ହେଡଲାଇନସ୍:

ଶୂନ୍ୟ ଜୀବନହାନୀ ଆଭିମୁଖ୍ୟ ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଭିଡିଓ କନଫରେନ୍ସିଂରେ ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଏକକାଳୀନ COVID-19 ପରିଚାଳନା ଓ ଅମ୍ଫାନ ଘୂର୍ଣ୍ଣିବଳୟକୁ ସାମ୍ନା କରିବାକୁ ପ୍ରସ୍ତୁତିରେ ଶୂନ୍ୟ ଜୀବନହାନୀ ଆଭିମୁଖ୍ୟ ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ ଜନସାଧାରଣଙ୍କୁ ଭୟଭୀତ ନହେବାକୁ ଅନୁରୋଧ କରିଛନ୍ତି |

ମୁଖ୍ୟମନ୍ତ୍ରୀ ଆଜି ଭିଡ଼ିଓ କନଫରେନ୍ସ ଜରିଆରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି । ପ୍ରଭାବିତ ହେବାକୁ ଥିବା ୧୨ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତିଟି ଜୀବନ ଗୁରୁତ୍ୱପୂର୍ଣ୍ଣ ଏହାକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପ୍ରଭାବିତ ଜିଲ୍ଲାରୁ ସମୟ ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଲାଗି କହିଛନ୍ତି । ଫାଇଲିନ, ହୁଡ୍ ହୁଡ, ତିତିଲି, ବୁଲ୍ ବୁଲ ଓ ଫନି କୁ ସଫଳତାର ସହ ମୁକାବିଲା କରାଯାଇଛି । ତେଣୁ ଆତଙ୍କିତ ନହେବା ଲାଗି ଜନ ସାଧାରଣ ଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Ndrf, Odraf ଓ ଅଗ୍ନିଶମ ବିଭାଗ କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାଛ ଧରା କାର‌୍ୟ୍ୟକୁ ସମ୍ପୁର୍ଣ୍ଣ ବନ୍ଦ ରଖିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ଯେ, ଅମ୍ଫାନି ଯୋଗୁ ୪ ଜିଲ୍ଲାର ୧ ଲକ୍ଷ ହେକ୍ଟର ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି । ଏନେଇ କ୍ୟାବିନେଟ୍ ସଚିବଙ୍କ ସହ ଆଲୋଚନା ହୋଇଛି । ୧୧ଲକ୍ଷ ଲୋକ ରହିବା ଭଳି ବାତ୍ୟା ଆଶ୍ରୟସ୍ଥଳୀ ଓ ପକ୍କା ଘର ପ୍ରସ୍ତୁତ ରହିଥିବା ସ୍ଵତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଛନ୍ତି ।

0
0
0
s2sdefault