ହେଡଲାଇନସ୍:

ସମ୍ ହସ୍ପିଟାଲର  ୫ଟି ବିଭାଗ ଏକ ନମ୍ବର : ଟାଇମ୍ସ ସର୍ଭେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଟ୍ୟୁଟ  ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର  ୫ଟି ବିଭାଗ ଟାଇମ୍ସ  ହେଲଥ ସର୍ଭେରେ ସ୍ଥାନୀୟ ଭାବେ ଏକ ନମ୍ବର ସ୍ଥାନ ହାସଲ କରିଛି । ଏହି ସର୍ଭେ ଅନୁଯାୟୀ ପ୍ରାଇଭେଟ୍/କର୍ପୋରେଟ୍ ହସ୍ପିଟାଲ୍ ଗୁଡ଼ିକର ମଲ୍ଟିସ୍ପେଶିଆଲିଟି ଶ୍ରେଣୀରେ ଏହି ସ୍ଥାନ ହାସଲ କରିଛି ସମ୍ ହସ୍ପିଟାଲ୍ । ସେହିପରି ହସ୍ପିଟାଲର  ତିନୋଟି ବିଭାଗ ଦେଶର ଶ୍ରେଷ୍ଠ ୨୦ ଟି ହସ୍ପିଟାଲ୍ ମଧ୍ୟରେ ସ୍ଥାନ ପାଇଥିବା ବୁଧବାର ପ୍ରକାଶିତ ଆନୁଆଲ୍ ଟାଇମ୍ସ୍ ହେଲଥ ସର୍ଭେରେ ସ୍ଥାନୀତ ହୋଇଛି ।

ସ୍ଥାନୀୟ ସ୍ତରରେ ହୋଇଥିବା ସର୍ଭେ ଅନୁଯାୟୀ ଗ୍ୟାଷ୍ଟେ୍ରାଏନ୍ଟେରୋଲୋଜି ଆଣ୍ଡ ହେପାଟୋଲୋଜି, ୟୁରୋଲୋଜି,ନ୍ୟୁରୋ  ସାଇନ୍ସେସ୍,  ଅବଷ୍ଟ୍ରେଟ୍ରିକ୍ସ ଆଣ୍ଡ ଗାଇନାକୋଲୋଜି ଏବଂ ଏମରଜେନ୍ସି ଆଣ୍ଡ ଟ୍ରମାକେୟାର ବିଭାଗ ଏହି ରାଙ୍କୀଙ୍ଗରେ ୧ ନମ୍ବର ସ୍ଥାନ ହାସଲ କରିଛି । ଗତବର୍ଷ ମଧ୍ୟ ଏହି ବିଭାଗଗୁଡ଼ିକୁ ସମାନ ରାଙ୍କୀଙ୍ଗ ମିଳିଥିଲା ।

ସ୍ଥାନୀୟ ଭାବେ ପେଡିଆଟ୍ରିକ୍ସ, ଅଙ୍କୋଲୋଜି ଏବଂ କାର୍ଡିଓ ସାଇନ୍ସେସ୍ ବିଭାଗ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ନେଫ୍ରୋଲୋଜି ବିଭାଗ ତୃତୀୟ ସ୍ଥାନରେ ରହିଛି  । ଜାତୀୟ, ଆଂଚଳିକ ଏବଂ ସ୍ଥାନୀୟ ସ୍ତରରେ ଏହି ସର୍ଭେ କରାଯାଇଥାଏ । ସେହିପରି ଜାତୀୟ ସ୍ତରରେ ରାଙ୍କୀଙ୍ଗରେ ହସ୍ପିଟାଲର  ପେଡିଆଟ୍ରିକ୍ସ, ୟୁରୋଲୋଜି ଏବଂ ନ୍ୟୁରୋ  ସାଇନ୍ସେସ୍ ବିଭାଗ ଯଥାକ୍ରମେ ୧୩, ୧୭ ଏବଂ ୨୦ ତମ ସ୍ଥାନ ହାସଲ କରିଛି ।

ଏହି ସର୍ଭେ ଅନୁଯାୟୀ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର  ୟୁରୋଲୋଜି ବିଭାଗ ପୂର୍ବାଂଚଳରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ଆଂଚଳିକ ସ୍ତରରେ ହସ୍ପିଟାଲର  ପେଡିଆଟ୍ରିକ୍ସ, ନ୍ୟୁରୋ  ସାଇନ୍ସେସ୍ ଏବଂ ଏମରଜେନ୍ସି  ଆଣ୍ଡ ଟ୍ରମାକେୟାର ବିଭାଗ ତୃତୀୟ ସ୍ଥାନରେ ରହିଛି । ସେହିପରି ପୂର୍ବାଂଚଳରେ ଗ୍ୟାଷ୍ଟେ୍ରାଏନ୍ଟେରୋଲୋଜି ଏବଂ ଅଙ୍କୋଲୋଜି ବିଭାଗ ଚତୁର୍ଥ ସ୍ଥାନ ହାସଲ କରିଥିବା ବେଳେ କାର୍ଡିଓ ସାଇନ୍ସେସ୍ ପଂଚମ ଓ ଅବଷ୍ଟ୍ରେଟ୍ରିକ୍ସ ଆଣ୍ଡ ଗାଇନାକୋଲୋଜି ବିଭାଗ ଷଷ୍ଠ ସ୍ଥାନ ହାସଲ କରିଛି । 

0
0
0
s2sdefault