ହେଡଲାଇନସ୍:

ଜିଲ୍ଲାପାଲ କ୍ଷମତାର ପ୍ରୟୋଗ: ପଂଚାୟତରେ ସରପଂଚ କଲେ ସଟ ଡାଉନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପଦ୍ମପୁର-କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ଦେଇଥିବା ଜିଲ୍ଲାପାଳ କ୍ଷମତାକୁ କାର୍ଯ୍ୟରେ ଲାଗୁ କରିଛନ୍ତି  ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଳକ ମେଳଛାମୁଣ୍ଡା ଗ୍ରାମପଞ୍ଚାୟତର ସରପଞ୍ଚ  ସୁନିତା ବରିହା | ପଂଚାୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତଥା କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ ସରପଞ୍ଚକୁ ପ୍ରଦତ୍ତ  ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ତାଙ୍କ ପଞ୍ଚାୟତର ତେଲମହୁଲ ଗ୍ରାମକୁ ୨୪ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି ସୁନିତା । ଆଉ ସଟ୍ ଡାଉନକୁ ଅମାନ୍ୟ କଲେ କୋଭିଡ୍ ଆଇନ ଅନୁଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଜାରି କରିଥିବା ଆଦେଶନାମାରେ ଉଲ୍ଲେଖ କରିଛନ୍ତି  ସରପଞ୍ଚ ସୁନିତା ବରୀହା | 

ସୁନିତାଙ୍କୁ ଦଶଖତରେ ଜାରି ସଟ ଡାଉନ ନୋଟିସରେ କୁହାଯାଇଛି ଯେ "ମେଲଛାମୁଣ୍ଡା ଗ୍ରାମ ପଂଚାୟତ ଅନ୍ତର୍ଗତ ତେଲମହୁଲ ଗ୍ରାମବାସୀଙ୍କ ଅବଗତି ପାଇଁ  ଏହି ପଦକ୍ଷେପ ନିଆଯାଇଛି, ଏକ ଯାତ୍ରୀବାହି ବସ୍ ଅନ୍ୟ ରାଜ୍ୟରୁ ବରିହାପାଲି, ଚାଣ୍ଡିପାଲି, ପଲସାପାଲି ଓ ଭୁନ୍ଦୁବାହାଲ ର ପ୍ରବାସୀ ଓଡିଆ ମାନଙ୍କୁ ଆଣି ଅଦ୍ୟ ତା. ୧୬.୦୫. ୨୦୨୦ ଅପରାହ୍ନ ୫ ଘଣ୍ଟା ସମୟରେ ତେଲମହୁଲ ବସ୍‌ଷ୍ଟାଣ୍ଡ ରେ ଓହ୍ଲାଇ ନିକଟସ୍ଥ ନାଲା ରେ ତାଙ୍କର ନିତ୍ୟକର୍ମ ସାରି ଲୋକଙ୍କ ସହ ମିଳାମିଶି କରିଥିଲେ  । ଏଣୁ କରୋନା ସଂକ୍ରମଣ ର ସମ୍ଭାବନା ଥିବାରୁ ଆସନ୍ତା କାଲି ଅର୍ଥାତ ତା. ୧୭.୦୫ .୨୦୨୦ ସକାଳ ୪ ଘଣ୍ଟା ରୁ ୧୮.୦୫.୨୦୨୦ ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ତେଲମହୁଲ ଗ୍ରାମ କୁ ସମ୍ପୂର୍ଣ ଭାବେ ତାଲାବନ୍ଦ ଘୋଷଣା କରିଛନ୍ତି। ଏହାକୁ କଡାକଡି ଭାବେ ପାଳନ କରି ନିଜ ନିଜର ଜୀବନ ସୁରକ୍ଷିତ ରଖିବାକୁ ଫଚାୟତ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି।" 

0
0
0
s2sdefault