ହେଡଲାଇନସ୍:

ଆଜି ଆକ୍ରାନ୍ତଙ୍କୁ ଟପିଲା ସୁସ୍ଥଙ୍କ ସଂଖ୍ୟା : ସୁସ୍ଥ ହେଲେ ୧୪୯ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଆଜି ରାଜ୍ୟରେ ୧୧୦ ଜଣ  କରୋନା ଆକ୍ରାନ୍ତ ହୋଇଥିବା ବେଳେ କରୋନାରୁ ସୁସ୍ଥ ହୋଇଛନ୍ତି ୧୪୯ ଜଣ | ଫଳରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ପହଁଚିଲା ୨୨୮୨ରେ |  ମିଳିଥିବା ସୂଚନା ଅନୁଯାୟୀ ସର୍ବାଧିକ  ୫୭ ଜଣ ଗଂଜାମ ଜିଲ୍ଲାରୁ ସୁସ୍ଥ ହୋଇଥିବା ବେଳେ ୨୬ ଜଣ ଖୋର୍ଦ୍ଧାରୁ , ୧୧ ଜଣ ବଲାଙ୍ଗୀରରୁ, , ୮ ଜଣ ଜଗତସିଂହପୁରରୁ ,  ବାଲେଶ୍ୱର, ଯାଜପୁର ଓ ନୟାଗଡରୁ ୭ ଜଣ ଲେଖାଏ, ଭଦ୍ରକ, କେନ୍ଦ୍ରାପଡ଼ା ଓ  ପୁରୀରୁ ୫ଜଣ ଲେଖାଏ, ୪ ଜଣ ସୁନ୍ଦରଗଡରୁ, ୩  ଜଣ କେନ୍ଦୁଝରରୁ, ୨ ଜଣ କଟକରୁ,ବୌଧ ଓ କୋରାପୁଟରୁ ଜଣେ ଲେଖାଏ ସୁସ୍ଥ ହୋଇଥିବା ଜଣାପଡିଛି | .

ସୂଚନାଜୋଗ୍ୟ ଯେ ଆଜି ସକାଳେ ୧୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ | ସେମାନଙ୍କ ମଧ୍ୟରେ  ଜଗତସିଂହପୁର  ୩୩ ଜଣ, କଟକରେ ୨୦ ଜଣ, ଖୋର୍ଦ୍ଧାରେ  ୧୪ ଜଣ, ଗଜପତିରେ ୧୧ଜଣ, ପୁରୀରେ ୭ଜଣ , ରାୟଗଡାରେ  ୪ ଜଣ,  ନୟାଗଡ, କଳାହାଣ୍ଡି ଓ ମୟୁରଭଞ୍ଜରେ  ୪ଜଣ ଲେଖାଏ  , ବରଗଡରେ  ୨ ଜଣ , କୋରାପୁଟ , କେନ୍ଦୁଝର, ବୌଧ, ଝାରସୁଗୁଡ଼ା, ଭଦ୍ରକ, କେନ୍ଦ୍ରାପଡାଓ ବଲାଙ୍ଗୀର ରେ ଜଣେ ଲେଖାଏ ସାମିଲ | 

0
0
0
s2sdefault