ହେଡଲାଇନସ୍:

ଛି ଛି .....ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ସାଜୁଛି ଦୁଷ୍କର୍ମକାରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ : ଥାନାରେ ମାମଲା ରୁଜୁ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାକୁ ଲଜ୍ଜା । ଏଥି ସହିତ ଖାକିରେ ଲାଗିଛି କଳଙ୍କ ଛିଟା । ଜିଲ୍ଲାର ଠାକୁରମୁଣ୍ଡା ଥାନାରେ କାର୍ଯ୍ୟରତ କନେଷ୍ଟବଳ ତଥା ଥାନା ଗାଡ଼ି ଚାଳକ ଏମଡ଼ି ଆକବରଉଦ୍ଧିନଙ୍କ ନାମରେ ଥାନାରେ ହୋଇଛି ସଙ୍ଗୀନ ଅଭିଯୋଗ । ପରିବାରର ଅନ୍ୟ ସଦସ୍ୟମାନେ ବାହାରକୁ ଯାଇଥିବା ବେଳେ ପିଡ଼ିତା ଘରେ ଏକୁଟିଆ ରହିଥିବାର ସୁଯୋଗ  ଉଠାଇ ଥାନା ଗାଡ଼ି ଡ୍ରାଇଭର ଏମଡ଼ି ଆକବରଉଦ୍ଧିନ ଯୁବତୀଙ୍କୁ ବଳପୂର୍ବକ ବାରମ୍ବାର ଦୁଷ୍କର୍ମ କରିଥିବାର ଥାନାରେ ପିଡ଼ିତା ପକ୍ଷରୁ ଲିଖିତ ଅଭିଯୋଗ ହେବା ପରେ କରଞ୍ଜିଆ ଉପଖଣ୍ଡ ପୁଲିସ ଅଧିକାରୀ ନାରାୟଣ ନାୟକ ଥାନାରେ ପହଁଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ଡ୍ରାଇଭରକୁ ଥାନାରେ ଅଟକ ରଖିଥିବାର ଜଣାପଡ଼ିଛି ଏବଂ ଅଭିଯୁକ୍ତ ନାମରେ ଥାନାରେ ମଧ୍ୟ ଏକ ମାମଲା ରୁଜୁ କରାଯାଇଛି । ଏଥି ସହିତ ଠାକୁରମୁଣ୍ଡା ଥାନା ଅଧିକାରିଣୀ ସରୋଜିନୀ ସିଂଙ୍କୁ ମାମଲାର ଦାୟିତ୍ୱ ପ୍ରଦାନ କରିଛନ୍ତି । ତେବେ ଅଭିଯୁକ୍ତ ଏମଡ଼ି ଆକବରଉଦ୍ଧିନ ଓ ପିଡ଼ିତା ଯୁବତୀ ଉଭୟଙ୍କ ଡ଼ାକ୍ତରୀ ପରୀକ୍ଷା କରାଯିବ । ମେଡ଼ିକାଲ ରିପୋର୍ଟକୁ ଯାଞ୍ଚ କରାଯିବା ପରେ ଅଭିଯୁକ୍ତ ପୁଲିସ ଡ୍ରାଇଭରଙ୍କୁ କୋର୍ଟ ଚାଲାଣ କରାଯିବ ବିଲି ଆଇଆଇସି ଶ୍ରୀମତୀସିଂ ପ୍ରକାଶ କରିଛନ୍ତି । ତେବେ ଅଭିଯୁକ୍ତ ବିରୋଧରେ ପୁଲିସ କେଉଁ ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ପରବର୍ତ୍ତି ସମୟରେ ଜଣାପଡ଼ିବ । 

0
0
0
s2sdefault