ହେଡଲାଇନସ୍:

ଦାବି ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତା ଯୋଗୁଁ ଜଳକଷ୍ଟ ଜାରି : ଜଳ ଯୋଗାଣ ପାଇଁ ରାସ୍ତା ଅବରୋଧ   

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) - ପ୍ରତ୍ୟେକ ବର୍ଷ ପରି ଏଇ ବର୍ଷ ମଧ୍ୟ ଗ୍ରୀଷ୍ମ ଋତୁରେ ଜଳକଷ୍ଟ ଭୋଗୁଛନ୍ତି ସମ୍ବଲପୁର ସହରର ବିଭିନ୍ନ ଅଞ୍ଚଳବାସୀ । ଏହି ମର୍ମରେ ଅଞ୍ଚଳର ଜଳକଷ୍ଟ ସମସ୍ୟା କୁ ନେଇ ଗତ ୧୧ ତାରିଖ ଦିନ ସମ୍ବଲପୁର ମହାନଦୀ ମଣ୍ଡଳ ପକ୍ଷରୁ ସମ୍ବଲପୁର ଜନ ସ୍ଵାସ୍ଥ୍ୟ  ବିଭାଗ ର ନିର୍ବାହୀ ଯନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ପ୍ରତିନିଧି ଦଳ ଚେତାବନୀ ଦେଇଥିଲେ ଯେ ଶୀଘ୍ର ସମସ୍ୟା ର ସମାଧାନ ନ ହେଲେ ଆନ୍ଦୋଳନ କରାଯିବ ।

         ଇତିମଧ୍ୟରେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଓ ଜଳକଷ୍ଟ ସମସ୍ୟା ଜାରି ରହିଥିବାରୁ କମଲିବଜ଼ାର ରାମଜି ମନ୍ଦିର ନିକଟରେ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ । ସୂଚନା ପାଇ ଜନ ସ୍ଵାସ୍ଥ୍ୟ ବିଭାଗ ର ସହକାରୀ ଯନ୍ତ୍ରୀ ଶ୍ରୀଯୁକ୍ତ ଦେହୁରୀ ଓ ଥାନା ଅଧିକାରୀ ଘଟଣା ସ୍ଥଳକୁ ପହଞ୍ଚି ଆନ୍ଦୋଳନକାରୀ ଙ୍କୁ ବୁଝା ସୁଝା କରିଥିଲେ । ବିଭାଗ ପକ୍ଷରୁ ସାତ ଦିନ ଭିତରେ ସମସ୍ୟା ର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ମନେ ଆନ୍ଦୋଳନରୁ ଓହରିଯାଇଥିଲେ ।

         ସମ୍ବଲପୁର  ବିଜେପି ର ମହାନଦୀ ମଣ୍ଡଳ ସଭାପତି ସୁଶାନ୍ତ କୁମାର ପୁରୋହିତ ଙ୍କ ନେତୃତ୍ୱରେ ହୋଇଥିବା ରାସ୍ତା ରୋକୋ ରେ ବିଜେପି ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ମଣ୍ଡଳ ର  ସୁବ୍ରତ ପାଣିଗ୍ରାହୀ, ବିକ୍ରାନ୍ତ ଶର୍ମା, ବଣ୍ଟି ପୁରୋହିତ, ସୁଧାଂଶୁ ବେହେରା, ରାଜା ବଡ଼ପଣ୍ଡା, ଦଧିବାବନ ପଣ୍ଡା, ରମେଶ ପୁରୋହିତ, କଳ୍ପେଶ୍ଵର ପ୍ରଧାନ, ବିଜୟଲଷ୍ମୀ ଜେନା, ଫୁଲ ସ୍ୱାଇଁ, ସୀତାକାନ୍ତି ମେସୁଆ, ଉର୍ମିଳା ଶର୍ମା, କମଳା ସାହୁ, ମାନଭଞ୍ଜନ ପାଣିଗ୍ରାହୀ, ସୁନୀଲ ମହାରଣା, ଅଜୟ ବିଶ୍ଵକର୍ମା, ଶୈଳ ମହାରଣା, ପିଙ୍କି ବିଶ୍ଵକର୍ମା ପ୍ରମୁଖ ସାମିଲ ଥିଲେ ।

0
0
0
s2sdefault