ହେଡଲାଇନସ୍:

ସମ୍ବଲପୁର ସମଲେଶ୍ବରୀ ମନ୍ଦିର ପରିସରରେ ଅଗ୍ନିକାଣ୍ଡ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ) ସମ୍ବଲପୁର ଅଧିଷ୍ଠାତ୍ରୀ ମାଁ ସମଲେଶ୍ବରୀ ଦେବୀଙ୍କ ମନ୍ଦିର ପରିସରରେ ଥିବା ଗୋଦାମ ଘରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛିି । ଆଜି ସକାଳ ୮-୩୦ ମିନିଟ ରେ ଏହି ଅଗ୍ନିକାଣ୍ଡ ହୋଇଥିବା ସୁଚନା ମିଲିଛି । ଏବେ ସାରା ଦେଶରେ ଲଗଡାଉନ ଯୋଗୁ ମାଁ ସମଲେଶ୍ବରୀ ମନ୍ଦିର ମଧ୍ୟ ବହୁ ଦିନ ହେଲା ବନ୍ଦ ରହୁଥିବା ରୂ ଏହି ଗୋଦାମ ଘରେ ବହୁ ପୁଜା ସାମଗ୍ରୀ ମହଜୁଦ ରହିଥିଲା । ତେବେ ସଟସାକିଟ ଯୋଗୁ ଏହି ନିଆ ଲାଗିଥିବା ଅନୁମାନ କରାଯାଉଥିବା ବେଳେ ତଦନ୍ତ ପରେ ଏହାର ସଠିକ କାରଣ ଜଣାପଡିବ ବୋଲି ଅଗ୍ନିଶମ ବିଭାଗ  ପକ୍ଷରୁ କୁହାଯାଇଛି ।  ମନ୍ଦିର ର ପୁଜକ କୁଦଣ୍ଡ ରାଏ ଙ୍କ ଏହା ଗୋଦାମ ଘର ହୋଇଥିବା ବେଳେ ଏଥିରେ ନଡ଼ିଆ ,ଘିଅ,ବିଭିନ୍ନ ପୁଜା ସାମଗ୍ରି ଥିବା ଜଣା ପଡ଼ିଛି। ଅଗ୍ନିକାଣ୍ଡ ରେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ପୁଜକ କହିଛନ୍ତି । ଖବର ପାଇଁ ଅଗ୍ନିଶମ ବିଭାଗ ର ଟିମ ସମଲେଶ୍ବରୀ ମନ୍ଦିର ପହଞ୍ଚି ଦୁଇଗୋଟି ଦମକଳ ଗାଡି ସହାୟତା ରେ ନିଆଁକୁ ଆୟତ କରିଛନ୍ତି।

     

0
0
0
s2sdefault