ହେଡଲାଇନସ୍:

ତାମିଲନାଡୁ ସରକାରଙ୍କ ଗୁରୁ ଚାଣ୍ଡାଳ ତ୍ରୁଟି :  ଓଡ଼ିଆ ଶ୍ରମିକଙ୍କୁ ବସେଇ ଦେଲେ ବିହାର ଟ୍ରେନରେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଦିବସଙ୍କ ପ୍ରୟାସ ପରେ ମୁଜାଫରପୁରରୁ ଓଡିଶା ଫେରିଲେ 1000 ପ୍ରବାସୀ ଓଡ଼ିଆ 

ଭୁବନେଶ୍ୱର (ଶାସକ ପ୍ରଶାସକ): ରାଜ୍ୟ ସରକାର  ଓ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟର ମିଳିତ ପ୍ରୟାସ ରେ ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ଫସିଥିବା  ପ୍ରବାସୀ ଶ୍ରମିକଙ୍କୁ ନେଇ ସ୍ୱତନ୍ତ୍ର ଶ୍ରମିକ ସ୍ପେସିଆଲ ଟ୍ରେନ ଗୁଡିକ ଯାତାୟତ କରୁଛି. ଏହି କ୍ରମରେ ତାମିଲନାଡୁ ରୁ ଏକ ଶ୍ରମିକ ସ୍ପେସିଆଲ ଟ୍ରେନ ତିରୁପୁର ଷ୍ଟେସନରୁ ବାହାରି ବିହାରର ମୁଜ଼ଫରପୁର ଆସୁଥିଲା.ସେଥିରେ ବିହାର ର ପ୍ରବାସି ଶ୍ରମିକ କମ ହେବାରୁ ଓଡ଼ିଶାର ପିଲାଙ୍କୁ ଭର୍ତ୍ତି କରାଯାଇ ବିହାର ଟୋକନ ଦେଇ ପଠେଇ ଦିଆଗଲା | ସେଠାରେ ଓଡ଼ିଆ ପ୍ରବାସୀ ଶ୍ରମିକଙ୍କୁ କୁହାଗଲା ଯେ ଟ୍ରେନଟି ଓଡ଼ିଶା ବାଟେ ଯିବ ଏବଂ ଚାରୋଟି ଷ୍ଟେସନରେ ଅଟକିବ | କିନ୍ତୁ ଯେତେବେଳେ ଟ୍ରେନ ଚାଲିଲା ଆଉ ଆନ୍ଧ୍ରପ୍ରଦେଶର ବିଜୟବାଡା ଷ୍ଟେସନରୁ ଗାଡ଼ିର ଦିଗ ବଦଳିଲା ସେତେବେଳେ ଓଡ଼ିଆ ପ୍ରବାସୀ ଶ୍ରମିକ ମାନେ ଇତସ୍ତତ ହୋଇପଡିଲେ | ସେମାନେ ସେଠାରେ ଓଲହେଇବାକୁ ଚେଷ୍ଟା କରିଥିଲେ | କିନ୍ତୁ ପୋଲିସ ତାଙ୍କୁ ଗୋଡେଇ ଗୋଡେଇ ବାଡେଇ ଟ୍ରେନରେ ପୁରେଇଦେଇଥିଲେ | 

