ହେଡଲାଇନସ୍:

ଗ୍ରୀଷ୍ମ ପ୍ରବାହ ପାନୀୟଜଳ ଅଂଶୁଘାତ ସମସ୍ୟା ଓ ତାହାର ସଫଳ ମୁକାବଲା ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର :ଅଶୋକ ସାହୁ,ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ମହେଶ୍ଵର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମ ପ୍ରବାହ ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ତାର ମୁକାବିଲା ସମ୍ୱନ୍ଧୀୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆଗାମୀ ଗ୍ରୀଷ୍ମ ଋତୁରେ ପିଇବା ପାଣି, ଏବଂ ଅଂଶୁଘାତ ର ସମସ୍ୟା ଓ ତାହାର ସଫଳ ମୁକାବିଲା କରିବା ନିମନ୍ତେ ଆଲୋଚନା ହୋଇଥିଲା । ଏହି ବୈଠକରେ ବିଶେଷ କରି ଅଚଳ ପଡିଥିବା ନଳକୂପ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଶେଷ କରି ଜିଲ୍ଲାର ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବିଦ୍ୟାଳୟ ମାନଙ୍କରେ ପ୍ରର୍ଯ୍ୟାପ୍ତ ପରିମାଣର ORS ପକେଟ ମହଜୁତ ରଖିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜିଲ୍ଲା ସାମାଜ କଲ୍ୟାଣ ଅଧିକାରୀ ଙ୍କୁ ଜିଲ୍ଲାପାଳ ଡ଼ଃ ସ୍ଵାଇଁ ନିର୍ଦ୍ଧେଶ ଦେଇଥିଲେ। ପ୍ରତ୍ୟେକ ବିଦ୍ୟାଳୟ ମାନଙ୍କରେ ପିଲା ମାନଙ୍କ ପାଣି ପିଇବା ପାଇଁ ନିୟମିତ ବ୍ୟବଧାନରେ ଜଳ ଯୋଗାଣ ବ୍ୟବସ୍ତା ବାଧ୍ୟତାମୂଳକ ରଖିବା ପାଇଁ ଜିଲ୍ଲାପାଳ ଡ଼ଃ ସ୍ଵାଇଁ ପରାମର୍ଶ ଦେଇଥିଲେ ।

