ହେଡଲାଇନସ୍:

ଏମଜିଏନଆରଇଜିଏସ ଯୋଜନାରେ ଲକ୍ଷାଧିକ ଟଙ୍କା ଲୁଟ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହାଟଡିହୀ(ମକରଧ୍ବଜ ଜେନା )- କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାଳଣିଆଁ ପଞ୍ଚାୟତ ରେ ଏମଜିଏନଆରଇଜିଏସ ଯୋଜନା ରେ  ପ୍ରବାସୀ, ବୃଦ୍ଧ,ମୃତ ବ୍ୟକ୍ତି ଓ ଚାକିରୀ କରିଥିବା ବ୍ୟକ୍ତି ଙ୍କୁ  ମନରେଗା ଯୋଜନାରେ କାର୍ଯ୍ୟ ଯୋଗାଇ ଦିଆଯାଇ ଲକ୍ଷାଧିକ ଟଙ୍କା ବିଲ କରାଯିବା ନେଇ ଅଭିଯୋଗ ହୋଇଥିବା ଘଟଣା ରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶକ (ସ୍ୱତନ୍ତ୍ର ପ୍ରକଳ୍ପ) ରାଜେଶ ପ୍ରଭାକର ପାଟିଲ ଖୁବ ଶୀଘ୍ର ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସୂଚନା ଦେଇଛନ୍ତି |

 ପ୍ରକାଶ ଥାଉକି,  ଶାଳଣିଆଁ ପଞ୍ଚାୟତ ସୋଲପଟା ଗ୍ରାମର 70 ବର୍ଷୀୟ ବୃଦ୍ଧ ଅଧିକାରୀ ନାୟକ ଙ୍କ ନାମରେ ଚଳିତ 2020-2021 ଆର୍ଥିକ ବର୍ଷ ରେ  ଦେଢ଼  ଲକ୍ଷ୍ୟ ଟଙ୍କା ଅଟକଳ ମୂଲ୍ୟ ଏବଂ ପିଏସ ଶେୟାର ରେ ଏକ  ଫାର୍ମ ପଣ୍ଡ ପ୍ରକଳ୍ପ ଅନୁମୋଦନ ହୋଇଥିଲା. ବ୍ଲକ ତରଫରୁ କାର୍ଯ୍ୟାଦେଶ ବାହାରିଥିବା ବେଳେ ୱାର୍କ କୋଡ଼ ନମ୍ବର 2403009/ଆଇଏଫ/10518773 ରହିଛି. ଗତ ମେ ମାସ 27 ତାରିଖ ରୁ ଜୁନ 9 ତାରିଖ ଦୁଇ ସପ୍ତାହ ପାଇଁ ଲେବର ଡିମାଣ୍ଡ ଦିଆହୋଇ ମଷ୍ଟର ରୋଲ ବାହାରି ଥିଲା. ଜବକାର୍ଡଧାରୀ ଶ୍ରମିକ ଗୋଟିଏ ସପ୍ତାହ ରେ 6 ଦିନ ପରିବର୍ତ୍ତେ 7 ଦିନ ର ଏବଂ ବର୍ଷା ହୋଇ ଥିବା ଦିନ ରେ କାର୍ଯ୍ୟ ଦର୍ଶାଇ ବିଲ ହୋଇଛି |   ଏମବି ନମ୍ବର 44/2018-19 ଏବଂ  ୱେଜ ଲିଷ୍ଟ ନମ୍ବର 16341 ଓ 19018 ଅଟେ. 3956 ନମ୍ବର ମଷ୍ଟର ରୋଲ ରେ ମୃତ ଭାବଗ୍ରାହୀ ସ୍ବାଇଁ, 3953,3954,3958,  3959 ନମ୍ବର ମଷ୍ଟର ରୋଲ ରେ ଶିକ୍ଷକତା କରୁଥିବା ସତ୍ୟବ୍ରତ ବାରିକ, ବୃଦ୍ଧ ଅଧିକାରୀ ନାୟକ,ଅଇଣ୍ଠୁ ଯେନା, କାର୍ତ୍ତିକେଶ୍ୱର ଯେନା,ମୁସେଇ ନାୟକ,3955, 3960 ଜବକାର୍ଡ ନମ୍ବର ରେ ପ୍ରବାସୀ ଓଡ଼ିଆ ଅବନୀ ନାୟକ ଙ୍କ ନାମରେ ବିଲ ହୋଇଛି. କିନ୍ତୁ  ଫାର୍ମ ପଣ୍ଡ ପ୍ରକଳ୍ପଟି ପଞ୍ଚାୟତ ସ୍ତରରେ ଗ୍ରାମସଭା କିମ୍ବା ପଲିସଭା ଦ୍ୱାରା ଅନୁମୋଦନ ହୋଇ ନାହିଁ |  ବିନା କାର୍ଯ୍ୟ ରେ ପ୍ରାୟ ଏକ ଲକ୍ଷ୍ୟ ଚଉଦ ହଜାର ଟଙ୍କା ମିଥ୍ୟା ବିଲ ହୋଇଛି | ସବୁଠାରୁ ମୁଖ୍ୟ କଥା ହେଉଛି ପୂର୍ବରୁ ଅଧିକାରୀଙ୍କ ପୁଅ ସରୋଜ ନାୟକ ଙ୍କ ନାମରେ ଏକ  ଫାର୍ମ ପଣ୍ଡ ପ୍ରକଳ୍ପ  ଦେଢ଼ ଲକ୍ଷ୍ୟ ଟଙ୍କା ଅଟକଳ ମୂଲ୍ୟରେ ଏମଜିଏନଆରଇଜିଏସ  ଯୋଜନାରେ ଅନୁମୋଦନ ହୋଇ କାର୍ଯ୍ୟ ହୋଇଥିଲା | ଯାହାର ୱାର୍କ କୋଡ଼ 2403009026/ଆଇଏଫ/10164258 ଥିଲା | ସେହି  ଫାର୍ମ ପଣ୍ଡ କୁ ଦେଖାଇ ବାପା ଅଧିକାରୀ ଙ୍କ ନାମରେ ଲକ୍ଷାଧିକ ଟଙ୍କା ବିଲ କରାଯାଇଛି, ଯାହାକୁ ନେଇ ଅଭିଯୋଗ ହୋଇଥିଲା | ଏହି ପଞ୍ଚାୟତ ରେ ଏହିପରି ଅନେକ ପୁରୁଣା କାର୍ଯ୍ୟକୁ ଦେଖାଇ ନୂତନ  ପ୍ରକଳ୍ପ ଅନୁମୋଦନ କରି ପୁଣି ବିଲ କରାଯାଉଛି.

0
0
0
s2sdefault