ହେଡଲାଇନସ୍:

ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା କଲେ ଅନୁରୋଧ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 କରୋନା ଯୁଦ୍ଧରେ ସାମିଲ ସମସ୍ତ ପଂଚାୟତ କର୍ମଚାରୀମାନଙ୍କୁ ବୀମାଭୁକ୍ତ କରାଯାଉ : ପ୍ରଦୀପ୍ତ 

ଭୂବନେଶ୍ୱର(ଶାସକ ପ୍ରଶାସକ): ବୈଶ୍ୱିକ ମହାମାରୀ କରୋନା ବିରୁଦ୍ଧ ଯୁଦ୍ଧରେ ସାମିଲ ଥିବା କାର୍ଯ୍ୟରତ ସମସ୍ତ ପଂଚାୟତ କର୍ମଚାରୀମାନଙ୍କୁ ବୀମାଭୁକ୍ତ କରିବା ପାଇଁ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ।

କୋଭିଡ୍‌-୧୯ ରୋଗ ବା କରୋନା ଭୂତାଣୂରେ ସଂକ୍ରମିତ ହୋଇ ଯଦି କୈାଣସି ସରପଂଚଙ୍କ ମୃତ୍ୟୁ ଘଟେ, ତାହେଲେ ରାଜ୍ୟ ସରକାର ସେମାନଙ୍କୁ ୫୦ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରିବାକୁ ନିଷ୍ପତି ନେଇଛନ୍ତି ଏବଂ ଏହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ । ରାଜ୍ୟ ସରକାରଙ୍କ ଏହି ନିଷ୍ପତିକୁ ସ୍ୱାଗତ ଜଣାଇବା ସହ ବର୍ତମାନର ସଂକଟ ସମୟରେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ କାର୍ଯ୍ୟରତ ସରପଂଚ ଏବଂ ତାଙ୍କ ପରିବାରର ମନୋବଳକୁ ଆହୁରି ଅଧିକ ସୁଦୃଢ କରିବ ବୋଲି ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ପତ୍ର ଲେଖି ଜଣାଇଛନ୍ତି ।

ରାଜ୍ୟର ସମୁଦାୟ ୬୭୯୮ ଗ୍ରାମ ପଂଚାୟତରୁ ୪୮୬୨ ଗ୍ରାମ ପଂଚାୟତରେ ପଂଚାୟତ ଏକ୍ସଟେନସନ୍ ଅଫିସର (ପିଇଓ) କାର୍ଯ୍ୟରତ ଥିବାବେଳେ ଅବଶିଷ୍ଟ ପଦବୀ ଖାଲି ପଡିଛି । ଏହି କାରଣରୁ ବହୁ ପଂଚାୟତ ଅଫିସର ବହୁ ସ୍ଥାନରେ ୨-୨ଟି ପଂଚାୟତ ଦାୟୀତ୍ୱରେ ରହି କରୋନା ବିରୁଦ୍ଧ ଯୁଦ୍ଧରେ ସାମିଲ ହୋଇଛନ୍ତି । ସେହିପରି ପଂଚାୟତମାନଙ୍କରେ ସ୍ୱଳ୍ପ ବେତନରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟରତ ଜିଆରଏସ, ପିଅନ ଏବଂ ରାତ୍ରି ଜଗୁଆଳିମାନେ ମଧ୍ୟ ଦିନରାତି କରୋନା ବିରୁଦ୍ଧ ଯୁଦ୍ଧରେ ନିଜକୁ ନିୟୋଜିତ କରିଛନ୍ତି । ତେଣୁ ରାଜ୍ୟ ସରକାର ସମସ୍ତ ପଂଚାୟତ କର୍ମଚାରୀମାନଙ୍କୁ ବୀମାଭୁକ୍ତ କରିବା ପାଇଁ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

0
0
0
s2sdefault