ହେଡଲାଇନସ୍:

ସବୁଦିନର ରେକର୍ଡ ଭାଙ୍ଗି ଆଜି ଗୋଟେ ଦିନରେ ୨୨୫  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ିଶାରେ ବି ରେକର୍ଡ ଭାଙ୍ଗିବା ମୂଡ଼ରେ କରୋନା

Bhubaneswar : ଆଜି ସାରା ଦେଶରେ କରୋନା ରେକର୍ଡ ଭାଙ୍ଗିଥିବା ବେଳେ ଓଡ଼ିଶାରେ ବି କରିଛି ସର୍ବକାଳୀନ ରେକର୍ଡ | ଗୋଟିଏ ଦିନରେ ଆଜି କରୋନା ମାରିଛି ଡବଲ ସେଞ୍ଚୁରୀ | ମାନେ ଗତ ୨୪ ଘଣ୍ଟା ଭିତରେ ଚିହ୍ନଟ ହୋଇଛନ୍ତି ୨୨୫ ଜଣ | ଫଳରେ ରାଜ୍ୟରେ କୋବିଦ ଆକ୍ରାନ୍ତଙ୍କ ସଂଖ୍ୟା ୩୭୦୦ ଟପିଛି |  ସର୍ବାଧିକ ୯୨ ଜଣ ଚିହ୍ନଟ ହୋଇଛନ୍ତି କଟକ ଜିଲ୍ଲାରୁ | ଆଜି ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳ ୧,ବାଲେଶ୍ୱର ୨ଜଣ, ଭଦ୍ରକ ୫, ବଲାଙ୍ଗିର ୧୨, କଟକ ୯୨, ଢେଙ୍କାନାଳ ୭, ଗଞ୍ଜାମ ୨୦, ଜଗତସିହଂପୁର ୧୩, କଳାହାଣ୍ଡି ୩, କନ୍ଧମାଳ ୧୫, କେନ୍ଦ୍ରାପଡ଼ା ୪, ମୟୂରଭଞ୍ଜ ୯, ନୟାଗଡ ୭ ଜଣ, ପୁରୀ ୧୫ ଜଣ , ସୁନ୍ଦରଗଡ଼ରେ ଜଣେ ଚିହ୍ନଟ ହୋଇଛନ୍ତି | ଗତକାଲିର ସୁସ୍ଥଙ୍କୁ ମିଶାଇ ଏହାବତ ସୁସ୍ଥଙ୍କ ସଂଖ୍ୟା ୨୪୭୪ ରହିଥିବା ବେଲେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୩୬ରେ ପହଂଚିଛି | ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଛି ୩୭୨୩ରେ | 

0
0
0
s2sdefault