ସମ୍ବଲପୁର ବିଜେଡି ପକ୍ଷରୁ ରକ୍ତ ଦାନ ଶିବିର ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର- (ରମାକାନ୍ତ  ବିଶ୍ବାଳ ) ସାମ୍ପ୍ରତିକ ସମୟରେ ସାରା ଭାରତ ବର୍ଷରେ  ମହାମାରୀ କରୋନା ପ୍ରକୋପ ରେ  ରକ୍ତ ର ଘୋର ଅଭାବ କୁ ପରିଲକ୍ଷିତ କରି ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ରାଜ୍ୟ ଓଡିଶା ରେ ରକ୍ତ ଦାନ ଶିବିର ର ଆୟୋଜନ  କରିବା ପାଇଁ ନିର୍ଦେଶ ଦେଇଛନ୍ତି l ଏହି ପରିପ୍ରେକ୍ଷୀରେ ଆଜି ସମ୍ବଲପୁର ବିଜୁ ଜନତା ଦଳ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର (ଜୀବନ ବିନ୍ଦୁ) ଧନୁପାଲି ଆଦିତ୍ୟ କଲ୍ୟାଣ ମଣ୍ଡପ ଠାରେ  ଅନୁଷ୍ଠିତ ହୋଇଥିଲା l ବିଜେଡି ଜିଲ୍ଲା ସଭାପତି  ସଭାପତି ସିଦ୍ଧାର୍ଥ ଦାସ  ଙ୍କ  ପୌରହିତ୍ୟରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ସମ୍ବଲପୁର ଜ଼ିଲ୍ଲା ଦଳୀୟ ପର୍ଯ୍ୟବେକ୍ଷକ ଇଂ. ନଳିନୀ କାନ୍ତ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ ପୂର୍ଵକ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l ଏହି ରକ୍ତଦାନ ଶିବିର କୁ ବରିଷ୍ଠ ବିଜେଡ଼ି ନେତା ତଥା ସରକାରୀ ଓକିଲ  ଅଶୋକ ସେନାପତି ଉଦ୍ଘାଟନ କରିଥିଲେ। ରକ୍ତଦାନ ଶିବିରରେ  ସମୁଦାୟ ୩୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା l ବୁର୍ଲା ରକ୍ତ ଭଣ୍ଡାର ର ଡାକ୍ତର, ଟେକ୍ନିସିଆନ ମାନେ ରକ୍ତ ସଂଗ୍ରହ କରିଥିଲେ l ଏହି ରକ୍ତଦାନ କାର୍ଯ୍ୟକ୍ରମ ରେ ରାଜ୍ୟ ବିଜୁ ଯୁବ ଜନତା ଦଳ  କାର୍ଯ୍ୟକାରୀ ସଭାପତି ସଞ୍ଜିତ୍ ମହାନ୍ତି, ମହିଳା ଜନତା ଦଳ ରାଜ୍ୟ ସମ୍ପାଦିକା ଉଷା ପ୍ରଧାନ,  ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜିକା କବିତା ପୁରୋହିତ,  ବିଜୁ ଯୁବ ଜନତା ଦଳ ଜ଼ିଲ୍ଲା ସଭାପତି ସୁବାସ ଜେନା, ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ  ଆଟି ୱାଇଙ୍ଗ ସଂଯୋଜକ ସୁଧୀର  ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ l  ରକ୍ତଦାନ ଶିବିର ପରିଚାଳନାରେ ଲିଙ୍ଗରାଜ ତ୍ରିପାଠୀ, ଦିଲିପ୍ ଦାସ,  ଆଶିଷ ମିଶ୍ର, ସୁନିଲ ମିଶ୍ର, ବିକାଶ ମିଶ୍ର,  ଆଲୋକ ମିଶ୍ର,  ସୈରେନ୍ଦ୍ରି ନାୟକ, ସୁଶିଲ ମିଶ୍ର,  ଅଶୋକ ମହାକୁଡ, ତାପସ ପଳେଇ,  ଅଭିମନ୍ୟୁ ରାଉତ, ଜୟନାରାୟଣ ନାଗ,  ଅମିତାଭ ଷଡ଼ଙ୍ଗୀ,  ପ୍ରଶାନ୍ତ ଥାପା, ତପନ ଗୁରୁ, ସୁରେନ୍ଦ୍ର ଥାପା, ସୁବଳ ସାହୁ,  ନିଶିତ୍ ଆକାଶ ପ୍ରମୁଖ  ସହଯୋଗ କରିଥିଲେ l  ସମସ୍ତ ରକ୍ତ ଦାତା ମାନଙ୍କୁ  ଜ଼ିଲ୍ଲା ସଭାପତି ସିଦ୍ଧାର୍ଥ ଦାସ କୃତଜ୍ଞତା ଜ୍ଞାପନ କରିବା ସହିତ ଏହି ପରି ଶିବିର ଆଗକୁ  ଆହୁରି ଆୟୋଜନ କରାଯିବ ବୋଲି ପ୍ରକାଶ କରିଛନ୍ତି।

0
0
0
s2sdefault