ହେଡଲାଇନସ୍:

ପଦ୍ମ ଶ୍ରୀ ହଲଧର ନାଗଙ୍କୁ ମଲିମୁଣ୍ଡିଆ କହି ତାତ୍ସଲ୍ୟ  କରିବା ଦୁଃଖ ଦାୟକ :ଇଂ.ସିଦ୍ଧାର୍ଥ ଦାସ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ:  ଆମ ଅଂଚଳ ର ତଥା ଓଡିଶା ର ଲୋକ କବି, ପଶ୍ଚିମ ଓଡିଶା ର ଘରେ ଘରେ ପରିଚିତ ପଦ୍ମଶ୍ରୀ ହଳଧର ନାଗ ଙ୍କୁ ମଳିମୁଣ୍ଡିଆ କହି ତାଚ୍ଛଲ୍ୟ  କରିବା ଓ ଯେଭଳି ସତେ ଯେପରି ତାଙ୍କୁ ପଦ୍ମଶ୍ରୀ ଦେଇ ଅନୁଗ୍ରହିତ  କରିଛନ୍ତି ତାହା ଅତ୍ୟନ୍ତ ବେଦନା ଦାୟକ ବୋଲି ସମ୍ବଲପୁର ଜ଼ିଲ୍ଲା ବିଜୁ ଜନତା ଦଳ ଜ଼ିଲ୍ଲା ସଭାପତି ଇଂ.ସିଦ୍ଧାର୍ଥ ଦାସ ପ୍ରକାଶ କରିଛନ୍ତି l  ଏହା ଆମ ଅସ୍ମିତା ପ୍ରତି ଅସମ୍ମାନ। ଜଣେ ଲୋକ ପ୍ରିୟ ପ୍ରତିଭା ଙ୍କୁ ଦୟା ର ପାତ୍ର ଭଳି କଥା କହିବା ତଥା ଗାରିମାମୟ ପଦ୍ମ ପୁରସ୍କାର କୁ ନିଜ ଦ୍ୱାରା ପ୍ରଦାନ ବକ୍ସିସ୍ ଢାଞ୍ଚା ରେ କହିବା ଅତ୍ୟନ୍ତ ଦୁଖ ର କଥା। ଏହା ପୁଣି କେନ୍ଦ୍ର ଶାସନ ରେ ଥିବା ଵିଜେପି ର ଦଳୀୟ ଭରଚୁଆଲ ସଭାରେ। 

ଏଥି ପାଈଁ କେନ୍ଦ୍ର ଗୃହ ମନ୍ତ୍ରୀ  ଅମିତ ସାହା  ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ବାସୀ ଙ୍କୁ କ୍ଷମା ମାଗନ୍ତୁ ବୋଲି ବିଜୁ ଜନତା ଦଳ ସମ୍ବଲପୁର ଜ଼ିଲ୍ଳା ସଭାପତି ଇଂ.ଶ୍ରୀ ଦାସ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଶ୍ରୀ ଦାସ କହିଛନ୍ତି ଜେ ଏଭଳି ବକ୍ତବ୍ୟ ସମସ୍ତ ଶାଳୀନତା ର ସୀମା ଲଙ୍ଘନ କରିଛି। ଅହଂକାର ଓ ଆତ୍ମ ଵଡିମା ଦ୍ୱାରା ଅନାବଶ୍ୟକ ବକ୍ତବ୍ୟ କଦାପି ଗ୍ରହଣୀୟ ନୁହେଁ। ଓଡିଶା ବାସୀ ଏଭଳି ଅସମ୍ମାନ କୂ ତୀବ୍ର ବିରୋଧ କରିବାକୁ ଶ୍ରୀ ସିଦ୍ଧାର୍ଥ ଦାସ ଆହ୍ୱାନ ଦେଇଛନ୍ତି।

0
0
0
s2sdefault