ହେଡଲାଇନସ୍:

ପାରଳାଖେମୁଣ୍ଡିରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ସମ୍ପନ୍ନ : ୧୦୮ ପଇଡ ପାଣିରେ ଶ୍ରୀ ଜିଉମାନଙ୍କ  ସ୍ନାନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଜଗନ୍ନାଥ ମନ୍ଦିରରେ  ତିନି ଠାକୁର ବଳଭଦ୍ର , ସୁଭଦ୍ରା , ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା  ନୀତି କାର୍ଯ୍ୟକ୍ରମ ପୋଲିସ ଓ ପ୍ରଶାସନର ୧୪୪ ଧାରା ମଧ୍ୟରେ ସମ୍ପାଦନ ହୋଇଯାଇଛି ।

    ଶ୍ରୀ ଜୀଉଙ୍କ ସ୍ନାନ ପୂର୍ଣ୍ଣିମା ଅବସରରେ ଲକ୍ ଡାଉନ୍ ସମୟରେ ଜଗନ୍ନାଥ ପ୍ରେମୀ ତଥା ଭକ୍ତ ଜନସାଧାରଣଙ୍କ ଅଧିକ ସଂଖ୍ୟକ ଗହଳି ଓ ସାମାଜିକ ଦୂରତା ନ ହେବା ପ୍ରତି ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ   ସ୍ଥାନୀୟ ଶ୍ରୀ ମନ୍ଦିରର ଚତୁଃପାର୍ଶ୍ବ ୧୦୦ ମିଟର ଦୂରତା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଥିଲେ ।

  ପ୍ରଶାସନ ଏଥିପ୍ରତି ତୀକ୍ଷଣ ଦୃଷ୍ଟି ରଖିଥିବା ସହ  ପୋଲିସ ଉଭୟ ପାର୍ଶ୍ଵରେ ବେରିକେଟ କରି  କଡା ପହରା ଦେଇ ଜଗି ରହିଥିଲେ ।  ଶ୍ରୀ ଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି କାର୍ଯ୍ୟକ୍ରମ ପାହାନ୍ତିଆରୁ  ଆରମ୍ଭ ହୋଇଥିଲା ।  ପାହାନ୍ତିଆ ୪ଟାରେ ମଙ୍ଗଳଆଳତୀ ,  ମୈଲମ ,  ପହଣ୍ଡି , ସ୍ନାନ ମଣ୍ଡପ ବିଜେ , ପୂଜର୍ଚ୍ଚନା ପ୍ରଭୃତି କାର୍ଯ୍ୟକ୍ରମ ହୋଇଥିଲା ।

    ପରେ ଶ୍ରୀ ଜୀଉ ମାନଙ୍କୁ ୧୦୮ ପଇଡ ପାଣିରେ ସ୍ନାନନୀତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ପରେ ଶ୍ରୀ ଜୀଉଙ୍କ ଗଜାନନ ବେଶ ଓ ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

 

0
0
0
s2sdefault