ହେଡଲାଇନସ୍:

ରେଢ଼ାଖୋଲ ରେ ଜଣେ କରୋନା ଆକ୍ରାନ୍ତ , ଅଞ୍ଚଳବାସୀ ଭୟଭୀତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢ଼ାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଲୁହାପଙ୍କ କ୍ୱାରେଣ୍ଟାଇନ୍  ସେଣ୍ଟରରୁ ଜଣେ ୧୮ ବର୍ଷ ର ଯୁବକ କରୋନା ପଜିଟିଭ ବାହାରି ଥିବା ଜଣାପଡିଛି। ରେଢ଼ାଖୋଲ ଉପଖଣ୍ଡ ତ୍ରିବଣପୁର ପଞ୍ଚାୟତର ଖଣ୍ଡାମ୍ ଗ୍ରାମର ବୋଲି ସୂଚନା ମିଳିଛି । ଯୁବକ ଜଣକ ନିକଟରେ ଅହମଦାବାଦରୁ ଫେରିଥିବା ଟ୍ରାଭେଲ ହିଷ୍ଟ୍ରି ରୁ ଜଣାପଡିଛି । ଅହମଦାବାଦରୁ ନିକଟରେ ବସ ଭଡା କରି ପାଖାପାଖି ୨୦ ଜଣ ଆସିବା ପରେ ସମସ୍ତଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ଦୁଇ ଦିନ ପୂର୍ବରୁ ନମୁନା ପରୀକ୍ଷଣ ପରେ ଏମାନଙ୍କ ମଧ୍ୟରୁ ଜଣେ ପଜିଟିଭ ଥିବା ଜଣାପଡିଛି । 

0
0
0
s2sdefault