ଇତିମଧ୍ୟରେ ସେହି ଟ୍ରେନରେ ଥିବା ଭଦ୍ରକ ଜିଲ୍ଲାର ଜଣେ ପ୍ରବାସୀ ଓଡ଼ିଆ ଶ୍ରମିକ ସୁଧୀର ଜେନା ବରଗଡ଼ ଜିଲ୍ଲା ପାଇକମାଲର ଗୋବିନ୍ଦ ମେହେରଙ୍କ ଠାରୁ ନମ୍ବର ପାଇ ବିଜେପୁର ବ୍ଲକର ସମାଜିକ କର୍ମୀ ଦିବସ କୁମାର ସାହୁଙ୍କୁ ଫୋନ ମାଧ୍ୟମରେ ଜଣେଇଥିଲେ | ସେ ଘଟଣାର ଗୁରୁତ୍ୱକୁ ବୁଝି ତାର ଆଶୁ ସମାଧାନ ପାଇଁ ଉକ୍ତ ଘଟଣାକୁ ରେଳ ବିଭାଗକୁ ଜଣେଇଥିଲେ |  ଭୋକ ଉପାସରେ ଥିବା ଶ୍ରମିକଙ୍କ ପାଇଁ ରାସ୍ତାରେ ଥିବା ବିଭିନ୍ନ ଷ୍ଟେସନରେ ଖାଇବା ବ୍ୟବସ୍ଥା କରେଇଥିଲେ. ପ୍ରତି ମୁହୂର୍ତ୍ତରେ ଟ୍ରେନର ଲୋକେସନ କୁ ମାଗି ଉକ୍ତ ଅଂଚଳର DRM ମାନଙ୍କ ସହିତ ଟ୍ୱିଟରରେ ଯୋଗାଯୋଗ ରଖିଥିଲେ ଦିବସ | ଜୁନ ୩ ତାରିଖ ଦିନ ପୂର୍ବ ତଟ ରେଳ ବିଭାଗ ଘଟଣାର ସମ୍ପୂର୍ଣ୍ଣ ବିବରଣୀ ଦିବସଙ୍କ ଠାରୁ ହାସିଲ କଲେ ଏବଂ ତାମିଲନାଡୁ ସରକାର କରିଥିବା ଭୁଲ କୁ ସୁଧାରିବା ନିମନ୍ତେ ବ୍ୟବସ୍ଥା କରିଥିଲେ | ଦିବସଙ୍କୁ ଏନେଇ ଟ୍ୱିଟ ମାଧ୍ୟମରେ ଜଣେଇଥିଲେ ଯେ ଏହି ଘଟଣାଟିକୁ ନିଜେ ରେଳ ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି ଏବଂ ଯାତ୍ରୀମାନଙ୍କ ସମସ୍ତ ସୁବିଧା କରାଯିବ ବୋଲି ଉଲ୍ଲେଖ କରିଥିଲେ | ଦିବସଙ୍କୁ ଏହାମଧ୍ୟ କହିଥିଲେ ଯେ ଆପଣ ସମସ୍ତଙ୍କୁ ସହଯୋଗ କରନ୍ତୁ ଏବଂ ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ଟ୍ରେନର ଠିକଣା ପ୍ରତିମୁହୂର୍ତରେ ଜଣେଇବାକୁ ଅନୁରୋଧ କରିଥିଲେ ଯାହାକି ଦିବସ ଟ୍ରେନରେ ଯାତ୍ରା କରୁଥିବା ସୁଧୀର ଜେନାଙ୍କ ସହାୟତାରେ ଅନବରତ ଭାବେ ରେଳ ବିଭାଗ କୁ ଅବଗତ କରୁଥିଲେ | 

୩ ତାରିଖ ସନ୍ଧ୍ୟା ୬ ଟା ସମୟରେ ଲଖନୌ ଡିଆରଏମ ମୋନିକା ଅଗ୍ନିହୋତ୍ରୀ ଘଟଣାକୁ ସମ୍ପୂର୍ଣ୍ଣ ଭାବେ ବୁଝିଥିଲେ ଏବଂ ତାର ବ୍ୟବସ୍ଥା କରିବାକୁ କହିଥିଲେ | ତା ପରେ ସମସ୍ତ ଶ୍ରମିକଙ୍କ ପାଇଁ ଗୋରଖପୁର ଠାରେ ଖାଇବା ବ୍ୟବସ୍ଥା କରାଯାଇଥିଲା | ୪ ତାରିଖ ଭୋର ରେ ଟ୍ରେନଟି ବିହାରର ମୁଜ଼ଫରପୁର ଠାରେ ପହଞ୍ଚିଥିଲା | ସେଠାରେ ବିହାରରେ ଥିବା ଶ୍ରମିକଙ୍କୁ ଓହ୍ଲାଇ ଦେଇ କିଛି ସମୟ ଟ୍ରେନ ଅଟକି ଓଡ଼ିଆ ପ୍ରବାସୀ ମାନଙ୍କ ପାଇଁ ଜଳଖିଆ ବ୍ୟବସ୍ଥା କରି  ରେଳ ବିଭାଗର  ନିଷ୍ପତ୍ତି ଅନୁସାରେ ଟ୍ରେନ ଟି ଓଡ଼ିଶା ଅଭିମୁଖେ ଯାତ୍ରା କରିଥିଲା | 

  ଆଜି ତା ୫ ଜୁନ ରାତି ୨ ଟା ସମୟରେ ଓଡ଼ିଶା ଆସି ଖୁସିରେ ଆତ୍ମବିଭୋର ହୋଇ ଶ୍ରମିକ ମାନେ ଦିବସଙ୍କୁ ସାଧୁବାଦ ଜଣେଇବା ସହ ଆଶୀର୍ବାଦ ପ୍ରଦାନ କରିଥିଲେ | ଦିବସଙ୍କ ଋଣ  ସେମାନେ ସୁଝି ପାରିବେନି ବୋଲି ଆମ ପ୍ରତିନିଧିଙ୍କୁ କହିଛନ୍ତି | ବାସ୍ତବିକ ଜଣେ ସାଧାରଣ ସ୍ୱେଚ୍ଛାସେବୀ ହୋଇ ନିଜର ନିଃସ୍ୱାର୍ଥପର ସେବା ମନୋଭାବ ନେଇ ଅନେକ ଜଟିଳ ସମସ୍ୟା ଗୁଡିକର ସମାଧାନ କରୁଥିବା ଦିବସ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି | 

 

0
0
0
s2sdefault