ହେଡଲାଇନସ୍:

 ଚାଷୀଙ୍କୁ ଠିକଣା ସମୟରେ ଉନ୍ନତ ମାନର ଖରିଫ ବିହନ ଯୋଗାଇ ଦେବାପାଇଁ ପ୍ରସ୍ତୁତି ସାରିବାକୁ କୃଷିମନ୍ତ୍ରୀ  ଦେଲେ ନିର୍ଦ୍ଦେଶ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ିଶା ରାଜ୍ୟ ବିହନ ନିଗମର ବିହନ ପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ କଲେ ମନ୍ତ୍ରୀ 

ଖରିଫ୍ ଚାଷ ନିମନ୍ତେ ବିହନ ଯୋଗାଣକୁ ତ୍ୱରାନ୍ୱିତ କରାଯାଉଛି: ମନ୍ତ୍ରୀ ଡ. ସାହୁ

ଭୁବନେଶ୍ୱର :(ଶାସକ ପ୍ରଶାସକ) : କରୋନା ଭୂତାଣୁ ସଂକ୍ରମଣ (କୋଭିଡ୍-୧୯)ର ମୁକାବିଲା ଲାଗି ଦେଶ ତଥା ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଥିବାବେଳେ ଚଳିତ ଖରିଫରେ  ଚାଷୀମାନଙ୍କୁ କେମିତି ଉନ୍ନତମାନର ଅଧିକ ଉତ୍ପାଦନକ୍ଷମ ଓ ଉନ୍ନତ ମାନର ବିହନ ବିହନ ସୁବିଧାରେ ଯୋଗାଇ ହେବ ସେଠି ପାଇଁ ଉଦ୍ୟମ ଯାର ରଖିଛନ୍ତି ସରକାର | ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ନିୟମିତ ଯୋଗାଯୋଗରେ ରହି ଅଗ୍ରଗତି ତଦାରଖ କରୁଥିବା ବେଳେ ଚାଷୀଙ୍କ ପାଖରେ ଉନ୍ନତ ବିହନ  ଓଡ଼ିଶା ରାଜ୍ୟ ବିହନ ନିଗମ ପକ୍ଷରୁ ଚାଷୀଙ୍କୁ ଯୋଗାଇଦେବା ନିମନ୍ତେ  ମନ୍ତ୍ରୀ ଡ.ସାହୁ ନିର୍ଦ୍ଦେଶ ଦେଇଛନ୍ତିା ରାଜ୍ୟରେ ଚାଷ କାର୍ଯ୍ୟକୁ ଦ୍ରୁତ ଗତିରେ ଆଗେଇ ନେବା ପାଇଁ ଜିଲ୍ଲାର ବିଭିନ୍ନ ବିହନ ବିକ୍ରୟ କେନ୍ଦ୍ରଗୁଡ଼ିକରେ ଆବଶ୍ୟକ ବିହନ ଯୋଗାଣ ଦିଗରେ ଅଧିକ ତତ୍ପରତା ପ୍ରକାଶ କରିବା ଦିଗରେ ମନ୍ତ୍ରୀ ଡ.ସାହୁ ଗୁରୁତ୍ୱାରୋପ କରିଛନ୍ତିା  

ବିହନ ପ୍ରସ୍ତୁତି ଓ ସଂରକ୍ଷଣ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବା ସକାଶେ  ଓଡ଼ିଶା ରାଜ୍ୟ ବିହନ ନିଗମ ପରିଚାଳିତ ସାମନ୍ତରାପୁରସ୍ଥିତ ବିହନ ପ୍ରକ୍ରିୟାକରଣ କେନ୍ଦ୍ରରେ ପହଞ୍ଚି ତାହା ବୁଲି ଦେଖିବା ସହ ରାଜ୍ୟ ବିହନ ପରୀକ୍ଷାଗାର, ଜିନ୍ ବ୍ୟାଙ୍କ୍ ଏବଂ ଚନ୍ଦକାସ୍ଥିତ ବିହନ ପ୍ରକ୍ରିୟାକରଣ କେନ୍ଦ୍ରଗୁଡ଼ିକ ପରିଦର୍ଶନ କରିଥିଲେ ମନ୍ତ୍ରୀ ଡ଼ ସାହୁ | ସାମନ୍ତରାପୁରର ବିହନ ପ୍ରକ୍ରିୟାକରଣ କେନ୍ଦ୍ରରେ ମନ୍ତ୍ରୀ ଡ. ସାହୁ ବିହନର ପ୍ରକ୍ରିୟାକରଣ, ନମୁନା ସଂଗ୍ରହ ଏବଂ ପ୍ୟାକିଂ ଆଦି ହେଉଥିବା କାର୍ଯ୍ୟକୁ ଅନୁଧ୍ୟାନ କରିଥିଲୋ ବିହନ ପରୀକ୍ଷାଗାରରେ ବିହନର ଗୁଣାତ୍ମକ ମାନ କିପରି ପରୀକ୍ଷା କରାଯାଇଛି ସେ ସଂପର୍କରେ ପଚାରି ବୁଝିଥିଲେ ଏବଂ ସର୍ବଦା ବିହନର ଗୁଣାତ୍ମକ ମାନ ବଜାୟ ରଖିବା ଦିଗରେ ନିର୍ଦ୍ଦେଶ ଦେଇଥିଲୋ ଏଥିସହିତ ସେଠାରେ ଥିବା ବିହନର ଏକ ଜିନ୍ ବ୍ୟାଙ୍କ୍ ମଧ୍ୟ ବୁଲି ଦେଖିଥିଲୋ ଏହି ଜିନ୍ ବ୍ୟାଙ୍କରେ ପ୍ରାୟ ୧୨୦୦ରୁ ୧୩୦୦ ପ୍ରକାରର ବିହନ ସାଇତି ରଖାଯାଇଥିବା ମନ୍ତ୍ରୀ ଡ. ସାହୁ ଦେଖିଥିଲୋ 

ଏହାପରେ ମନ୍ତ୍ରୀ ଡ. ସାହୁ ଓଡ଼ିଶା ରାଜ୍ୟ ବିହନ ନିଗମର ଚନ୍ଦକାସ୍ଥିତ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ ମଧ୍ୟ ପରିଦର୍ଶନ କରିଥିଲୋ ସେଠାରେ ବିହନର ପ୍ରକ୍ରିୟାକରଣ, ନମୁନା ସଂଗ୍ରହ ଏବଂ ଗୋଦାମରେ ବିହନ କିପରି ସୁରକ୍ଷିତ ଭାବେ ରଖାଯାଉଛି ସେ ସବୁକୁ ବୁଲି ଦେଖିଥିଲୋ ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ପ୍ରକାଶ ମିଶ୍ର ଏବଂ ଉପସ୍ଥିତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନଙ୍କ ସହିତ ଆଲୋଚନା କରିବା ଅବସରରେ ରାଜ୍ୟରେ କୋଭିଡ୍-୧୯ ପରିସ୍ଥିତିରେ ଚାଷୀମାନଙ୍କୁ ବିହନ ଯୋଗାଣ ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ପଚାରି ବୁଝିଥିଲୋ ଚାଷୀମାନେ ଯେପରି ଠିକଣା ସମୟରେ ଉନ୍ନତ ମାନର ବିହନ ସହଜରେ ପାଇପାରିବେ ସେଥି ନିମନ୍ତେ ସମସ୍ତ ପ୍ରକାରର ପ୍ରସ୍ତୁତି କରିବା ନିମନ୍ତେ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲୋ 

0
0
0
s2sdefault