ହେଡଲାଇନସ୍:

ଓଡ଼ିଶା ପୋଲିସରେ ଖାଲି ପଡ଼ିଛି ୧୦ ହଜାରରୁ ଅଧିକ ପଦବୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ପୋଲିସ ବିଭାଗରେ ଓଡ଼ିଶାରେ କନଷ୍ଟେବଳ ଠାରୁ ଡିଜି ପର୍ଯ୍ୟନ୍ତ ବିଭିନ୍ନ ପାହ୍ୟାରେ ୧୦ ହଜାରରୁ ଅଧିକ ପଦବୀ ଖାଲିପଡ଼ିଛି । ପ୍ରଚଳିତ ନିୟମାନୁଯାୟୀ ନୂତନ ଚୟନ ପ୍ରକ୍ରିୟା ଓ ପଦୋନ୍ନତି ଭିତ୍ତିରେ ଏ ସବୁ ପଦବୀ ପୂରଣ ଲାଗି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ବିଧାନସଭାରେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ପରିସଂଖ୍ୟାନ ଅନୁଯାୟୀ ରାଜ୍ୟ ପୋଲିସ ବିଭାଗରେ ଗତ ଜାନୁଅ।ରୀ ପହିଲା ସୁଦ୍ଧା କନଷ୍ଟେବଳ ଠାରୁ ଆରମ୍ଭ କରି ଡିଜି ପର୍ଯ୍ୟନ୍ତ ମୋଟ୍ ୬୬,୯୭୯ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବା ବେଳେ ସେଥିରୁ ୧୦,୩୨୮ଟି ଖାଲି ପଡ଼ିଛି । ଏହି ଖାଲିପଦବୀଗୁଡ଼ିକ ପୂରଣ କରିବା ଲାଗି ନିଆଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ସୂଚାଇଛନ୍ତି ।

ରାଉରକେଲା ପୋଲିସ ଜିଲ୍ଲାରେ ବିଭିନ୍ନ ପାହ୍ୟାର ୧୮୭ଟି ପଦବୀ ଖାଲିଥିବା ବେଳେ ସୁନ୍ଦରଗଡ଼ ପୋଲିସ ଜିଲ୍ଲାରେ ୧୩୦ଟି ପଦବୀ ଖାଲିଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି । ରାଉରକେଲାରେ ଡିଏସ୍ପି ଓ ଇନ୍ସପେକ୍ଟର ପାହ୍ୟାର ୪ଟି କରି, ସବ୍ଇନ୍ସପେକ୍ଟର ପାହ୍ୟାର ୩୯ଟି, ଏଏସ୍ଆଇ ପାହ୍ୟାରେ ୩୦ଟି ପଦବୀ ଖାଲି ପଡ଼ିଥିବା ବେଳେ ୪୭ଟି କନଷ୍ଟେବଳ ପଦବୀ ମଧ୍ୟ ଖାଲି ରହିଛି । ଏହାଛଡ଼ା ମହିଳା ଡାକ୍ତର, ହାବିଲଦାର, କିରାଣି, ଗାଡ଼ି·ଳକ, ରାନ୍ଧୁଣିଆ, ଝାଡ଼ୁଦାର ଆଦି ଚାକିରିରେ ମଧ୍ୟ ବହୁ ପଦବୀ ଖାଲି ପଡ଼ିଛି । 

ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ୨ଟି ଡିଏସ୍ପି, ୩ଟି ଇନ୍ସପେକ୍ଟର, ୨୪ଟି ସବ୍ଇନ୍ସପେକ୍ଟର, ୩୧ଟି ଏଏସ୍ଆଇ, ୩୧ଟି କନଷ୍ଟେବଳ, ଗୋଟିଏ ଡାକ୍ତର, ହାବିଲଦାର ମେଜର୍ ଆଦି ଅନେକ ପଦବୀ ମଧ୍ୟ ଖାଲି ରହିଛି । 

ରାଉରକେଲା ଓ ସୁନ୍ଦରଗଡ଼ ପୋଲିସ ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ପୋଲିସ ବାହିନୀର ବିଭିନ୍ନ ପାହ୍ୟାରେ ଖାଲି ପଡ଼ିଥିବା ସମସ୍ତ ପଦବୀ ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବା ଲାଗି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଦାବି କରିଛନ୍ତି । ଏହାଛଡ଼ା ପୋଲିସ ବାହିନୀର ଆଧୁନିକୀକରଣ ଓ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି ।

0
0
0
s2sdefault