାତ୍ରଙ୍କ ଉପରେ ଆକ୍ରମଣ କଲା ଭଳି ଗର୍ହିତ ଅପରାଧ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯାନୁଷ୍ଠାନ ହେବ ଉଚିତ, ସେମାନେ ବିଜେଡିର ହୋଇଥାନ୍ତୁ କି କଂଗ୍ରେସରୁ ! 

 

0
0
0
s2sdefault