ହେଡଲାଇନସ୍:

ଆରମ୍ଭ ହେଲା ରବି ଧାନ ସଂଗ୍ରହ ମଣ୍ଡି :୨ ଲକ୍ଷ ୨୦ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା(ଅମିତ ପୁରୋହିତ): ସଦର ଜିଲ୍ଲାରେ ରବି ଧାନ ସଂଗ୍ରହ ଆରମ୍ଭ ହୋଇଛି । ଖରିଆରରୋଡ ସ୍ଥିତ ନିୟନ୍ତ୍ରୀତ ବଜାର କମିଟି ପ୍ରାଙ୍ଗଣରେ ଜିଲ୍ଲାପାଳ ମଧୁସ୍ମିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଣ୍ଡିକୁ ଉଦ୍ଘାଟନ କରିଥିଲେ । ଜିଲ୍ଲାରେ ୨ ଲକ୍ଷ ୨୦ ହଜାର କ୍ୱିଣ୍ଟା ଧାନ ସଂଗ୍ରହ କରିବାର ଲକ୍ଷ ରହିଥିବା ଜିଲ୍ଲା ଯୋଗାଣ ବିଭାଗ ସୂଚନା ଦେଇଛି । ଆଜି ପ୍ରଥମ ଦିନରେ ୫ଟି ମଣ୍ଡିରେ ଧାନ ସଂଗ୍ରହ ଆରମ୍ଭ ହୋଇଥିଲା । ସିଏସ୍ଓ ଅଶୋକ ଦାସ, ଏସିଏସଓ ଥଣ୍ଡୁରାମ ନାଏକ, ଏଆରସିଏସ ଭୀକାରୀ ସେଠ, ଆରଏମସି ସମ୍ପାଦକ ଲାଲବିହାରୀ ଦାସ ପ୍ରମୁଖଙ୍କ ସମେତ ମିଲର୍ସ, ଚାଷୀ, ଆରଏମସି, ସିଏସଓ ଅଫିସ କର୍ମଚାରୀ ଉପସ୍ଥିତ ଥିଲେ । 

    ଜିଲ୍ଲାର ୫ଟି ବ୍ଲକରେ ୨୫ ପେକ୍ସ ଜରିଆରେ ୨୯ ଧାନ ସଂଗ୍ରହ କେନ୍ଦ୍ର(ପିପିସି)ରେ ଧାନ ସଂଗ୍ରହ ହେବ । ସେହିପରି ୧୪ ଟି ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ (ଏସଏଚଜି) ଜରିଆରେ ୧୪ଟି ମଣ୍ଡିରେ ଧାନ ସଂଗ୍ରହ ହେବ । ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୨ ଲକ୍ଷ ୨୬ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ  ଦେଇଛନ୍ତି । ଏ  ବର୍ଷ ୭୩୪୪ ଚାଷୀ ଧାନ ବିକ୍ରି ପାଇଁ ପଂଜିକରଣ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୬ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ କରିବାକୁ ଟୋକନ ଆସିଛି । ନୂଆପଡ଼ା ବ୍ଲକରେ ୧୧ ପେକ୍ସ ପିପିସି ଓ ୨ ଟି ଏସଏଚଜି, କୋମନା ବ୍ଲକରେ ୭ ଟି ପେକ୍ସ ପିପିସି ଓ ୩ ଏସ୍ଏଚ୍ଜି, ଖଡ଼ିଆଳ ବ୍ଲକରେ ୪ ଟି ପେକ୍ସ ପିପିସି ଓ ୩ ଏସଏଚଜି, ସିନାପାଲିରେ  ୪ ପେକ୍ସ ପିପିସି ଓ ୩ ଏସଏଚଜି, ବୋଡେନ ବ୍ଲକରେ ୩ ପେକ୍ସ ପିପିସି ଓ ୩ ଏସଏଚଜି ଜରିଆରେ ଧାନ ସଂଗ୍ରହ କରିବାକୁ ଜିଲ୍ଲା ପ୍ରଶାସନ ଯୋଜନା କରିଛି । ଆଜି ପ୍ରଥମ ଦିନରେ ଖରିଆରରୋଡ ଆରଏମସି ମଣ୍ଡି, ସଦର ବ୍ଲକ ବେଲଟୁକୁରି ପେକ୍ସ ପିପିସି, ସାରାବଙ୍ଗ ମଣ୍ଡିରେ ମହିଳା ଏସଏଚଜି, କୋମନା ବ୍ଲକ ସିଆଲଲଟି ଏସଏଚଜି, ସିନାପାଲି ବ୍ଲକ ସଦର ପେକ୍ସ ପିପିସି ଭଳି ୫ଟି ମଣ୍ଡିରେ ୨୩ ଜଣ ଚାଷୀ ଙ୍କ ଠାରୁ ୧୪୬୦.୦୮ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଥିଲା । 

0
0
0
s2sdefault