ସେହିପରି ଜିଲ୍ଲା ଶ୍ରମ ବିଭାଗ ତରଫରୁ ଶ୍ରମିକ ମାନଙ୍କ କାର୍ଯ୍ୟ ସ୍ଥଳରେ ସ୍ୱତନ୍ତ୍ର ପାଣିର ବ୍ୟବସ୍ଥା କରିବା ସହିତ ଦିନ ୧୧.୦୦ ଘଣ୍ଟା ସମୟରୁ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଅଂଶୁଘାତର ଆଶଙ୍କା ଥିବାରୁ ରାଜ୍ୟ ସରକାର ଙ୍କ ନିର୍ଦ୍ଧେଶ କ୍ରମେ ଏହି ସମୟ ସୀମା ମଧ୍ୟରେ ଶ୍ରମିକ ମାନଙ୍କୁ କାର୍ଯ୍ୟରେ ନ ଲଗାଇ ବିଶ୍ରାମ ନିମନ୍ତେ ଅସ୍ଥାୟୀ ଛାୟାର ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ଙ୍କୁ ଜିଲ୍ଲାପାଳ ଡଃ ସ୍ଵାଇଁ ପରାମର୍ଶ ଦେଇଥିଲେ। ସେହିପରି ରାଜ୍ୟ ସରକାରଙ୍କ ମାର୍ଗଦର୍ଶକ ଅନୁଯାଇ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସ୍କୁଲ ଏବଂ କଲେଜ ରେ ଶିକ୍ଷା ଦାନ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଦାଉରୁ ରକ୍ଷା ପାଇବା ନିମନ୍ତେ ସମସ୍ତ ପ୍ରକାର ପରିବହନ ଯାନ ଏବଂ ଯାତ୍ରୀ ମାନଙ୍କ ନିମନ୍ତେ ବହୁଳ ପରିମାଣରେ ବିଶୁଦ୍ଧ ପାନୀୟ ଜଳ ଏବଂ ପର୍ଯ୍ୟାପ୍ତ ପରିମାଣର ଓଆରଏସ ପକେଟ ମହଜୁଦ ରଖିବା ପାଇଁ ଜିଲ୍ଲାପାଳ ଡଃ ସ୍ୱାଇଁ ପରିବହନ ବିଭାଗ କୁ ପରାମର୍ଶ ଦେଇଥିଲେ l ଜିଲ୍ଲାର ଅଚଳ ଥିବା ନଳକୂପ ଗୁଡିକୁ ଯୁଦ୍ଧକାଳିନ ଭିତ୍ତିରେ ମରାମତି କରିବା ସହିତ ଆବଶ୍ୟକ ସ୍ଥଳେ ଭ୍ରାମ୍ୟମାଣ ଟ୍ୟାଙ୍କର ସାହାଯ୍ୟରେ ପିଇବା ପାଣି ର ସୁବ୍ୟବସ୍ଥା କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ। ଅଂଶୁଘାତ ର ସଫଳ ମୁକାବିଲା ପାଇଁ ପ୍ରତି ବ୍ଲକ ସ୍ତରରେ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିୟନ୍ତ୍ରଣ କକ୍ଷ ଖୋଲି ତୁରନ୍ତ ଆବଶ୍ୟକୀୟ ସେବା ଯୋଗାଇ ଦେବା ପାଇଁ ଆଲୋଚନା କରାଯାଇଥିଲା। ଅଂଶୁଘାତ ର ଆଶଙ୍କା କୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ଜିଲ୍ଲାର ପ୍ରତି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କ ରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ TPSODL ଙ୍କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ । ସେହିପରି, ଆବଶ୍ୟକ ସ୍ଥଳେ ଜିଲ୍ଲାର ଜନଗହଳି ସମ୍ପୂର୍ଣ୍ଣ ସ୍ଥାନ ମାନଙ୍କ ରେ ଜଳଛତ୍ର ର ଆୟୋଜନ କରିବା ନିମନ୍ତେ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଡ଼ଃ ସ୍ୱାଇଁ ନିର୍ଦ୍ଧେଶ ଦେଇଥିଲେ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, (ରାଜସ୍ୱ) ବିଶ୍ଵଜିତ ଚନ୍ଦ୍ର ବର୍ମନ ଯୋଗ ଦେଇ ଜିଲ୍ଲାର ପ୍ରତ୍ୟେକ ବ୍ଲକ ରେ ଅନୁରୁପ ଭାବରେ ବ୍ଲକ ସ୍ତରୀୟ ପଦାଧିକାରୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଏହି ବୈଠକ କୁ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀମତୀ ଗୀତାଞ୍ଜଳି ବେହେରା ପରିଚାଳନା କରିଥିଲେ| ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅତିରିକ୍ତ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନବରଙ୍ଗପୁର ଯଦୁମଣି ନାୟକ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ମଳୟ କୁମାର ତ୍ରିପାଠୀ, ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ, ନବରଙ୍ଗପୁର ପ୍ରତୀକ କୁମାର ରାଉତ, ତ୍ରିପତି ବାଲାଜୀ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଆଞ୍ଚଳିକ ପରିବହନ ଅଧିକାରୀ ଜିତେନ୍ଦ୍ର ଭୋଇ ଜିଲ୍ଲା ପଞ୍ଚାୟତ ଅଧିକାରୀ ପଦ୍ମନାଭ ତ୍ରିପାଠୀ, ସମ୍ପୃକ୍ତ ଅଧୀକ୍ଷକ ଯନ୍ତ୍ରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଙ୍କ ସହିତ ଜିଲ୍ଲାର ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ଶେଷରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ, ହିମାଂଶୁ ଶେଖର ପଟନାୟକ ଧନ୍ୟବାଦ ଅର୍ପଣ କରି ସଭା କୁ ସମାପ୍ତ କରିଥିଲେ |

0
0
0
s2sdefault