ହେଡଲାଇନସ୍:

ବଡ଼ବିଲରେ ଜଣେ କରୋନା ପଜିଟିଭ ଚିହ୍ନଟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଡ଼ବିଲ (ଶାସକ ପ୍ରଶାସକ) :ଆଜି କେନ୍ଦୁଝର ଜିଲ୍ଲାରେ ଆଉ ୪ଜଣ କାରୋନା ଆକ୍ରାନ୍ତ  ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଁଚିଛି। ଆଜି ଚିହ୍ନଟ ୪ ଆକ୍ରାନ୍ତଙ୍କ ମଧ୍ୟରୁ ବଡ଼ବିଲ ପୋୖରାଞ୍ଚଳର ଜଣେ ୨୬ ବର୍ଷୀୟ ଯୁବକ ଥିବାର ସୂଚନା ମିଳିଛି। ଗତ ୯ ତାରିଖରେ ସମ୍ପୃକ୍ତ ଯୁବକ ଅନ୍ୟ ୨ ଜଣଙ୍କ ସହ କୋଲକାତାରୁ ଏକ କାର ଭଡ଼ା କରି ବଡ଼ବିଲରେ ପହଞ୍ଚିଥିଲେ। ସୂଚନା ପାଇ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ୧୩ ନମ୍ବର ୱାର୍ଡ ସ୍ଥିତ  ମାଟକାମବେଡ଼ା ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଥିବା କ୍ବାରେଣ୍ଟିନ ସେଣ୍ଟରରେ  ରଖିଥିଲେ। ଗତ ୧୪ ତାରିଖରେ ଏହି ୩ ଜଣଙ୍କ ସମେତ ମୋଟ ୪୦ ଜଣଙ୍କର  ସ୍ବାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ତେବେ ସ୍ବାବ୍ ପରୀକ୍ଷା ରିପୋର୍ଟରୁ ଜଣଙ୍କର ପଜିଟିଭ୍ ରିପୋର୍ଟ ଆସିଥିବା ଜଣାପଡିଥିଲା । ରୋଗୀ ଚିହ୍ନଟ ପରେ ସ୍ଥାନୀୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଇଥିଲା।  ଗତକାଲି ସନ୍ଧ୍ୟାରେ ଏହି କରୋନା  ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କଟକ ସ୍ଥିତ ଅଶ୍ବିନୀ କୋଭିତ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ତେବେ  ଆକ୍ରାନ୍ତ ଯୁବକଙ୍କ ସହ ଆସିଥିବା ଅନ୍ୟ ୨ ଜଣଙ୍କର ସ୍ବାବ୍ ପୁଣି ପରୀକ୍ଷା ପାଇଁ ପଠାଯିବ ବୋଲି ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ ମାଟକାମବେଡ଼ା ସରକାରୀ ଉଚ୍ଚବିଦ୍ୟାଳୟ ଅଂଚଳକୁ କଣ୍ଟାନମେଣ୍ଟ ଜୋନ୍ ଘୋଷିତ କରାଯାଇଥିବା ବଡ଼ବିଲ ପୋୖରାଧିକାରୀ ଅଭିଷେକ ପଣ୍ଡା ସୂଚନା ଦେଇଛନ୍ତି।

0
0
0
s2sdefault