ହେଡଲାଇନସ୍:

ମେ ୩୧ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କଲେ କେନ୍ଦ୍ର ସରକାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

New Delhi (shasak prashasak) : ଆଉ ଦୁଇ ସପ୍ତାହ ପାଇଁ ଲକ ଡାଉନ  ଅବଧି  ବଢ଼ାଇଛନ୍ତି କେନ୍ଦ୍ର ସରକାର | ଅର୍ଥାତ ୪ର୍ଥ ଥର ପାଇଁ ବଢିଛି ମେ ୩୧ ପର୍ଯ୍ୟନ୍ତ |  ହେଲେ ଏଥର ସ୍ୱରୂପରେ କିଛିଟା ପରିବର୍ତ୍ତନ ହୋଇପାରେ | ଖୁବ ଶୀଘ୍ର ଏ ସମ୍ପର୍କରେ ଗାଇଡ଼ ଲାଇନ ଜାରି କରାଯିବ | ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ବେଳେ ଆସିଥିବା ନିଷ୍କର୍ଷକୁ ଆଧାର କରି ଲକ ଡାଉନ-୪ର ଗାଇଡ଼ ଲାଇନ ପ୍ରସ୍ତୁତ ହେବ | ସରକାରଙ୍କ ଲକ ଡାଉନ ନିଷ୍ପତ୍ତି ଯୋଗୁ ଭୁଶୁଡି ଯାଇଥିବା ଅର୍ଥନୀତ ଓ ବେରୋଜଗାରୀକୁ ଆଖିରେ ରଖି ପ୍ରସ୍ତୁତ ହେବ ମାର୍ଗଦର୍ଶିକା |  ଆପାତତଃ ସର୍ବସାଧାରଣ ପରିବହନ, ହୋଟେଲ, ହୋଟେଲ ଖୋଲିବା ପାଇଁ ଅନୁମତି  ମିଳିପାରେ | ଅଟୋ ଓ କ୍ୟାବ ମଧ୍ୟ ଜଣେ ଦୁଇ ଜଣ ପସେଞ୍ଜରଙ୍କୁ ନେଇ ଯାତ୍ରା କରିବାକୁ ଅନୁମତି ମିଳିପାରେ | 

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ଲକଡାଉନ-୪ ଘୋଷଣା ପୂର୍ବରୁ ୫ଟି ରାଜ୍ୟ ଲକଡାଉନ ଅବଧି ବୃଦ୍ଧି କରଛନ୍ତି | ତାମିଲନାଡୁ ଓ ମହାରାଷ୍ଟ୍ର ସରକାର ମେ ୩୧ ଯାଏଁ ଲକଡାଉନ ବଢ଼ାଇଥିବା ବେଲେ ମିଜୋରାମ, ପଞ୍ଜାବ ଓ ତେଲେଙ୍ଗାନା ସରକାର ମଧ୍ୟ ଲକଡାଉନ ଅବଧିକୁ ବଢାଇଥିଲେ | 

0
0
0
s2sdefault